ETV Bharat / sitara

ଲାଲ ଶାଢୀରେ ୟାମି, ମଜାଳିଆ କମେଣ୍ଟ କଲେ କୋ-ଷ୍ଟାର

author img

By

Published : Jun 6, 2021, 8:33 PM IST

ଶୁକ୍ରବାର ବଲିଉଡ ଅଭିନେତ୍ରୀ ୟାମି ଗୌତମ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ବିବାହ କରିଛନ୍ତି । ବିବାହ ଫଟୋ ସେ ଇନଷ୍ଟାଗ୍ରାମରେ ସେୟାର କରିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ତାଙ୍କ ଫ୍ୟାନ୍ସ । ୟାମିଙ୍କ ଏହି ଫଟୋଗୁଡିକୁ ଦେଖି ତାଙ୍କ କୋ-ଷ୍ଟାରମାନେ ବହୁ ମଜାଳିଆ ଅନ୍ଦାଜରେ କମେଣ୍ଟ କରିଛନ୍ତି । ଅଧିକ ପଢନ୍ତୁ...

ayushmann-khurrana-and-vikrant-massey-hilarious-comments-on-yami-gautam-wedding-look
ଲାଲ ଶାଢୀରେ ୟାମି, ମଜାଳିଆ କମେଣ୍ଟ କଲେ କୋ-ଷ୍ଟାର

ନୂଆଦିଲ୍ଲୀ : ଶୁକ୍ରବାର ବଲିଉଡ ଅଭିନେତ୍ରୀ ୟାମି ଗୌତମ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ବିବାହ କରିଛନ୍ତି । ବିବାହ ଫଟୋ ସେ ଇନଷ୍ଟାଗ୍ରାମରେ ସେୟାର କରିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ତାଙ୍କ ଫ୍ୟାନ୍ସ ।

ୟାମିଙ୍କ ଏହି ବିବାହର ଫଟୋ ଦେଖିବା ପରେ ବହୁ ବଲିଉଡ ସେଲିବ୍ରିଟି ଏବଂ ତାଙ୍କ ପ୍ରଶଂସକମାନେ ତାଙ୍କୁ ଭିନ୍ନ ଭିନ୍ନ ଅନ୍ଦାଜରେ ଅଭିନନ୍ଦନ ଜଣାଇଛନ୍ତି । ୟାମି ଏବଂ ଆଦିତ୍ୟ କେବଳ ପରିବାର ସଦସ୍ୟ ଏବଂ କିଛି ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ବିବାହ କରିଥିଲେ । ବର୍ତ୍ତମାନ ଧୀରେ ଧୀରେ ସେମାନଙ୍କର ବିବାହ ଫଟୋ ସାମ୍ମାକୁ ଆସୁଛି । ୟାମି ବିବାହ ପରେ ଏବେ ସୋସିଆଲ ମିଡିଆରେ ତାଙ୍କର କିଛି ଫଟୋ ସେୟାର କରୁଛନ୍ତି ।

ୟାମିଙ୍କ ଏହି ଫଟୋଗୁଡିକୁ ଦେଖି ତାଙ୍କ କୋ-ଷ୍ଟାରମାନେ ବହୁ ମଜାଳିଆ ଅନ୍ଦାଜରେ କମେଣ୍ଟ କରିଛନ୍ତି ।

ବାସ୍ତବରେ, ୟାମି ତାଙ୍କ ବିବାହରେ ଏକ ଲାଲ ରଙ୍ଗର ଶାଢୀ ସହ ହାତ ଯୋଡା ପିନ୍ଧିଥିଲେ ।

ଏହି ଫଟୋର କ୍ୟାପସନରେ ଆୟୁଷ୍ମାନ ଖୁରାନା ଲେଖିଛନ୍ତି, 'ପୁରା ଜୟ ମାତା ଦି ୱାଲି ଅନୁଭବ ଆସୁଛି । ତୁମେ ଦୁହେଁ ଜୱାଲା ଯାଇଥିଲ କି'?

ଏଥିସହିତ, ବିକ୍ରାନ୍ତ ମେସି ଲେଖିଛନ୍ତି, 'ରାଧେ ମା'ଙ୍କ ପରି ଶୁଦ୍ଧ ଏବଂ ପବିତ୍ର' ।

ପ୍ରକାଶ ଥାଉ କି, ଆଦିତ୍ୟ ଉରି - ଦ ସର୍ଜିକାଲ୍ ଷ୍ଟ୍ରାଇକ୍ ପରି ଏକ ସୁପରହିଟ୍ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଇଣ୍ଡଷ୍ଟ୍ରିର ସର୍ବୋତ୍ତମ ନିର୍ଦ୍ଦେଶକ ଭାବରେ ମଧ୍ୟ ଜଣାଶୁଣା । ୟାମି ମଧ୍ୟ ଉରିରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.