ETV Bharat / sitara

ସର୍କିଟଙ୍କ ବଡି ଟ୍ରାନ୍ସଫର୍ମେସନ ଦେଖି ଫିଦା ଜନ ସିନା

author img

By

Published : Sep 19, 2021, 1:12 PM IST

ଅସୁର ଷ୍ଟାର ଅର୍ଶଦ ୱର୍ସି କଲେ ବଡି ଟ୍ରାନ୍ସଫରମେସନ । ଏଥିରେ କୁସ୍ତି ଯୋଦ୍ଧା ଜନ ସିନା ଫିଦା ହୋଇ କଲେ ଏମିତି ପୋଷ୍ଟ । ଅଧିକ ପଢନ୍ତୁ...

Arshad Warsiଙ୍କ ବଡି ଟ୍ରାନ୍ସଫରମେସନ, ଫିଦା ହେଲେ କୁସ୍ତିଯୋଦ୍ଧା John Cena

ମୁମ୍ବାଇ: ପୁଣି ନିଜ ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ଚର୍ଚ୍ଚାରେ WWE କୁସ୍ତିଯୋଦ୍ଧା ତଥା ଅଭିନେତା ଜନ ସିନା । ଏଥର ବଲିଉଡ଼ ଅଭିନେତା ଅର୍ଶଦ ୱର୍ସିଙ୍କ ବଡି ଟ୍ରାନ୍ସଫରମେସନ ଉପରେ କମେଣ୍ଟ କରିଛନ୍ତି ଜନ । ଅର୍ଶଦଙ୍କ ଏକ ବଡି ଟ୍ରାନ୍ସଫରମେସନ ଫଟୋକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ରବିବାର ପୋଷ୍ଟ କରିଛନ୍ତି । ଜନ ଅର୍ଶଦଙ୍କ ବଡିକୁ ପସନ୍ଦ କରିଛନ୍ତି ବୋଲି କହିଛନ୍ତି ।

ଏହି ପୋଷ୍ଟରେ ଜନ କ୍ୟାପସନରେ କିଛି ଲେଖିନଥିବା ବେଳେ ଫଟୋକୁ ପୋଷ୍ଟ କରି ସେ ଅର୍ଶଦଙ୍କ ବଡି ଟ୍ରାନ୍ସଫରମେସନକୁ ପସନ୍ଦ କରିଛନ୍ତି ବୋଲି କହିଛନ୍ତି । ଗତ କିଛି ଦିନ ପୂର୍ବର ଅର୍ଶଦ ସୋସିଆଲ ମିଡ଼ିଆରେ ଏହି ସମାନ ଫଟୋକୁ ପୋଷ୍ଟ କରି ତାଙ୍କ ବଡି଼ ପ୍ରକୃତ ଆକାରକୁ ଆସୁଛି ବୋଲି କହିଥିଲେ । ତାଙ୍କର ଏହି ଟ୍ରାନ୍ସଫରମେସନକୁ କିଛି ସୋସିଆଲ ମିଡ଼ିଆ ୟୁଜର୍ସ ଜନ ସିନାଙ୍କ ସହିତ ତୁଳନା କରିଥିଲେ । ଏହାପରେ ଜନ ମଧ୍ୟ ଅର୍ଶଦଙ୍କ ବଡିକୁ ପସନ୍ଦ କରିଛନ୍ତି ।

ଜନ ଏପରି କିଛି ପୋଷ୍ଟ କରି ନିଜ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟଚକିତ କରିଥାନ୍ତି । ଜନ ଲଗାତାର ଭାବରେ ଭାରତୀୟ ସେଲିବ୍ରିଟିଙ୍କ ସମ୍ପର୍କରେ ନିଜ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥାନ୍ତି । ତେବେ ଗତ କିଛି ଦିନ ପୂର୍ବରୁ ସେ ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ଉଦ୍ଦେଶ୍ୟରେ ଏକ ପୋଷ୍ଟ କରିଥିଲେ । ବଲିଉଡ଼ ତଥା ଟେଲି ଜଗତର ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଗତ ସେପ୍ଟେମ୍ବର ୨ ତାରିଖରେ ହୃଦଘାତ ଯୋଗୁଁ ମୃତ୍ୟୁବରଣ କରିଥିଲେ ।

ଏହାରି ମଧ୍ୟରେ ଅଭିନେତା ଅର୍ଶଦ ନିଜର ଆଗାମୀ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସେ ନିଜ ପ୍ରୋଜେକ୍ଟ ସମ୍ପର୍କରେ ଗଣମାଧ୍ୟମକୁ କୌଣସି ସୂଚନା ଦେଇନାହାନ୍ତି । ତେବେ ଅର୍ଶଦ ନିଜର ହିଟ ଶୋ Asurର ଦ୍ବିତୀୟ ଭାଗ ପାଇଁ ପ୍ରସ୍ତୁତି କରୁଥିବା କିଛି ସୋସିଆଲ ମିଡ଼ିଆ ୟୁଜର୍ସ ଅନୁମାନ କରୁଛନ୍ତି । ପୌରାଣିକ କାହାଣୀ ଏବଂ ଥ୍ରୀଲର ଶୋ 'ଅସୁର'କୁ ଦର୍ଶକ ଖୁବ ପସନ୍ଦ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.