ETV Bharat / sitara

ଶାହାଜାନଙ୍କ ଚରିତ୍ରରେ ମିଷ୍ଟର ଝକ୍କାସ

ଐତିହାସିକ ଫିଲ୍ମ 'ତଖ୍ତ'କୁ ନେଇ ଖୁବ୍ ଉତ୍ସାହିତ ଅନିଲ କପୁର । ପ୍ରଥମଥର ଐତିହାସିକ ରୋଲରେ ସେ ନଜର ଆସିବାକୁ ଯାଉଛନ୍ତି । ଯାହା ସେ କେବେ ନିଜ 30 ବର୍ଷ କ୍ୟାରିଅରରେ କରିନାହାଁନ୍ତି ।

author img

By

Published : Mar 26, 2019, 11:04 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଅନିଲ କପୁର

ନୂଆଦିଲ୍ଲୀ: ବି-ଟାଉନର ଝକ୍କାସ ଷ୍ଟାର ଅନିଲ କପୁର ନିଜ 30 ବର୍ଷ ଫିଲ୍ମ କ୍ୟାରିୟରେ ଭିନ୍ନ ଭିନ୍ନ ଭୂମିକାରେଦର୍ଶକଙ୍କମନ କିଣିବାରେ ସଫଳ ହୋଇପାରିଛନ୍ତି । କିନ୍ତୁ ଏବେ ସେ ଏମିତି ଏକ ରୋଲକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି , ଯେଉଁ ଭୂମିକାରେ ସେ ପ୍ରଥମଥର ନଜର ଆସିବେ । ସେ 63 ବର୍ଷ ବୟସରେ ପ୍ରଥମଥର ଏପରି କାମ କରିବାକୁ ନେଇ ଅନାଇ ବସିଛନ୍ତି । ଆପଣ ମଧ୍ୟ ଚିନ୍ତାରେ ପଡିଯାଇଥିବେ ଯେ ଏମିତି କଣ କରିବାକୁ ଯାଉଛନ୍ତି ଅନିଲ , ଯାହା ସେ ଆଦୌ କରିନାହାଁନ୍ତି...

ତେବେ ଜଣାଇ ଦେଉଛୁ ଯେ ନିଜ ଦୀର୍ଘ ଫିଲ୍ମ କ୍ୟାରିୟରରେ ପ୍ରଥମଥର ଚର୍ଚ୍ଚିତ ପିରିୟଡ ଡ୍ରାମା ଫିଲ୍ମ 'ତଖ୍ତ'ରେ ଐତିହାସିକ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି । ଯାହାକୁ ନେଇ ସେ ଖୁବ୍ ଉତ୍ସାହିତ ।

ଫିଲ୍ମ ନିର୍ମାତା କରନ ଜୋହରଙ୍କ ନିର୍ଦ୍ଦେଶନାରେ ତିଆରି ହେଉଥିବା 'ତଖ୍ତ'ରେ ଅନିଲ ଶାହଜାହା୍ଙ୍କ ଭୂମିକାରେ ଅଭିନୟ କରିବେ । ଏହି ଅବସରରେ ଅନିଲ ମିଡିଆକୁ କହିଛନ୍ତି କି ପ୍ରଥମଥର ସେ ଐତିହାସିକ ଚରିତ୍ରରେ ନଜର ଆସିବେ । ଜଣେ କଳାକାର ପାଇଁ ଏହା ଅନେକ ଭାବନାର ସମ୍ମାନ ଭଳି । ଯେ ପର୍ଯ୍ୟନ୍ତ ସେ ଏହି କାମ ଠିକ୍ ରୂପେ ନକରିଛନ୍ତି, ସେ ପର୍ଯ୍ୟନ୍ତ ସେ ଶାନ୍ତିରେ ବସିପାରିବେ ନାହିଁ ।

ମୁଗଲ ଯୁଗର ପୃଷ୍ଠଭୂମି ଉପରେ ନିର୍ମିତଏହି ଫିଲ୍ମରେ ଯୋଦ୍ଧା ବାଇଙ୍କ ରକ୍ତାକ୍ତ କାହାଣୀ ଦେଖିବେ ଦର୍ଶକ । ଅନିଲଙ୍କ ବ୍ୟତୀତ ଫିଲ୍ମରେ ଅଭିନେତ୍ରୀ କରୀନା କପୁର ଖାନ, ରଣଭୀର ସିଂହ, ଆଲିୟା ଭଟ୍ଟ, ବିକ୍କୀ କୌଶଲ, ଭୂମି ପେଡନେକର, ଜାହ୍ନବୀ କପୁର ମଧ୍ୟ ମୁଖ୍ୟ ଭୂମିକାରେ ଦେଖାଯିବେ । ଆଉ କିଛି ମାସ ପରେ ଫିଲ୍ମର ସୁଟିଂ ଆରମ୍ଭ ହେବ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.