ETV Bharat / sitara

ଡିସେମ୍ବର 6ରେ ହେବ ପାନିପଥର ତୃତୀୟ ଯୁଦ୍ଧ, ଦେଖନ୍ତୁ ପୋଷ୍ଟର

ପୁଣି ଇତିହାସର ପୃଷ୍ଟା ଖେଲିବାକୁ ଯାଉଛି । ଏଥର ଭାରତର ସବୁଠାରୁ ବଡ ଯୁଦ୍ଧ ପାନିପଥ ତୃତୀୟ ପରଦାରେ ଦେଖିବାକୁ ପାଇବେ ଦର୍ଶକ । ଜାରି ହେଲେ ଅର୍ଜୁନଙ୍କ ‘ପାନିପଥ’ର ପ୍ରଥମ ପୋଷ୍ଟର ।

author img

By

Published : Nov 1, 2019, 7:01 PM IST

ଫଟୋ ସୌଜନ୍ୟ: ଟ୍ବିଟର@ଆଶୁତୋଷ ଗୋୱାରିକର

ମୁମ୍ବାଇ: ଭାରତ ଇତିହାସରେ ପାନିପଥ ଯୁଦ୍ଧ ଏକ ମହତ୍ବ ଘଟଣାବଳୀ । ଇତିହାସର ବିଦ୍ୟାର୍ଥ ରହିଥିବା ଲୋକ ଜାଣିଥିବେ ଏହି ଯୁଦ୍ଧରେ ହୋଇଥିବା ବିଜୟ ଓ ପରାଜୟ କିପରି ସେହି ସମୟରେ ସମାଜ ଏବଂ ସିଂହାସନକୁ ପ୍ରଭାବିତ କରିଥିଲା । ପାନିପଥର ସେହି ଇତିହାସ ପ୍ରଥମଥର ବଡ ପରଦାରେ ଦେଖିବାକୁ ପାଇବେ ଦର୍ଶକ । ଡିସେମ୍ବର 6ରେ ଏହି କାହାଣୀକୁ ନେଇ ନଜର ଆସିବେ ହ୍ୟାଣ୍ଡସମ ଅଭିନେତା ଅର୍ଜୁନ କପୁର ଓ ସଞ୍ଜୟ ଦତ୍ତ । ଯାହାର ଫାଷ୍ଟ ଲୁକ ପୋଷ୍ଟର ଜାରି କରାଯାଇଛି । ଏହାସହ ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୋଷଣା କରାଯାଇଛି । ଫିଲ୍ମ ଡିସେମ୍ବର 6ରେ ରିଲିଜ ହେବାକୁ ଯାଉଛି ।

photo
ଫଟୋ ସୌଜନ୍ୟ: ଟ୍ବିଟର@ଆଶୁତୋଷ ଗୋୱାରିକର

ଫିଲ୍ମ ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର ସୋସିଆଲ ମିଡିଆରେ ଫିଲ୍ମର ଫାଷ୍ଟ ଲୁକ ପୋଷ୍ଟର ସେୟାର କରି ଦର୍ଶକଙ୍କ ଏକ୍ସାଇଟମେଣ୍ଟ ବଢାଇ ଦେଇଛନ୍ତି । ଏହି ପୋଷ୍ଟରରେ କୌଣସି କଳାକାରଙ୍କ ଚେହେରା ଦେଖିବାକୁ ମିଳୁନାହିଁ । କେବଳ ଯୁଦ୍ଧର କିଛି ଝଲକ ଦେଖାଯାଉଛି । ଆଉ ଏହା ଉପରେ ଲେଖାଯାଇଛି, ‘ଯୁଦ୍ଧ ଯାହା ପୁରା ଇତିହାସ ପରିବର୍ତ୍ତନ କରିଦେଇଥିଲା’ ।

ପ୍ରକାଶ ଥାଉକି ଅର୍ଜୁନ ଓ ସଞ୍ଜୟଙ୍କ ବ୍ୟତୀତ ‘ପାନିପଥ’ରେ ମୁଖ୍ୟ ଭୂମିକାରେ ନଜର ଆସିବେ କ୍ରିତି ସାନନ ଓ ଲୋକପ୍ରିୟ ଅଭିନେତ୍ରୀ ଜୀନତ ଅମାନ । ଫିଲ୍ମର କାହାଣୀ ପାନିପଥର ତୃତୀୟ ଯୁଦ୍ଧ ଉପରେ ଆଧାରିତ । ଯାହା 1761 ଜାନୁଆରୀ 14ରେ ମରାଠା ଓ ଆଫଗାନିସ୍ତାନର ସୁଲତାନ ଅହମ୍ମଦ ଶାହ ଅବ୍ଦାଲି ମଧ୍ୟରେ ପାନିପଥ ଘଟିଥିଲା ।

ଅର୍ଜୁନ ଫିଲ୍ମରେ ସଦାଶିବ ରାଓ ମାଊଙ୍କ ଭୂମିକାରେ ଅଛନ୍ତି । ଯିଏ ପେଶୱା ବାଜିରାଓ ପ୍ରଥମଙ୍କ ପୁତୁରା ଏବଂ ମରାଠା ସେନାର କମାଣ୍ଡ-ଇନ-ଚିଫ ଥିଲେ । ଅନ୍ୟପଟେ ସଞ୍ଜୟ ଅଫଗାନ ସୁଲତାନ ରୋଲରେ ଦେଖାଯିବେ । ସେହିପରି କ୍ରିତି ସଦାଶିବଙ୍କ ଦ୍ବିତୀୟ ପତ୍ନୀ ପାର୍ବତୀ ବାଇ ଭୂମିକାରେ ଅଭିନୟ କରୁଥିବା ବେଳେ ଜୀନତଙ୍କ ଭୂମିକା ସକୀନା ବାଇଙ୍କର ହେବ ।

Intro:Body:

ta vauni babi

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.