ETV Bharat / sitara

ଆକ୍ସନ ଅବତାରରେ ଅର୍ଜୁନ ରେଡ୍ଡୀ, ରିଲିଜ ହେଲା ଟ୍ରେଲର

ଜୁଲାଇ 26ରେ ରିଲିଜ ହେବାକୁ ପ୍ରସ୍ତୁତ ହୋଇସାରିଲାଣି ବିଜୟଙ୍କ ଅପକମିଂ ଫିଲ୍ମ 'ଡିୟର କମରେଡ' ।

author img

By

Published : Jul 12, 2019, 5:11 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିଜୟ ଦେବରକୋଣ୍ଡା

ହାଇଦ୍ରାବାଦ: ବ୍ଲକବଷ୍ଟର ରୋମାଣ୍ଟିକ ମେଲୋଡ୍ରାମା ଫିଲ୍ମ 'ଅର୍ଜୁନ ରେଡ୍ଡୀ'ରୁ ରାତାରାତି ଫେମସ ହୋଇଥିଲେ ତେଲୁଗୁ ସୁପରଷ୍ଟାର ବିଜୟ ଦେବରକୋଣ୍ଡା । ଏବେ ସେ ନିଜର ଅପକମିଂ ବହୁଭାଷୀ ଫିଲ୍ମ 'ଡିୟର କମରେଡ' ଜରିଆରେ ଦର୍ଶକଙ୍କୁ ସରପ୍ରାଇଜ ଦେବାକୁ ପ୍ରସ୍ତୁତ ହୋଇସାରିଲେଣି । ପୁଣିଥରେ ପରଦାରେ ବିଜୟଙ୍କ ଆକ୍ସନ ଅବତାର ଦେଖିବାକୁ ପାଇବେ ଦର୍ଶକ ।

  • " class="align-text-top noRightClick twitterSection" data="">

ଦର୍ଶକଙ୍କ ଉତ୍ସାହ ବଢାଇବା ପାଇଁ ଗୁରୁବାର ଏହି ଫିଲ୍ମର ଜବରଦସ୍ତ ଟ୍ରେଲର ରିଲିଜ କରିଦେଇଛନ୍ତି ମେକର୍ସ । ଯାହାକୁ ଫ୍ୟାନ୍ସଙ୍କ ପାଇଁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ବିଜୟ । ଏହାକୁ ସେୟାର କରି ଲେଖିଛନ୍ତି, "ସେ ସୁପର ଇମୋଶନାଲ ଅଛନ୍ତି ।"

ସେହିପରି ସେ ଟ୍ବିଟରରେ ସେୟାର କରି ଲେଖିଛନ୍ତି, "ଦୁନିଆ ସହ ଏହାକୁ ସେୟାର କରି ସୁପର ଇମୋଶନାଲ ଅନୁଭବ କରୁଛି । ଏଥିରେ ଆମେ ସବୁ ପରିଶ୍ରମ ଲଗାଇଦେଇଛୁ । କମରେଡ୍ସ ଏବେ ଆପଣଙ୍କର ।"

ତିନି ମିନିଟର ଏହି ଟ୍ରେଲରକୁ ଦେଖି ଜଣାପୁଡଛି ଯେ ବିଜୟ ନିଜର ପୁରୁଣା ଏଙ୍ଗ୍ରୀ ୟଙ୍ଗ ମ୍ୟାନ ଅବତାରରେ ଫେରିବେ । ଟ୍ରେଲରରେ ତାଙ୍କର ଅନେକ ଆକ୍ସନ ସିନ ମଧ୍ୟ ଦେଖିବାକୁ ମିଳୁଛି । ଫିଲ୍ମରେ ତାଙ୍କ କୋ-ଷ୍ଟାର ରଶ୍ମିକା ମନ୍ଦାନା ନଜର ଆସୁଛନ୍ତି । ଯାହାଙ୍କ ସହ ସେ ପୂର୍ବରୁ ଅନେକ ରୋମାଣ୍ଟିକ ଫିଲ୍ମରେ ଅଭିନୟ କରିସାରିଛନ୍ତି । ଏହି ଫିଲ୍ମଟି ଜୁଲାଇ 26ରେ ତେଲୁଗୁ, ତାମିଲ, କନ୍ନଡା ଏବଂ ମଲୟାଲମରେ ରିଲିଜ ହେବ ।

Intro:Body:

BLANK  FOR STORY

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.