ଗୌହାଟି: 65ତମ ଫିଲ୍ମ ଫେୟାର ଆଓ୍ବାର୍ଡ 2020 ଆସାମରେ ଆୟୋଜନ ହୋଇଛି । ଏଥିରେ ରଣବୀର ସିଂହ, ଅକ୍ଷୟ କୁମାର,ଆୟୁଷ୍ମାନ ଖୁରାନା,ଏବଂ କାର୍ତିକ ଆର୍ୟନ୍ ନୃତ୍ୟ ପରିବେଷଣ କରି ସନ୍ଧ୍ୟାର କାର୍ଯ୍ୟକ୍ରମକୁ ରଙ୍ଗାରଙ୍ଗ କରିଥିଲେ । ଅକ୍ଷୟ କୁମାର ତାଙ୍କର ଫିଲ୍ମ ହାଉସଫୁଲ-4ର ଗୀତ ବାଲାରେ ଜବରଦସ୍ତ ଡାନ୍ସ କରିଥିଲେ । ସେଠାରେ ଅକ୍ଷୟଙ୍କ ଜଣେ ଫ୍ୟାନ ତାଙ୍କ ପାଇଁ ଏକ ଖାସ ଉପହାର ମଧ୍ୟ ନେଇଆସିଥିଲେ ।
କହିବାକୁ ଗଲେ ଏହା ଏକ ମେକାନିକାଲ୍ ପେଣ୍ଚିଂ ଥିଲା । ଯାହାକୁ ରାହୁଲ ପାରିକ୍ ନାମକ ଜଣେ ଖାସ ଫ୍ୟାନ ମୋବାଇଲ ଫୋନ୍ ଏବଂ ତାରକୁ ବ୍ୟବହାର କରି ଆଙ୍କିଥିଲେ । ଅକ୍ଷୟ ମଧ୍ୟ ତାଙ୍କ ଫ୍ୟାନଙ୍କ କର୍ତ୍ତୃତ୍ୱରେ ଖୁସ ହୋଇ ତାଙ୍କୁ ଅଟୋଗ୍ରାଫ ଦେଇଥିଲେ । ସେ ମୋବାଇଲ ଫୋନ, ପେପର୍ରାପିନ୍ ଆଦିର ବ୍ୟବହାର କରି ମେକାନିକାଲ ପେଣ୍ଟିଂ କରିଥିଲେ । ଏହାକୁ ବନେଇବା ପାଇଁ ତାଙ୍କୁ 2 ଦିନ ବହୁ ପରିଶ୍ରମ କରିବାକୁ ପଡିଥିଲା । ଯେଉଁ ବ୍ୟକ୍ତିଙ୍କୁ ସେ ଫଟୋ ଏବଂ ମୋବାଇଲ ଫୋନରେ ଦେଖୁଥିଲେ ତାଙ୍କୁ ସାମ୍ନାରେ ଦେଖି ବେଶ ଖୁସି ଥିବା କହିଛନ୍ତି ରାହୁଲ । ଏହା ପୂର୍ବରୁ ସେ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ବିରାଟ କୋହଲିଙ୍କ ଚିତ୍ର ମଧ୍ୟ ଆଙ୍କି ସାରିଛନ୍ତି ।