ETV Bharat / sitara

ଆୟୁଷ୍ମାନ@35, ଦମଦାର ଅଭିନୟ ବଳରେ ଆଜି ସୁପରଷ୍ଟାର

35 ବର୍ଷରେ ପଦାର୍ପଣ କରିଛନ୍ତି ‘ଡ୍ରିମ ଗାର୍ଲ’ର ପୂଜା ତଥା ଆୟୁଷ୍ମାନ ଖୁରାନା । ‘ବିକ୍କୀ ଡୋନର’ରୁ ଆରମ୍ଭ କରିଥିଲେ ଅଭିନୟ କ୍ୟାରିୟର । ଆଜି ବଲିଉଡ ସୁପରଷ୍ଟାରଙ୍କୁ ଦେଉଛନ୍ତି ମାତ୍ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆୟୁଷ୍ମାନ ଖୁରାନା
author img

By

Published : Sep 14, 2019, 9:25 PM IST

ମୁମ୍ବାଇ: ଶୁକ୍ରବାର ଟ୍ୟାଲେଣ୍ଟେଡ ଆକ୍ଟର ଆୟୁଷ୍ମାନ ଖୁରାନାଙ୍କ ଚର୍ଚ୍ଚିତ ଫିଲ୍ମ ‘ଡ୍ରିମ ଗାର୍ଲ’ ରିଲିଜ ହୋଇଯାଇଛି । ଏଯାବତ ଫିଲ୍ମକୁ କ୍ରିଟିକ୍ସ ଓ ଦର୍ଶକଙ୍କ ଶାନଦାର ପ୍ରତିକ୍ରିୟା ମିଳିଛି । ଆଉ ଆଜି ନିଜର 35ତମ ଜନ୍ମଦିନ ପାଳନ କରିବାରେ ବ୍ୟସ୍ତ ଆୟୁଷ୍ମାନ । ସେ 1984 ସେପ୍ଟେମ୍ବର 14ରେ ଚଣ୍ଡିଗଡରେ ଜନ୍ମ ହୋଇଥିଲେ । ପଞ୍ଜାବୀ ପରିବାରର ଆୟୁଷ୍ମାନଙ୍କୁ ପିଲା ବେଳୁ ହିଁ ଅଭିନୟ, ଗୀତ ଗାଇବା ଏବଂ ରାଇଟିଂରେ ବହୁତ ରୁଚି ଥିଲା । ସେ ବଲିଉଡରେ ଆସିବା ପୂର୍ବରୁ ଥିଏଟରରେ ମଧ୍ୟ କାମ କରିଥିଲେ । ତାଙ୍କୁ ପ୍ରଥମ ବ୍ରେକ ଏମଟିଭିରୁ ମିଳିଥିଲା । ସେ ଏହି ଚ୍ୟାନେଲରେ ପ୍ରସାରିତ ହେଉଥିବା ରିୟାଲିଟି ଶୋ ‘ରୋଡିଜ’ ସିଜନ 2ରେ ବିଜେତା ହୋଇଥିଲେ ।

photo-3
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆୟୁଷ୍ମାନ ଖୁରାନା

ତାଙ୍କୁ ବଲିଉଡରେ କାମ କରିବାର ସୁଯୋଗ ‘ବିକ୍କୀ ଡୋନର’ ଫିଲ୍ମରୁ ମିଳିଥିଲା । ଏହା ତାଙ୍କ ଡେବ୍ୟୁ ଫିଲ୍ମ ଥିଲା । ଯେଉଁଥିରେ ତାଙ୍କ ସହ ସୁନ୍ଦରୀ ଅଭିନେତ୍ରୀ ୟାମୀ ଗୌତମ ମଧ୍ୟ ଡେବ୍ୟୁ କରିଥିଲେ । ଜନ ଅବ୍ରାହମ ଫିଲ୍ମର ନିର୍ମାତା ଥିବା ବେଳେ ସୁଜିତ ସରକାର ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଥିଲେ । ଏହି ଫିଲ୍ମ ଜଣେ ଏମିତି ପୁଅର କାହାଣୀ ଥିଲା ଯିଏ ଟଙ୍କା ପାଇଁ ନିଜ ସ୍ପର୍ମ ଡୋନେଟ କରୁଥିଲା ।

photo-2
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆୟୁଷ୍ମାନ ଖୁରାନା

ଆୟୁଷ୍ମାନ ସେହି ଅଭିନେତାଙ୍କ ମଧ୍ୟରେ ଅନ୍ୟତମ ଯାହାଙ୍କ ଡେବ୍ୟୁ ଫିଲ୍ମ ସୁପରହିଟ୍ ସାବ୍ୟସ୍ତ ହୋଇଥିଲା । ପ୍ରଥମ ଫିଲ୍ମରୁ ସେ ଦର୍ଶକଙ୍କ ହୃଦୟରେ ନିଜର ସ୍ବତନ୍ତ୍ର ସ୍ଥାନ ସ୍ଥାପନ କରିବାରେ ସଫଳ ହୋଇପାରିଥିଲେ ।

photo-1
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆୟୁଷ୍ମାନ ଖୁରାନା

ନିଜର ଦମଦାର ଅଭିନୟ ଜରିଆରେ ତାଙ୍କର ସବୁବେଳେ ଫିଲ୍ମ ହିଟ୍ ହୁଏ । ତେବେ ତାହା ‘ବଧାଇ ହୋ’ ହେଉ କିମ୍ବା ‘ଅନ୍ଧାଧୁନ’ ବକ୍ସ ଅଫିସରେ ଜବରଦସ୍ତ କଲେକ୍ସନ କରିଛି ଏହି ଫିଲ୍ମ । ଖାଲି ଏତିକି ନୁହେଁ ତାଙ୍କୁ ‘ଅନ୍ଧାଧୁନ’ ଫିଲ୍ମ ପାଇଁ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାରରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇ ସାରିଛନ୍ତି ଆୟୁଷ୍ମାନ । ଏବର୍ଷ ରିଲିଜ ହୋଇଥିବା ଫିଲ୍ମ ‘ଆର୍କିକଲ 15’ରେ ମଧ୍ୟ ତାଙ୍କ ଅଭିନୟର ଖୁବ୍ ଚର୍ଚ୍ଚା ହୋଇଥିଲା ।

ପ୍ରକାଶ ଥାଉକି ବର୍ତ୍ତମାନ ତାଙ୍କ ପାଖରେ ଅନେକ ଫିଲ୍ମ ଅଛି । ଆଗାମୀ ଦିନରେ ସେ ‘ବାଲା’, ‘ଗୁଲାବୋ ସିତାବୋ’, ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ ଭଳି ଫିଲ୍ମ ନେଇ ପରଦାରେ ନଜର ଆସିବେ ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.