ETV Bharat / sitara

‘ପାନିପଥ’ ମେକର୍ସଙ୍କୁ ଲିଗାଲ ନୋଟିସ୍

ଚର୍ଚ୍ଚିତ ଫିଲ୍ମ ‘ପାନିପଥ’ର ଏକ ଡାଇଲଗ ପାଇଁ ବିବାଦରେ ମେକର୍ସ । ପେଶୱା ଓ ତାଙ୍କ ଦ୍ବିତୀୟ ପତ୍ନୀ ମସ୍ତାନୀଙ୍କୁ ଫିଲ୍ମରେ ଅପମାନ କରାଯିବା ଅଭିଯୋଗ ଆଣିଲେ ପେଶୱାଙ୍କ ବଂଶଜ ।

author img

By

Published : Nov 29, 2019, 12:49 PM IST

panipat
ଫଟୋ ସୌଜନ୍ୟ: ଏଏନଆଇ

ମୁମ୍ବାଇ: ରିଲିଜ ପୂର୍ବରୁ ଅନେକ ସମସ୍ୟା ଘେରରେ ଫସିଯାଇଛି ହ୍ୟାଣ୍ଡସମ ଆକ୍ଟର ଅର୍ଜୁନ କପୁର ଓ ସଞ୍ଜୟ ଦତ୍ତଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ପାନିପଥ’ । ଟ୍ରେଲର ରିଲିଜ ପରଠୁ ହିଁ ବିବାଦରେ ଆସିଯାଇଥିଲା ଫିଲ୍ମ। ଏବେ ଫିଲ୍ମକୁ ନେଇ ପେଶୱା ବାଜି ରାଓଙ୍କ ବଂଶଜ ଦାବି କରିଛନ୍ତି ଯେ ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକରଙ୍କ ଫିଲ୍ମ ‘ପାନିପଥ’ରେ ମହାନ ମରାଠା ସେନାପତି ଏବଂ ତାଙ୍କ ଦ୍ବିତୀୟ ପତ୍ନୀ ମସ୍ତାନୀଙ୍କ ଅପମାନଜନକ ରୂପେ ଉପସ୍ଥାପନା କରାଯାଇଛି ।

ସେମାନେ ଘୋଷଣା କରି କହିଛନ୍ତି ଯେ ସେ ଫିଲ୍ମ ବିରୋଧରେ ଅଦାଲତର ଦ୍ବରସ୍ଥ ହେବେ । ପ୍ରକାଶ ଥାଉକି ଭୋପାଲରେ ରହୁଥିବା ପେଶୱା ବାଜିରାଓଙ୍କ ଅଷ୍ଟମତମ ପିଢିର ବଂଶଜ ନୱାବଜାଦା ଶାଦାବ ଅଲ୍ଲୀ ବହାଦୁର ଫିଲ୍ମର ନିର୍ମାତା ସୁନୀତା ଗୋୱରିକର, ରୋହିତ ସେଲତାକର ଓ ନିର୍ଦ୍ଦେଶକ ଆଶୁତୋଷଙ୍କୁ ଫିଲ୍ମରୁ ଗୋଟିଏ ଡାଇଲଗ ହଟାଇବା ପାଇଁ ଲିଗାଲ ନୋଟିସ ପଠାଇଛନ୍ତି ।

ରିଲିଜ ହୋଇଥିବା ଫିଲ୍ମ ଟ୍ରେଲରରେ ପାର୍ବତୀ ବାଇ ଭୂମିକାରେ ଅଭିନୟ କରୁଥିବା କ୍ରିତି ସାନନ ଏହି ଡାଇଲଗ କହୁଥିବାର ନଜର ଆସିଥିଲେ, ‘ମେଁନେ ସୁନା ହେ ପେଶୱା ଜବ ଅକେଲେ ମୁହିମ ପେର ଜାତେ ହେଁ, ତୋ ଏକ ମସ୍ତାନୀ କେ ସାଥ ଲୌଟତେ ହେଁ ।’ ଏହି ଡାଇଲଗକୁ ଆଧାର କରି ପେଶୱାଙ୍କ ବଂଶଜକୁ ଲାଗୁଛି ଯେ ଏହାଦ୍ବାରା ମସ୍ତାନୀ ଓ ପେଶୱା ବାଜିରାଓଙ୍କ ଅପମାନ କରାଯାଇଛି ।

ପାନିପଥର ତୃତୀୟ ଯୁଦ୍ଧର କାହାଣୀ ଫିଲ୍ମରେ ପର୍ଯ୍ୟବେଶିତ କରାଯାଇଛି । ଏହି ଯୁଦ୍ଧ 1961ରେ ମରାଠା ଓ ଅଫଗାନ ସେନା ଅହମ୍ମଦ ଶାହ ଅବ୍ଦାଲୀଙ୍କ ମଧ୍ୟରେ ହୋଇଥିଲା । ଫିଲ୍ମଟି ଡିସେମ୍ବର 6ରେ ରିଲିଜ ହେବାକୁ ଯାଉଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.