ETV Bharat / sitara

ଅନୁରାଗ କଶ୍ୟପଙ୍କ ଟାର୍ଗେଟରେ ରାହୁଲ-ମମତା - mamata banarjee

ରାହୁଲ ଗାନ୍ଧୀ ଓ ମମତା ବାନର୍ଜୀଙ୍କ ଇସ୍ତଫାକୁ ନେଇ ଜବାବ ଦେଇଛନ୍ତି ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ । ଟ୍ବିଟ କରି ନିଜ ମତ ରଖିଛନ୍ତି ଅନୁରାଗ ।

ଡିଜାଇନ ଫଟୋ
author img

By

Published : May 27, 2019, 12:15 PM IST

Updated : May 27, 2019, 2:13 PM IST

ହାଇଦ୍ରାବାଦ: ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି । 2019 ଲୋକସଭା ନିର୍ବାଚନରେ ରାହୁଲ ଓ ମମତାଙ୍କ ଶୋଚନୀୟ ପରାଜୟ ପରେ ନିଜର ଇସ୍ତଫା ପଦ ଦଳକୁ ପ୍ରଦାନ କରିଥିଲେ ମାତ୍ର ଦଳ ଏହାକୁ ପ୍ରତ୍ୟାଖାନ କରିଦେଇଥିଲା । ଏହା ଉପରେ ନିଜର ମତ ରଖିଛନ୍ତି ନିର୍ମାତା ଅନୁରାଗ କଶ୍ୟପ ।

anurag kasyap
ଫଟୋ ସୌଜନ୍ୟ: ଟ୍ବିଟର/Anurag Kashyap

ଅନୁରାଗ କହିଥିଲେ, ମମତା ଦିଦି ଓ ରାହୁଲ ଗାନ୍ଧୀ ଇସ୍ତଫା ଦେଲେ, ମାତ୍ର ଦଳ ଖାରଜ କରିଦେଲା । ଆମେ ମୁର୍ଖ ହେବାର ଅଭିନୟ କରିପାରିବା ଓ ଏହାକୁ ସତ ବୋଲି ମାନିପାରିବା କିନ୍ତୁ ଆମର ବୁଦ୍ଧିମତା ଏହାକୁ ମାନିବାକୁ ପ୍ରସ୍ତୁତ ନୁହେଁ ବୋଲି କହିଛନ୍ତି ଅନୁରାଗ ।

ତେବେ ପ୍ରକାଶ ଥାଉକି, ଚଳିତ ବର୍ଷ ନିର୍ବାଚନରେ ପ୍ରାୟ 300 ଆସନରେ ବିଜେପି ବିଜୟୀ ହୋଇଥିଲା ଓ କଂଗ୍ରେସର ଶୋଚନୀୟ ଭାବରେ ପରାଜୟ ହେବା ସହ ଆମେଥିର ସିଂହାସନ ମଧ୍ୟ ହାରିଥିଲା । ଏହାପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଇସ୍ତଫା ପତ୍ର ଦେଇଥିଲେ କିନ୍ତୁ ଦଳ ଏହାକୁ ପ୍ରତ୍ୟାଖାନ କରିଦେଇଥିଲା ।

ଅନ୍ୟପକ୍ଷେ ମମତା ବାନାର୍ଜି ମଧ୍ୟ ଇସ୍ତଫା ଦେଇଥିଲେ ହେଲେ ଏହାକୁ ଦଳ ସ୍ବୀକାର କରିନଥିଲା । ତେବେ ଅନୁରାଗ ସୋସିଆଲ ମିଡିଆରେ ନିଜ ମତ ରଖିବାକୁ କେବେବି ଡରନ୍ତି ନାହିଁ । କିଛିଦିନ ତଳେ ଅନୁରାଗ ମୋଦିଙ୍କୁ ଟ୍ବିଟ କରି ତାଙ୍କ ଝିଅଙ୍କୁ ବଳାତ୍କାର ଧମକ ଦେଉଥିବା ଟ୍ରୋଲର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଥିଲେ ।

Intro:Body:Conclusion:
Last Updated : May 27, 2019, 2:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.