ETV Bharat / sitara

ଡ୍ରଗ୍ସ ମାମଲା: ପୁଣି ଥରେ ଅର୍ଜୁନ ରାମପାଲଙ୍କୁ ଏନସିବିର ସମନ

ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କୁ ପୁଣି ଥରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସମନ୍ ପଠାଇଛି । ଅଧିକ ପଢନ୍ତୁ...

author img

By

Published : Dec 15, 2020, 7:08 PM IST

arjun-rampal-got-ncb-notice-for-interrogation-enquiry-will-begin-on-16-december
ଡ୍ରଗ୍ସ ମାମଲା: ପୁଣି ଥରେ ଅର୍ଜୁନ ରାମପାଲଙ୍କୁ ଏନସିବିର ସମନ

ନୂଆଦିଲ୍ଲୀ : ଏବେ ବଲିଉଡ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଛନ୍ତି ଅଭିନେତା ଅର୍ଜୁନ ରାମପାଲ । ଅର୍ଜୁନଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ବୁଧବାର (ଡିସେମ୍ବର 16) ରେ ପୁଣି ଥରେ ପଚରାଉଚରା ପାଇଁ ଡକାଯାଇଛି । ଡ୍ରଗ୍ସ ମାମଲାରେ ପଚରାଉଚରା ପାଇଁ ଅର୍ଜୁନଙ୍କୁ ଏନସିବିର ମୁମ୍ବାଇ ୟୁନିଟ୍ ସମନ ପଠାଇଛି ।

ନିକଟରେ ଅର୍ଜୁନଙ୍କ ଲିଭିଙ୍ଗ-ଇନ୍ ପାର୍ଟନର ଗାବ୍ରିଏଲାଙ୍କୁ ପ୍ରାୟ 6 ଘଣ୍ଟା ଧରି ଏନସିବି ପଚରାଉଚରା କରିଥିଲା । ଏହା ପରେ ନଭେମ୍ବର 12 ରେ ଅର୍ଜୁନଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲା ।

ଏବା ପୂର୍ବରୁ ଗାବ୍ରିଏଲାଙ୍କ ଭାଇ ଆଗିସିଲାଓସ୍ ଡେମେଟ୍ରିଏଡସ୍‌ଙ୍କୁ କୋକିନ୍ ସପ୍ଲାୟର ଓମେଗା ଗଡଓ୍ୱିନଙ୍କ ସହ ଲିଙ୍କ ଥିବା ନେଇ ଏନସିବି ଗିରଫ କରିଛି । ତେବେ ଏହି ମାମଲାରେ ବର୍ତ୍ତମାନ ଗାବ୍ରିଏଲାଙ୍କୁ ପଚରାଉଚରା କରାଯାଉଛି ।

ଡ୍ରଗ୍ସ ମାମଲାରେ ଏପର୍ଯ୍ୟନ୍ତ ରିଆ ଚକ୍ରବର୍ତ୍ତୀଙ୍କ ସମେତ 23 ଜଣଙ୍କୁ ଗିରଫ କରାଯାଇଛି । ଅକ୍ଟୋବର ମାସରେ ରିଆଙ୍କୁ ଜାମିନ ପ୍ରଦାନ କରାଯାଇଥିଲା ।

ପ୍ରକାଶ ଥାଉ ଯେ, ଏହା ପୂର୍ବରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଫିଲ୍ମ ନିର୍ମାତା ଫିରୋଜ ନାଦିଆଡୱାଲାଙ୍କ ଘରେ ମଧ୍ୟ ଚଢ଼ାଉ କରିଥିଲା, ଯେଉଁଥିରେ ତାଙ୍କ ପତ୍ନୀ ଶାନା ସଇଦ ଗିରଫ ହୋଇଥିଲେ। ଫିରୋଜ ନାଡିଆଡୱାଲାଙ୍କୁ ମଧ୍ୟ ପଚରାଉଚରା ପାଇଁ ଡକାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.