ETV Bharat / sitara

ଖୁସିରେ ପାଗଳ ମିଷ୍ଟର ଝକ୍କାସ - success

ବର୍ତ୍ତମାନ ବକ୍ସ ଅଫିସରେ ରାଜ୍ କରୁଛି ମଲ୍ଟି ଷ୍ଟାରର ଫିଲ୍ମ ଟୋଟାଲ ଧମାଲ । ଏହାକୁ ନେଇ ଖୁବ୍ ଖୁସି ଅଛନ୍ତି ମିଷ୍ଟର ଝକ୍କାସ ଅନିଲ କପୁର ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଅନିଲ କପୁର
author img

By

Published : Mar 21, 2019, 10:36 PM IST

ନୂଆଦିଲ୍ଲୀ: ବର୍ତ୍ତମାନ ବକ୍ସ ଅଫିସରେ ମଲ୍ଟି ଷ୍ଟାରର କମେଡି ଫିଲ୍ମ 'ଟୋଟାଲ ଧମାଲ'ର ଯାଦୁ ଦେଖିବାକୁ ମିଳୁଛି । ଯାହାକୁ ନେଇ ଖୁସି ଅଛନ୍ତି ବଲିଉଡର ମିଷ୍ଟର ଝକ୍କାସ ଅନିଲ କପୁର । ଏହି ଅବସରରେ ସେ କହିଛନ୍ତି କି ତାଙ୍କ ପାଇଁ ବ୍ୟବସାୟିକ ସଫଳତା ଅଧିକ ମହତ୍ବପୂର୍ଣ୍ଣ ।

ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଅନିସ, ଅଜୟ ଦେବଗନ, ମାଧୁରୀ ଦୀକ୍ଷିତ, ରିତେଶ ଦେଶମୁଖ, ଅର୍ଶଦ ୱାରସୀ, ଜାଭେଦ ଜଫରୀ, ସଞ୍ଜୟ ମିଶ୍ରା, ବୋମନ ଇରାନୀ, ଈଶା ଗୁପ୍ତା, ରାଜପାଲ ଯାଦବ ।

ନିକଟରେ ଏକ ସାକ୍ଷାତକାରରେ ସାମିଲ ହୋଇଥିବା ଅନିଲ କହିଥିଲେ କି ଫିଲ୍ମ ବ୍ୟାପକ ରୂପେ ଦର୍ଶକଙ୍କ ମନୋରଞ୍ଜନ କରିବାରେ ସଫଳ ହୋଇପାରିଛି । ଏହି ସଫଳତା ତାଙ୍କ ପାଇଁ ଅଧିକ ସନ୍ତୋଷ ଆଣିଦେଇଛି । ସେ କିପରି ଫିଲ୍ମର ଚୟନ କରନ୍ତି ତାହା ମଧ୍ୟ ସମସ୍ତଙ୍କୁ ଜଣାଇଥିଲେ ।

ସେ କହିଥିଲେ କି ଯଦି ତାଙ୍କୁ ଲାଗିଥାଏ କୌଣସି ପ୍ରୋଜେକ୍ଟକୁ ପୂରା ମନରୁ କରିପାରିବି, ତେବେ ସେହି ପ୍ରୋଜେକ୍ଟ ସହ ସେ ଆଗକୁ ବଢିଥାନ୍ତି । ତାଙ୍କ ଫିଲ୍ମ 'ଟୋଟାଲ ଧମାଲ' ଭାରତରେ 150 କୋଟି ଆୟ କରିବାକୁ ନେଇ ସେ ଖୁବ୍ ରୋମାଞ୍ଚିତ ।

ପ୍ରକାଶ ଥାଉକି ଇନ୍ଦ୍ର କୁମାରଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମ ସଫଳ ଫ୍ରାଞ୍ଚାଇଜି 'ଧମାଲ'ର ତୃତୀୟ ଫିଲ୍ମ ।

Intro:Body:

ହୁବଳି: ଆପଣଙ୍କ ଫୋନ ଯଦି କେଉଁଠି ଚୋରି କମ୍ବା ହଜିଯାଏ, ତେବେ ଏହାକୁ ପୁନଃ ପାଇବା କଷ୍ଟକର ।  ଆପଣ ନିଜ ଫୋନ ପାଇବା ପାଇଁ ନିଶ୍ଚୟ ପୋଲିସର ସହାୟତା ନେବେ । ବାସ୍ତବ କଥା ହେଲା IMEI ନମ୍ବରରୁ ଟ୍ରେସ କରି ଫୋନ ପାଇବା ଟେକନିକ ଆଉ କାମ ଦେବନି । କାହିଁକି ନା ଆପଣଙ୍କ ଫୋନର ଏହି ୟୁନିକ ନମ୍ବର ବିଲକୁଲ ବି ସୁରକ୍ଷିତ ନୁହେଁ । କାରଣ ଆପଣଙ୍କ ଏହି IMEI ନମ୍ବରକୁ ଚୋରମାନେ ଅତି ସହଜରେ ପରିବର୍ତ୍ତନ କରିଦେଉଛନ୍ତି । 

ୟୁନିକ ନମ୍ବରକୁ ଟ୍ରେସ କରି ଫୋନ ପାଖରେ ପହଞ୍ଚିବା, ପୁରୁଣା ଟେକନିକ ଥିଲା । ମାତ୍ର ଏକ ସଫ୍ଟୱେର ମାଧ୍ୟମରେ କିଛି ହ୍ୟାକର ଏହି ନମ୍ବରକୁ ଅତି ସହଜରେ ପରିବର୍ତ୍ତନ କରୁଥିବା ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ତେବେ କିଛି ନାମୀଦାମୀ କମ୍ପାନୀର ଫୋନରେ IMEI ନମ୍ବର ଥାଏ, ଯାହା ଟ୍ୟାମ୍ପର ପ୍ରୁଫ ହୋଇଥିବା ସହ ଏହାକୁ ପରିବର୍ତ୍ତନ କରିବାକୁ 5 ମିନିଟ ସମୟ ଲାଗିଥାଏ । 

ତେବେ କିଛି ବର୍ଷ ପୂର୍ବରୁ ସାଧାରଣ ଲୋକଙ୍କୁ ଲାଗୁଥିଲା, IMEI ନମ୍ବର ଏକଦମ ସୁରକ୍ଷିତ ଏବଂ ଏହାକୁ କେହି ହ୍ୟାକ କରି ପାରିବେନି । ହେଲେ ଏବେ IMEI ନମ୍ବର ହ୍ୟାକ ହେଉଥିବାରୁ ମୋବାଇଲ ଚୋରି ହେଲେ ମିଳିବା କହିବା କଷ୍ଟକର ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.