ମୁମ୍ବାଇ: ଅଭିନେତା, ପ୍ରଯୋଜକ ଅରବାଜ ଖାନ ଓ ସେକ୍କୀ ଅଭିନେତ୍ରୀ ମଲାଇକା ଅରୋରାଙ୍କ ଛାଡପତ୍ର ନେବା କଥାକୁ ତିନି ବର୍ଷ ବିତିସାରିଲାଣି । ଦୁଇଜଣ 2017ରେ ଛାଡପତ୍ର ନେଇଥିଲେ । ପରସ୍ପର ଠାରୁ ଅଲଗା ହୋଇ ଏହି ଯୋଡି ବର୍ତ୍ତମାନ ନିଜ ନିଜ ଜୀବନରେ ଆଗକୁ ବଢିସାରିଲେଣି । ଅରବାଜ ମଡେଲ ଜର୍ରିୟାଙ୍କୁ ଡେଟ କରୁଥିବା ବେଳେ ମଲାଇକା ହ୍ୟାଣ୍ଡସମ ଆକ୍ଟର ଅର୍ଜୁନ କପୁରଙ୍କ ସହ ରିଲେସନଶିପରେ ଅଛନ୍ତି । ଅରବାଜ ଓ ମଲାଇକାଙ୍କ ପୁଅ ଅରହାନ ଖାନ ମଧ୍ୟ ଅଛନ୍ତି । ଯାହାଙ୍କ କଷ୍ଟଡି ମଲାଇକାଙ୍କୁ ମିଳିଛି । ଆଉ କିଛି ଦିନ ପରେ ଅରହାନ 18 ବର୍ଷରେ ପଦାର୍ପଣ କରିବେ । ଇତିମଧ୍ୟରେ ଅରବାଜଙ୍କ ଏକ ବୟାନ ସାମ୍ନାକୁ ଆସିଛି ।
ଏକ ସାକ୍ଷାତକାରରେ ଯୋଗ ଦେଇ ଅରବାଜ ନିଜ ଛାଡପତ୍ର ବିଷୟରେ ଆଲୋଚନା କରି କହିଥିଲେ ଯେ ଯେତେବେଳେ ଆପଣଙ୍କ ସନ୍ତାନ ଥାଏ ତେବେ ଛାଡପତ୍ର ନେବା ବହୁତ କଷ୍ଟସାଧ୍ୟ ହୋଇଥାଏ । ମଲାଇକା ଓ ତାଙ୍କ ମଧ୍ୟରେ ସମ୍ପର୍କରେ ଯେବେ ଫାଟକ ସୃଷ୍ଟି ହେଲା ସେହି ସମୟରେ ଅରହାନ 12 ବର୍ଷର ଥିଲେ । ସେ ସବୁ ବୁଝି ପାରୁଥିଲେ । ସେ ଜାଣିଥିଲେ କି ପିତା-ମାତାଙ୍କ ମଧ୍ୟରେ କଣ ଚାଲିଥିଲା । ତାଙ୍କୁ ଅଧିକ ବୁଝିବାକୁ ଆଉ ପଡିନଥିଲା ।
ମଲାଇକାଙ୍କୁ ପୁଅର କଷ୍ଟଡି ମିଳିବା ପ୍ରଶ୍ନ ଉପରେ ଅରବାଜ କହିଥିଲେ କି ସବୁବେଳେ ତାଙ୍କ ସହ ଠିଆ ହୋଇଆସୁଛି । ମଲାଇକାଙ୍କୁ ତାଙ୍କ କଷ୍ଟଡି ମିଳିଲା । ଯାହା ପାଇଁ ସେ କୌଣସି ଲଢେଇ ମଧ୍ୟ କରିନଥିଲେ । କାରଣ ତାଙ୍କୁ ଲାଗିଥିଲା ଯେ ସନ୍ତାନକୁ ସବୁବେଳେ ମା'ର ଆବଶ୍ୟକତା ରହିଥାଏ । ଆଉ ଅରହାନଙ୍କୁ ମଧ୍ୟ ଥିଲା । ଆସନ୍ତା ବର୍ଷ ଅରହାନ 18 ବର୍ଷର ହୋଇଯିବେ । ସେ ନିଜେ ସ୍ଥିର କରିବାପିରେ କି ତାଙ୍କୁ କଣ କରିବାର ଅଛି, କାହା ସହ ରହିବେ ।