ETV Bharat / sitara

ରେଭ୍ ଡ୍ରଗ୍ସ ପାର୍ଟି ମାମଲା, ଟ୍ବିଟରରେ ଟ୍ରେଣ୍ଡ କରୁଛନ୍ତି SRKଙ୍କ ପୁଅ

କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଏନସିବି ହାବୁଡରେ ପଡିଛନ୍ତି ବଲିଉଡ ବାଦଶାହା ଶାହାରୁଖ ଖାନଙ୍କ ପୁଅ ଆର୍ୟାନ ଖାନ । ଆଜି(ରବିବାର) ଏହି ଖବର ସାମ୍ନାକୁ ଆସିବା ପରେ ଟ୍ବିଟରରେ ଟ୍ରେଣ୍ଡ କରୁଛନ୍ତି କିଙ୍ଗ ଖାନଙ୍କ ପୁଅ ଆର୍ୟାନ । ଅଧିକ ପଢନ୍ତୁ

ରେଭ୍ ଡ୍ରଗ୍ସ ପାର୍ଟି ମାମଲା, ଟ୍ବିଟରରେ ଟ୍ରେଣ୍ଡ କରୁଛନିକ SRKଙ୍କ ପୁଅ

author img

By

Published : Oct 3, 2021, 1:12 PM IST

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଏନସିବି ହାବୁଡରେ ପଡିଛନ୍ତି ବଲିଉଡ ବାଦଶାହା ଶାହାରୁଖ ଖାନଙ୍କ ପୁଅ ଆର୍ୟାନ ଖାନ । ଆଜି(ରବିବାର) ଏହି ଖବର ସାମ୍ନାକୁ ଆସିବା ପରେ ଟ୍ବିଟରରେ ଟ୍ରେଣ୍ଡ କରୁଛନ୍ତି କିଙ୍ଗ ଖାନଙ୍କ ପୁଅ ଆର୍ୟାନ । ଏହି ଖବର ନିଆଁ ଭଳି ସୋସିଆଲ ମିଡିଆରେ ମାଡି ଚାଲିଛି ।

ସୂଚନାଅନୁସାରେ ଶନିବାର ରାତିରେ ମୁମ୍ବାଇ ଉପକୂଳରେ ଏକ ଯାତ୍ରୀବାହୀ ଜାହାଜରେ ରେଭ୍ ପାର୍ଟି ଚାଲିଥିବା ବେଳେ ଏନ୍‌ସିବି ପକ୍ଷରୁ ଚଢ଼ାଉ କରାଯାଇଥିଲା । ଏଥିରେ ୧୦ ଜଣଙ୍କ ସମେତ ଶାହାରୁଖ ଖାନଙ୍କ ପୁଅଙ୍କୁ ମଧ୍ୟ ଧରିଥିଲେ ଏନ୍‌ସିବି ଅଧିକାରୀ । ଏନ୍‌ସିବିର ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ସୂଚନା ଅନୁଯାୟୀ, ଆର୍ୟାନ ଖାନଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି ମାମଲା ରୁଜୁ କରାଯାଇ ନାହିଁ । ତାଙ୍କ ଫୋନ୍ ସିଜ୍ କରାଯାଇଛି । ସେ ପାଖରେ ଡ୍ରଗ୍ସ ରଖୁଥିଲେ କି ନାହିଁ ତା’ର ତଦନ୍ତ କରାଯାଉଛି । ଖବର ଆସିବା ପରେ ଆର୍ୟାନଙ୍କୁ ନେଇ ଲୋକମାନେ ବିଭିନ୍ନ କମେଣ୍ଟ କରୁଛନ୍ତି ।

ସୋସିଆଲ ମିଡିଆ ବ୍ୟବହାର କରୁଥିବା ଅନେକ ଅର୍ୟାନଙ୍କ ଫଟୋ ସେୟାର କରି ମିମିସ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି । ପାର୍ଟି ପର ଓ ପୂର୍ବ ଫଟୋ ସେୟାର କରାଯାଇଛି । ଜାହାଜରେ ରେଭ୍ ପାର୍ଟି ଚାଲିଥିବା ବେଳେ ଏନସିବି ଚଢାଉ କରିଥିଲା । ଏନ୍‌ସିବି ପଚରାଉଚରା ବେଳେ ଆର୍ୟନ ନିଜ ଭୁଲ୍‌ ମାନିଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.