ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଚଳିତ ମାସରେ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି । ନିକଟରେ ଅନୁଷ୍କା ବିରାଟଙ୍କ ସହ ଡାକ୍ତରଙ୍କ କ୍ଲିନିକ ଯାଉଥିବାର ଦେଖିବାକୁ ମିଳିଥିଲା ।
ବର୍ତ୍ତମାନ ଅନୁଷ୍କା କହିଛନ୍ତି ଯେ, ତାଙ୍କୁ ଗର୍ଭାବସ୍ଥାରେ ବହୁତ କିଛି ଖାଇବାକୁ ଇଚ୍ଛା ହେଉଛି । ଯାହାକୁ ନେଇ ଅନୁଷ୍କା ଗୁପଚୁପର ଫଟୋ ଇନଷ୍ଟାରେ ସେୟାର କରିଛନ୍ତି ।
ଅନୁଷ୍କା ଇନଷ୍ଟାଗ୍ରାମ ଷ୍ଟୋରୀରେ ଗୁପଚୁପର ଫଟୋ ସେୟାର କରି କହିଛନ୍ତି ଯେ, ସେ ଘରେ ବସି ଗୁପଚୁପ ଖାଉଛନ୍ତି । ନିକଟରେ ଅନୁଷ୍କା ଏବଂ ବିରାଟ ବାଲକୋନୀରେ ଜଳଖିଆ ଖାଉଥିବା ଫଟୋ ମଧ୍ୟ ସାମ୍ମନାକୁ ଆସିଥିଲା ।
ପ୍ରକାଶ ଥାଉ ଯେ, ଅନୁଷ୍କା କିଛି ଦିନ ପୂର୍ବରୁ ଏକ ସାକ୍ଷାତକାରରେ କହିଥିଲେ ଯେ, ପ୍ରସବ ପରେ ସେ ଯଥାଶୀଘ୍ର କାମକୁ ଫେରିବାକୁ ଚେଷ୍ଟା କରିବେ । ତେବେ ଅନୁଷ୍କା ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ରର ଘୋଷଣା କରିନାହାଁନ୍ତି ।