ETV Bharat / sitara

ସୁଶାନ୍ତଙ୍କ ମୃତ୍ୟୁ ପରେ ଯୁବପିଢିଙ୍କୁ ଅନୁପମଙ୍କ ବିଶେଷ ବାର୍ତ୍ତା - ସୁଶାନ୍ତଙ୍କ ମୃତ୍ୟୁ ପରେ ଯୁବପିଢିମାନଙ୍କୁ ଏକ ବିଶେଷ ବାର୍ତ୍ତା ଦେଲେ

ସୁଶାନ୍ତଙ୍କ ଆତ୍ମହତ୍ୟା ଖବରରେ ଏକ ପ୍ରଶ୍ନ ଉଙ୍କି ମାରୁଛି ଯେ, ଯେଉଁ ବ୍ୟକ୍ତି ଯିଏ ସର୍ବଦା ହସୁଥାଏ ସେ କିପର ନିଜ ଜୀବନକୁ ଏହିପରି ଶେଷ କରିପାରିବ । ଏହି ଖବର ଯୁବ ପିଢିମାନଙ୍କୁ ବହୁତ ଆଘାତ ଦେଇଛି । ଏଭଳି ପରିସ୍ଥିତିରେ ଅନୁପମ ଖେର ଏକ ଭିଡିଓ ସେୟାର କରିଛନ୍ତି । ଅଧିକ ପଢନ୍ତୁ...

anupam kher message for young dreamers
ସୁଶାନ୍ତଙ୍କ ମୃତ୍ୟୁ ପରେ ଯୁବପିଢିମାନଙ୍କୁ ଏକ ବିଶେଷ ବାର୍ତ୍ତା ଦେଲେ ଅନୁପମ
author img

By

Published : Jun 17, 2020, 10:09 PM IST

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତରେ ସାରା ଦେଶରେ ଶୋକର ଲହରୀ ଖେଳିଯାଇଛି । ଏହି ଖବର ଯୁବପିଢିମାନଙ୍କୁ ବହୁତ ଆଘାତ ଦେଇଛି । ଏଥି ସହିତ, ତାଙ୍କ ସ୍ୱପ୍ନରେ ମଧ୍ୟ ଆଘାତ ଲାଗିଛି, ଯେଉଁ କଳାକାରମାନେ କ୍ୟାରିୟର କରିବାକୁ ମୁମ୍ବାଇ ଯିବାକୁ ଚିନ୍ତା କରନ୍ତି ।

ଏଭଳି ପରିସ୍ଥିତିରେ ଅନୁପମ ଖେର ଯୁବ ପିଢିମାନଙ୍କ ପାଇଁ ଏକ ଭିଡିଓ ସେୟାର କରି ଏକ ବିଶେଷ ବାର୍ତ୍ତା ଦେଇଛନ୍ତି ।

ଭିଡିଓ ମାଧ୍ୟମରେ ସାହସ ବଜାୟ ରଖିବାକୁ ଅନୁପମ ସମସ୍ତଙ୍କୁ ନିବେଦନ କରିଛନ୍ତି ।

ଅନୁପମ କହିଥିଲେ, ସମସ୍ତଙ୍କ ଜୀବନରେ କଷ୍ଟଦାୟକ ସମୟ ଆସିଥାଏ, ସମସ୍ତେ ଏକାକୀ ଅନୁଭବ କରନ୍ତି । କିନ୍ତୁ, ସେହି ସମୟରେ ନିଜକୁ ପରିଚାଳନା କରିବା ଏକ କଳା ଅଟେ । ତାହା ହେଉଛି ଶକ୍ତି ଯାହା ଆପଣମାନଙ୍କୁ ଭାଙ୍ଗିବାକୁ ଦେବ ନାହିଁ ।

ଅନୁପମ ଆଗକୁ କହିଛନ୍ତି, ଯେତେବେଳେ ମୁଁ ବଲିଉଡକୁ ଆସିଥିଲି, ମୋତେ କୁହାଯାଇଥିଲା ଯେ କେଶ ବିନା ମୁଁ କିଛି କରିପାରିବି ନାହିଁ । କୁହାଯାଇଥିଲା ଯେ, ଟ୍ୟାଲେଣ୍ଟ ତ ସମସ୍ତଙ୍କ ପାଖରେ ଥାଏ, କିନ୍ତୁ କେଶ ରହିବା ଜରୁରୀ ଅଟେ ।

ଅନୁପମ ଭିଡିଓରେ ତାଙ୍କ ପିତାଙ୍କ ଶିକ୍ଷାକୁ ମଧ୍ୟ ମନେ ପକାଇଥିଲେ, ଯେଉଁ କାରଣରୁ ସେ ସେହି କଷ୍ଟ ସମୟରେ ସାହସ ହରାଇ ନଥିଲେ । ସେ କୁହନ୍ତି, ଯେତେବେଳେ ମୁଁ ପ୍ଲାଟଫର୍ମରେ ଶୋଇଥିଲି, ମୋତେ ଖରାପ ଲାଗୁଥିଲା । କିନ୍ତୁ ମୋ ବାପା ମୋତେ କହିଥିଲେ, ଜଣେ ଓଦା ବ୍ୟକ୍ତି ବର୍ଷାକୁ ଭୟ କରିବା ଉଚିତ୍ ନୁହେଁ । ମୁଁ ତୁମ ସମସ୍ତଙ୍କୁ ସମାନ କଥା କହିବାକୁ ଚାହେଁ, ସ୍ୱପ୍ନ ଦେଖିବାକୁ ଭୟ କର ନାହିଁ । ତୁମର କାମରେ ବିଶ୍ୱାସ ରଖ । ପିତାମାତାଙ୍କ ଆଶୀର୍ବାଦରେ ବହୁତ ଶକ୍ତି ଅଛି ।

ଯୁବପିଢିମାନଙ୍କୁ ବଲିଉଡରେ ଆତ୍ମବିଶ୍ୱାସ କରିବାକୁ ନିବେଦନ କରିଛନ୍ତି । ଇଣ୍ଡଷ୍ଟ୍ରିରେ ବହୁତ ଭଲ ଲୋକ ଅଛନ୍ତି ଯେଉଁମାନେ ଆପଣଙ୍କୁ ସଫଳତା ଆଡକୁ ନେଇଯିବେ । ଏହା ସହ ସେ ମୁମ୍ବାଇକୁ ଦୁନିଆର ସବୁଠାରୁ ଦୟାଳୁ ସହର ବୋଲି କହିଛନ୍ତି, ଯାହା ଲକ୍ଷ ଲକ୍ଷ ଲୋକମାନଙ୍କ ସ୍ୱପ୍ନକୁ ପୂରଣ କରିଛି ।

ବ୍ୟୁରୋ ରିପୋର୍ଟ, ଇଟଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.