ETV Bharat / sitara

NCBର ପଚରାଉଚୁରା ଜାରି, ଶାହାରୁଖଙ୍କ ସହ ୨ ମିନିଟ କଥାବାର୍ତ୍ତାରେ କାନ୍ଦିଲେ ଆର୍ୟାନ

author img

By

Published : Oct 4, 2021, 2:50 PM IST

କ୍ରୁଜ ସିପ୍‌ରେ ଡ୍ରଗ୍ସ ପାର୍ଟି ମାମଲା । ଗିରଫ ହୋଇଥିବା ଆର୍ୟାନଙ୍କୁ ଲଗାତାର ପଚରା ଉଚୁରା ଜାରି ରଖିଛି NCB । ଏହି ସମୟରେ ଆର୍ୟାନ କାନ୍ଦୁଥିବା ମଧ୍ୟ ସୂଚନା ମିଳିଛି । ଅଧିକ ପଢନ୍ତୁ....

NCBର ପଚରାଉଚୁରା ଜାରି, ଶାହାରୁଖଙ୍କ ସହ ୨ମିନିଟ କଥାବାର୍ତ୍ତାରେ କାନ୍ଦିଲେ ଆର୍ୟାନ

ମୁମ୍ବାଇ: ସମୁଦ୍ର ମଝିରେ କ୍ରୁଜ ସିପ୍‌ରେ ଡ୍ରଗ୍ସ ପାର୍ଟି ମାମଲା । ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(NCB)ର ପଚରାଉଚୁରା ସମୟରେ ଲଗାତାର ଭାବରେ କାନ୍ଦି ଚାଲିଛନ୍ତି ଶାହାରୁଖ ଖାନଙ୍କ ପୁଅ ଆର୍ୟାନ ଖାନ । ତେବେ ସେ ଗତ ୪ ବର୍ଷ ଧରି ଡ୍ରଗ୍ସ ସେବନ କରୁଥିବା ଜଣାପଡ଼ିଛି । ଏହି ପଚରା ଉଚୁରା ସମୟରେ ପିତା ଶାହରୁଖଙ୍କ ସହିତ ୨ ମିନିଟ କଥା ହୋଇଛନ୍ତି ଆର୍ୟାନ ।

ରବିବାର ଆର୍ୟାନଙ୍କୁ ଗିରଫ କରାଯାଇ ପଚରାଉଚୁରା ଜାରି ରହିଛି । ପଚରାଉଚୁରା ସମୟରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ଆର୍ୟାନ । ସେ ଲଗାତାର ଭାବେ କାନ୍ଦୁଥିବା ସୂଚନା ମିଳିଛି । ସେପଟେ ପିତା ଶାହାରୁଖଙ୍କ ସହ ୨ ମିନିଟ କଥାବାର୍ତ୍ତା ସମୟରେ ମଧ୍ୟ ନିଜ ଲୁହକୁ ଅଟକାଇ ପାରିନାହାନ୍ତି ଆର୍ୟାନ । ଆଇନ ଅନୁସାରେ NCB ଲ୍ୟାଣ୍ଡଲାଇନ ଜରିଆରେ ଶାହାରୁଖଙ୍କ ସହ ପୁଅ ଆର୍ୟାନଙ୍କ ସହ କଥାବାର୍ତ୍ତା କରାଇଛି ।

ଆର୍ୟାନ ୪ ବର୍ଷ ଧରି ଡ୍ରଗ୍ସ ସେବନ କରିଆସୁଛନ୍ତି । ଦେଶ ବାହାରେ ମଧ୍ୟ ଦୁବାଇ ଓ ୟୁକେରେ ସେ ଡ୍ରଗ୍ସ ସେବନ କରୁଥିଲେ । ତେବେ ସୂଚନା ଥାଉ କି ଏହି ସିପ୍‌ଟି ଶନିବାର ଅପରାହ୍ନରେ ଗୋଆ ଅଭିମୁଖେ ବାହାରିଥିଲା । ଏଥିରେ ଲଗାତାର ୩ଦିନ ଧରି ପାର୍ଟି ହେବାର ଯୋଜନା ରହିଥିଲା । ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୪ ତାରିଖରେ ପୁଣି ମୁମ୍ବାଇ ଫେରିଥାନ୍ତା ସିପ୍‌ । ଏହି ସିପ୍‌ରେ ୬୦୦ ହାଇପ୍ରୋଫାଇଲ ଲୋକ ରହିଥିବା ବେଳେ ପ୍ରାୟ ୨୦୦୦ ଯାତ୍ରୀ ରହିଥିଲେ ।

ଏନସିବି ବିଶେଷ ସୂତ୍ରରୁ ଖବର ପାଇବା ପରେ ମୁମ୍ବାଇରୁ ଗୋଆ ଯାଉଥିବା ଏହି ବିଳାସପୂର୍ଣ୍ଣ ଜାହାଜ ଉପରେ ଯାତ୍ରୀ ଭାବେ ଯାଇ ଚଢାଉ କରିଥିଲା । ଏହାପରେ ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏଥିରେ ୨ ଜଣ ମହିଳା ଓ ବଲିଉଡ଼ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆରୟାନ ଖାନ ମଧ୍ୟ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.