ETV Bharat / sitara

ହିଟ୍ ହେଉଛନ୍ତି ଆୟୁଷ୍ମାନ, ଆଣୁଛନ୍ତି ଆଉ ଏକ ବ୍ଲକବଷ୍ଟର

ଫିଲ୍ମ ଫ୍ରାଇଡେରେ ରିଲିଜ ହୋଇଛି ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ଆର୍ଟିକିଲ 15 । ଫିଲ୍ମର କାହାଣୀ ଏକ ସତ୍ୟ ଘଟଣା ଉପରେ ଆଧାରିତ ହୋଇଛି । ଏହାର ନିର୍ଦ୍ଦେଶନାର ଦାୟିତ୍ବ ବହନ କରିଛନ୍ତି ଅନୁଭବ ସିହ୍ନା ।

author img

By

Published : Jun 28, 2019, 11:01 AM IST

Updated : Jun 28, 2019, 11:56 AM IST

ଫାଇଲ ଫଟୋ

ମୁମ୍ବାଇ: ଫିଲ୍ମ ଫ୍ରାଇଡେରେ ରିଲିଜ ହୋଇଛି ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ଆର୍ଟିକିଲ-15 । ଫିଲ୍ମର କାହାଣୀ ଏକ ସତ୍ୟ ଘଟଣା ଉପରେ ଆଧାରିତ ହୋଇଛି । ଏହାର ନିର୍ଦ୍ଦେଶନାର ଦାୟିତ୍ବ ବହନ କରିଛନ୍ତି ଅନୁଭବ ସିହ୍ନା । ତେବେ ଫିଲ୍ମଟିକୁ ସେଲିବ୍ରେଟିଙ୍କ ତରଫରୁ ମିଳିଛି ଭଲ ରେସପନ୍ସ । ଅନ୍ୟପଟେ ସୋସିଆଲ ମିଡିଆରେ ମଧ୍ୟ ଫିଲ୍ମର ପ୍ରଶଂସା କରାଯାଉଛି । ଲୋକେ ଏହି ଫିଲ୍ମକୁ ଦେଇଛନ୍ତି 3.5 ଷ୍ଟାର ।

ଫିଲ୍ମଟିକୁ ଦେଖିବା ପରେ ଜଣେ ୟୁଜର ଲେଖିଥିଲେ, ଅନୁଭବ ସିହ୍ନା ଗୋଟିଏ ଏମିତି ଫିଲ୍ମ ଆଣିଛନ୍ତି ଯାହା, ପାୱାର, ଟଙ୍କା ଏବଂ ମାଇଣ୍ଡସେଟ୍‌ ସହ ଲଢେଇ । ଏହାକୁ ଖୁବ୍ ଚମତ୍କାର ଭାବେ ପରଦାରେ ଉପସ୍ଥାପିତ କରାଯାଇଛି । ମୁଁ ଫିଲ୍ମକୁ 4 ଷ୍ଟାର ପ୍ରଦାନ କରୁଛି ।

ସେହିପରି ଆଉଜଣେ ୟୁଜର ଲେଖିଥିଲେ, ପୁଣିଥରେ ଆୟୁଷ୍ମାନ ଖୁରାନା ନିଜର ଜବରଦସ୍ତ ପ୍ରଦର୍ଶନ ପାଇଁ ଅନେକ ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ ହୋଇ ସାରିଛନ୍ତି । ଅନୁଭବ ସିହ୍ନାଙ୍କ ଆର୍ଟିକିଲ-15 ଏକ ଭଲ ଫିଲ୍ମ । ଯେଉଁଥିରେ ଖୁବ୍ ଚତ୍ମକାର ଅଭିନୟ କରିଛନ୍ତି ଆୟୁଷ୍ମାନ ଖୁରାନା ।

ଅନ୍ୟପଟେ କିଛି ଲୋକେ ଫିଲ୍ମର କଣ୍ଟେଣ୍ଟକୁ ନେଇ ଖୁସି ନାହାନ୍ତି । ଏନେଇ ଜଣେ ୟୁର୍ଜର ଲେଖିଥିଲେ, ଆର୍ଟିକିଲ-15 ସ୍ବତନ୍ତ୍ରତାକୁ ଅଭିବ୍ୟକ୍ତ କରୁନାହିଁ । ଏହା ନିର୍ମାତାଙ୍କର ଉଦାସୀନତା ଚିନ୍ତାଧାରା । ଏହାସହ ସେ ଲେଖିଥିଲେ, ଫିଲ୍ମଟି ହିନ୍ଦୁ ଧର୍ମକୁ ବଦନାମ କରିବାର କୌଣସି ସୁଯୋଗ ଛାଡିନାହିଁ । ସରକାର ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବା ଆବଶ୍ୟକ ।

Intro:Body:Conclusion:
Last Updated : Jun 28, 2019, 11:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.