ମୁମ୍ବାଇ: ଫେମସ ଆକ୍ଟର ଅନୁପମ ଖେର ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ନଜର ଆସନ୍ତି । ସେ ସବୁ ସାମାଜିକ ପ୍ରସଙ୍ଗ ଉପରେ ବିନ୍ଦାସ ଅନ୍ଦାଜରେ ନିଜ ପ୍ରତିକ୍ରିୟା ରଖନ୍ତି । ଇତିମଧ୍ୟରେ ତାଙ୍କର ଏକ ଟ୍ବିଟ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ସାୟରୀ ଲେଖିଥିବାର ନଜର ଆସୁଛନ୍ତି ।
ସେ ଟ୍ବିଟ କରି ଲେଖିଛନ୍ତି, ‘ମିଛ ଏଥି ନିମନ୍ତେ ସହଜରେ ବିକି ଯାଉଛି, କାରଣ ସତକୁ କିଣିବା ପାଇଁ ସମସ୍ତେ ସାମର୍ଥ୍ୟ ନୁହେଁ ।’ ଏହାପୂର୍ବରୁ ମଧ୍ୟ ସେ ଏକ ଟ୍ବିଟ କରି ଲେଖିଥିଲେ, ‘ଲହରେଂ କୋ ଖାମୋଶ ଦେଖକର, ୟେ ନା ସମଝନା କି ସମନ୍ଦର ମେଂ ରୱାନୀ ନେହିଂ ହେ, ହମ ଜବ ଭି ଉଠେଙ୍ଗେ, ତୁଫାନ ବନକର ଉଠେଙ୍ଗେ, ବସ ଉଠନେ କି ଅଭି ଠାନି ନେହିଂ ହେ ।’ ଏହି ଦୁଇ ଟ୍ବିଟରେ ସେ କାହାରି ମଧ୍ୟ ନାମ ନେଇ ନାହାଁନ୍ତି।
ହେଲେ ତାଙ୍କ ଟ୍ବିଟରୁ ଏହା ସ୍ପଷ୍ଟ ହେଉଛି ଯେ ବର୍ତ୍ତମାନ ଦେଶର ପରିସ୍ଥିତିକୁ ନେଇ ସେ କଟାକ୍ଷ କରିଛନ୍ତି। ଅନୁପମ ସେହି ସମୟରେ ଚର୍ଚ୍ଚାରେ ଆସିଥିଲେ, ଯେବେ ସେ ଅଭିନେତା ନାସିରୁଦ୍ଦୀନ ଶାହ ଜୋକର କହିବାର ପ୍ରତି ଉତ୍ତର ଦେଇଥିଲେ ।