ହାଇଦ୍ରାବାଦ: ପଞ୍ଜାବୀ ସିଙ୍ଗର ଗୁରୁ ରନ୍ଧାୱା ଉପରେ ଆକ୍ରମଣ । କାନାଡାରେ ଏକ ଶୋ' କରିବା ସମୟରେ ହୋଇଛି ଆକ୍ରମଣ । ତେବେ ଏଥିରେ ଗଭୀର ଆହାତ ହୋଇଛନ୍ତି ଗୁରୁ ରନ୍ଧାୱା । ଡାହାଣ ଆଖି ଉପରେ 4ଟି ଷ୍ଟିଚେସ୍ ଲାଗିଥିବାର ସୂଚନା ମିଳିଛି । କାନାଡାର କ୍ବିନ ଏଲିଜାବେଥ ଥିଏଟିରରେ ରନ୍ଧାବାଙ୍କ ଶୋ' ସରିବା କ୍ଷଣି ହିଁ ତାଙ୍କ ଉପରେ ଜଣେ ଅଜଣା ବ୍ୟକ୍ତି ଆକ୍ରମଣ କରିଥିଲେ ।
ଆକ୍ରମଣ ପରେ ରନ୍ଧାୱାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସେଠାରେ ଉପସ୍ଥିତ ଥିବା ଦର୍ଶକଙ୍କ କହିବାନୁସାରେ, ରନ୍ଧାୱାଙ୍କ Performance ସମୟରେ ଜଣେ ବ୍ୟକ୍ତି ଗଣ୍ଡଗୋଳ କରୁଥିଲେ । ତେବେ ଏହି ଘଟଣା ପରେ ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସ ଆସି ପହଞ୍ଚିଥିଲା । ଏହି ସୂଚନା ଦେଇଛନ୍ତି ନିଜେ ରନ୍ଧାୱା । ନିଜ ଇନଷ୍ଟାଗ୍ରାମରେ ଆକ୍ରମଣର ପୁରା କାହାଣୀ କହିଛନ୍ତି ।
ଏହାସହ ରନ୍ଧାୱା ଆଉ କେବେ କାନାଡାରେ ଶୋ' କରିବେନି ବୋଲି ମଧ୍ୟ କହିଛନ୍ତି । ଆକ୍ରମଣକାରୀ ବାରମ୍ବାର ଷ୍ଟେଜ ଉପରକୁ ଆସିବାକୁ ମଧ୍ୟ ଚେଷ୍ଟା କରୁଥିଲା । ଗୁରୁ ରନ୍ଧାୱା ପପୁଲାର ଗୀତ ‘ଲାହୋର’, ‘ପଟୋଲା’, ‘ବନ୍ ଜା ତୁ ମେରୀ ରାନି’ ଭଳି ପପୁଲାର ଗୀତ ଗାଇଛନ୍ତି ।