ETV Bharat / sitara

କରୀନା-ତୈମୁରଙ୍କୁ ଟ୍ରୋଲ, କଡା ଜବାବ ଦେଲେ ଅର୍ଜୁନ

ସବୁବେଳେ ଟ୍ରୋଲର୍ସଙ୍କୁ ଜବାବ ଦେଉଥିବା ଅର୍ଜୁନ ଏବେ ଚର୍ଚ୍ଚାରେ। ଏଥର ସେ କରୀନା କପୁର ଖାନଙ୍କ ସପୋର୍ଟରେ ଟ୍ରୋଲର୍ସଙ୍କ ମୁହଁ ବନ୍ଦ କରିଦେଇଛନ୍ତି।

_arjun kapoor
ଡିଜାଇନ ଫଟୋ
author img

By

Published : Mar 25, 2020, 10:41 AM IST

ମୁମ୍ବାଇ: ବଲିଉଡ ସେଲିବ୍ରିଟି ସୋସିଆଲ ମିଡିଆରେ ଟ୍ରୋଲିଂର ସବୁବେଳେ ସାମ୍ନା କରିଥାଆନ୍ତି । କେବେ କେବେ ଷ୍ଟାର୍ସ ଟ୍ରୋଲର୍ସଙ୍କୁ ଜବାବ ଦିଅନ୍ତୁ ଆଉ କେବେ ଅଣଦେଖା କରିଦିଅନ୍ତି। ଏମିତି କିଛି ଦେଖିବାକୁ ମିଳିଛି। ନିକଟରେ କରୀନା କପୁର ଖାନ ଲାଡଲା ତୈମୁରଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ। ତାଙ୍କ ଏହି ଫଟୋ ଉପରେ ଜଣେ ୟୁଜର ଅପମାନଜନକ କମେଣ୍ଟ କରିଥିଲେ। କିନ୍ତୁ କରୀନା ଏହା ଉପରେ କୌଣସି ଜବାବ ଦେଇନଥିଲେ ।

ହେଲେ ଅଭିନେତା ଅର୍ଜୁନ କପୁର ସେହି ୟୁଜରଙ୍କୁ କଡା ଜବାବ ଦେଇ ଚର୍ଚ୍ଚାରେ ଆସିଛନ୍ତି। କରୀନାଙ୍କ ଫଟୋରେ ଅର୍ଜୁନ କମେଣ୍ଟ କରି ଲେଖିଥିଲେ ‘ପ୍ରକୃତ ନୱାବ।’ ତାଙ୍କ ଏହି କମେଣ୍ଟ ଉପରେ ଜଣେ ୟୁଜର ଲେଖିଥିଲେ, ‘ବଲିଉଡରେ ଆଉ ଜଣେ ଛୁଆ ହିନ୍ଦରୁ ମୁସଲିମ, ତୁମକୁ ଭଲ ଲାଗୁଛି।’

ଏହାର ଜବାବରେ ଅର୍ଜୁନ କହିଛନ୍ତି, ‘ଏବେ ହିନ୍ଦୁ ହେଉ କିମ୍ବା ମୁସଲିମ କଣ ଫର୍କ ପଡୁଛି। ତୁ କିଏ ହିନ୍ଦୁ, ମୁସଲିମ କହିବା ବାଲା।’ ତାଙ୍କର ଏପରି ଜବାବକୁ ବର୍ତ୍ତମାନ ସମସ୍ତେ ପ୍ରଶଂସା କରିଛନ୍ତି। ପ୍ରକାଶ ଥାଉକି ଅର୍ଜୁନ ଅନେକଥର ଟ୍ରୋଲର୍ସଙ୍କ କ୍ଲାସ ନେଇସାରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.