ETV Bharat / sitara

ଇତିହାସ ରଚିଲା 'ଆଭେଞ୍ଜର୍ସ ଏଣ୍ଡଗେମ’

19 ହଜାର କୋଟି ଆୟ କରି ଚର୍ଚ୍ଚିତ ଫିଲ୍ମ 'ଆଭେଞ୍ଜର୍ସ ଏଣ୍ଡଗେମ' ଜେମ୍ସ କ୍ୟାମରୁନଙ୍କ ଫିଲ୍ମ 'ଅବତାର'ର ଓରଜିନାଲ ରିଲିଜ ରେକର୍ଡ ଭାଙ୍ଗିଛି । କିନ୍ତୁ ଏଯାବତ 'ଅବତାର'ର ରି-ରିଲିଜ ରେକର୍ଡ ଭାଙ୍ଗିବା ବାକି ଅଛି ।

author img

By

Published : Jun 26, 2019, 11:54 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଆଭେଞ୍ଜର ଏଣ୍ଡଗେମ କ୍ଲବ

ମୁମ୍ବାଇ: ହଲିଉଡର ମଲ୍ଟି ଷ୍ଟାରରେ ସଜା ମାର୍ବଲ ୟୁନିଭର୍ସର 'ଆଭେଞ୍ଜର୍ସ ଏଣ୍ଡଗେମ' ନୂଆ ଇତିହାସ ରଚିଛି । ଏହି ଫିଲ୍ମର ଗ୍ରାଣ୍ଡ ରିଲିଜ ସହ ଆଶା କରାଯାଇଥିଲା ଯେ ଫିଲ୍ମଟି ଦୁନିଆର ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମର ରେକର୍ଡ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି କରିବ । ଏବେ ଲାଗୁଛି ଯେ 'ଆଭେଞ୍ଜର୍ସ ଏଣ୍ଡଗେମ' ଖୁବ୍ ଶୀଘ୍ର ଏହି ରେକର୍ଡ ଭାଙ୍ଗିବାକୁ ଯାଉଛି ।

ଫିଲ୍ମଟି ଦୁଇମାସ ରିଲିଜ ପରେ 2.75 ବିଲିୟନ ତଥା 19,025 କୋଟି ଆୟ କରିବାରେ ସଫଳ ହୋଇଛି । ଏହି ଆୟ ସହ ଫିଲ୍ମଟି ଜେମ୍ସ କ୍ୟାମରୁନଙ୍କ ଚର୍ଚ୍ଚିତ ଫିଲ୍ମ 'ଅବତାର'ର ଓରିଜିନାଲ ଆୟର ରେକର୍ଡ ଭାଙ୍ଗିସାରିଛି । କିନ୍ତୁ ଏଯାବତ 'ଅବତାର'ର ରି-ରିଲିଜର ରେକର୍ଡ ଭାଙ୍ଗିପାରିନାହିଁ । ଫିଲ୍ମର ବଢୁଥିବା ଆୟ ଦେଖି ଲାଗୁଛି ଯେ ଆଉ କମ ଦିନରେ ଏହା 'ଅବତାର'ର ରି-ରିଲିଜ ରେକର୍ଡ ମଧ୍ୟ ଭାଙ୍ଗି ଦେବ ।

ପ୍ରକାଶ ଥାଉକି 'ଅବତାର' ଓରିଜିନାଲ ରିଲିଜରେ 2.749 ବିଲିୟନ ଡଲାର୍ସ ତଥା 18,957 କୋଟି ଆୟ ପୁରା ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଥିଲା । 2010ରେ ରି-ରିଲିଜ ପରେ 'ଅବତାର' 33 ମିଲିୟନ ଡଲାର୍ସ ତଥା 2 ଆରବ 28 କୋଟି 44 ଲକ୍ଷ ଆୟ କରିଥିଲା ।

'ଅବତାର'ର ଟୋଟାଲ ରେକର୍ଡ ଭାଙ୍ଗିବା ପାଇଁ 'ଆଭେଞ୍ଜର ଏଣ୍ଡଗେମ'କୁ ଆଉ 35 ମିଲିୟନ ଡଲାର୍ସର ଆବଶ୍ୟକ ଅଛି । ଏମିତିରେ ଫିଲ୍ମଟି ବର୍ତ୍ତମାନ ଆମେରିକାରେ ଦ୍ବିତୀୟ ନମ୍ବରରେ ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ ହୋଇସାରିଛି ।

Intro:Body:

FGDFGS

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.