ETV Bharat / sitara

ଜୟସୁରିୟାଙ୍କ ମୃତ୍ୟୁ ଖବର ସେୟାର କରି ଫଶିଲେ ସର୍କିଟ

author img

By

Published : May 27, 2019, 10:03 PM IST

ଫେକ ନ୍ୟୁଜ ସୋସିଆଲ ମିଡିଆରେ ସେୟାର କରି ଟ୍ରୋଲର୍ସଙ୍କ ଶିକାର ହେଲେ ଅର୍ଶଦ ୱାରସୀ । ସେ ଟ୍ବିଟରରେ ଶ୍ରୀଲଙ୍କା କ୍ରିକେଟର ସନଥ ଜୟସୁରିୟାଙ୍କ ମୃତ୍ୟୁ ଖବର ସେୟାର କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଅର୍ଶଦ ୱାରସୀ

ମୁମ୍ବାଇ: ଶ୍ରୀଲଙ୍କା କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ସନଥ ଜୟସୁରିୟାଙ୍କ ନିଧନର ଫର୍ଜି ଖବର ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଇତିମଧ୍ୟରେ ବଲିଉଡର ସର୍କିଟ ଅର୍ଶଦ ୱାରସୀ ମଧ୍ୟ ନିଜ ଟ୍ବିଟରରେ ଜୟସୁରିୟାଙ୍କ ନିଧନ ଖବର ସେୟାର କରି ସମସ୍ୟାରେ ଆସିଛନ୍ତି । ଖାଲି ଏତିକି ନୁହେଁ, ଏକ ନ୍ୟୁଜର ଲିଙ୍କ ସେୟାର କରି ସେ ଜୟସୁରିୟାଙ୍କୁ ଶ୍ରଦ୍ଧାଞ୍ଜଳୀ ମଧ୍ୟ ଦେଇଛନ୍ତି ।

ପରେ ନିଜ ମୃତ୍ୟୁ ଖବର ଶୁଣି ଜୟସୁରିୟା ଟ୍ବିଟର ଆକାଉଣ୍ଟରେ ଜଣାଇଥିଲେ ଯେ ସେ ସୁସ୍ଥ ଅଛନ୍ତି ଏବଂ ତାଙ୍କର କିଛି ଦୁର୍ଘଟଣା ହୋଇନାହିଁ ।

ଏହାପରେ ଆଉ କଣ ଥିଲା ୟୁଜର୍ସ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି । ଜଣାଇ ଦେଉଛୁ ଯେ ସୋସିଆଲ ମିଡିଆରେ ଏହି ଖବର ଜୋର ଧରିଥିଲା କି କାନାଡାର ଏକ କାର ର୍ଦୁଘଟଣାରେ ଶ୍ରୀଲଙ୍କାଇ କ୍ରିକେଟର ଜୟସୁରିୟାଙ୍କ ମୃତ୍ୟୁ ଘଟିଛି ।

twitter
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଅର୍ଶଦ ୱାରସୀ

ଅନ୍ୟପଟେ ଅର୍ଶଦ ତାଙ୍କ ମୃତ୍ୟୁ ଖବର ଲିଙ୍କ ସେୟାର କରି ଲେଖିଥିଲେ, "ଏହା ବହୁତ ସକିଙ୍ଗ ଏବଂ ଦୁଃଖଦ ଖବର ।" ତାଙ୍କର ଏପରି ଟ୍ବିଟ ପରେ ଫ୍ୟାନ୍ସ ମଧ୍ୟ ଜୟସୁରିୟାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଆରମ୍ଭ କରିଦେଇଥିଲେ । ଆଉ କିଛି ୟୁଜର୍ସ କମେଣ୍ଟରେ ଲେଖିଥିଲେ ଯେ ଦୟା କରି ଶ୍ରଦ୍ଧାଞ୍ଜଳୀ ଦିଅନ୍ତୁ ନାହିଁ କାରଣ ସନଥ ଜୟସୁରିୟା ଏବେ ବଞ୍ଚିଛନ୍ତି । ତାଙ୍କ ବଞ୍ଚିବା ଖବର ଶୁଣି ୟୁଜର୍ସ ଅର୍ଶଦଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ ।

ଜଣେ ୟୁଜର ଲେଖିଥିଲେ, "ଏହା ମିଥ୍ୟା ଖବର ଅର୍ଶଦ ସାର୍ ।" ସେହିଠାରେ ଆଉ ଜଣେ ୟୁଜର ଲେଖିଥିଲେ, "ପ୍ରଥମେ କନଫର୍ମ କର ତାହାପରେ ପୋଷ୍ଟ କର ।" ଏହିପରି ରୂପେ ଅର୍ଶଦଙ୍କୁ ଅନେକ କମେଣ୍ଟ କରିଛନ୍ତି ୟୁଜର୍ସ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.