ETV Bharat / sitara

ଆସୀମଙ୍କ ସହ ଜ୍ୟାକଲିନଙ୍କ ଜବରଦସ୍ତ କେମେଷ୍ଟ୍ରି, ଦେଖନ୍ତୁ ଭିଡିଓ

ହୋଲି ଉତ୍ସବକୁ ଆହୁରି ମଜାଦାର କଲା ଜ୍ୟାକଲିନ ଫର୍ଣ୍ଣାଡିଜ ଓ ଆସୀମ ରିୟାଜଙ୍କ ନୂଆ ମ୍ୟୁଜିକାଲ ଭିଡିଓ ‘ମେରେ ଅଙ୍ଗନେ ମେଁ’। ହୋଲି ଅବସରରେ ଗୀତକୁ ରିଲିଜ କରିଛନ୍ତି ମେକର୍ସ।

_asim riaz and jacqueline fernandez
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜ୍ୟାକଲିନ ଫର୍ଣ୍ଣଡେଜ
author img

By

Published : Mar 10, 2020, 5:06 PM IST

ମୁମ୍ବାଇ: ବିଗ ବସ 13 ଶେଷ ହେବା ପରେ ପପୁଲାର ପ୍ରତିଯୋଗୀ ଆସୀମ ରିୟାଜଙ୍କ ପାଖରେ ଏବେ କାମର ଅଭାବ ନାହିଁ । ତାଙ୍କ ନୂଆ ଗୀତ ‘ମେରେ ଅଙ୍ଗନେ ମେଁ’ ରିଲିଜ ହୋଇଯାଇଛି । ଏହା ଏକ ହୋଲି ସଙ୍ଗ । ଯେଉଁଥିରେ ତାଙ୍କ ସହ ରୋମାନ୍ସ କରୁଥିବାର ନଜର ଆସୁଛନ୍ତି ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ ଫର୍ଣ୍ଣାଡେଜ। ଅମିତାଭ ବଚ୍ଚନଙ୍କ ବ୍ଲକବଷ୍ଟର ଫିଲ୍ମ ‘ଲାୱାରିସ’ର ସୁପରହିଟ୍ ଗୀତ ‘ମେରେ ଅଙ୍ଗନେ ମେଁ’ର ଏହାର ରିମେକ ଗୀତ।

ଗୀତଟିକୁ ଗାଉଛନ୍ତି ପପୁଲାର ଗାୟିକା ନେହା କକ୍କଡ। ସେହିପରି ଗୀତକୁ ରିକ୍ରିଏଟ କରିଛନ୍ତି ତାନିଷ୍କ ବାଗଚି। ଜ୍ୟାକଲୀନଙ୍କ ଏହି ଗୀତରେ ଜଣେ ରାଜକୁମାରୀର କାହାଣୀକୁ ପର୍ଯ୍ୟବେଶିତ କରାଯାଇଛି । ଅନ୍ୟପଟେ ଆସୀମ ଜଣେ ମଡର୍ଣ୍ଣ ବୟ ଅବତାରରେ ଦେଖାଯାଉଛନ୍ତି । ଦୁଇଟି ପିଢିର କାହାଣୀକୁ ଗୀତରେ ଦେଖିବାକୁ ମିଳୁଛି।

ଗୀତର ଆରମ୍ଭ 2020ରୁ ହେଉଛି । ଏହାପରେ ଟାଇମ ମେସିନ ଜରିଆରେ ଜଣେ ପୁଅ 1435 ମସିହାରେ ପହଞ୍ଚିଯାଉଛନ୍ତି । ଯେଉଁଠାରେ ରାଜକୁମାରୀ ସାଜିଥିବା ଜ୍ୟାକଲିନଙ୍କ ବିବାହ ହେବାକୁ ଯାଉଛି। ଏହାପରେ କଣ ହେଉଛି ତାହା ଜାଣିବା ପାଇଁ ଆପଣଙ୍କୁ ପୁରା ଗୀତ ଦେଖିବାକୁ ପଡିବ...

  • " class="align-text-top noRightClick twitterSection" data="">

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.