ETV Bharat / sitara

ଅନନ୍ୟାଙ୍କ ମୁହଁ ବନ୍ଦ କରିଦେଲେ ସିଦ୍ଧାନ୍ତ

author img

By

Published : Jan 2, 2020, 5:35 PM IST

ପୁଣି ବଲିଉଡରେ ପରିବାରବାଦକୁ ନେଇ ଲଢେଇ । ନବାଗତ ଅଭିନେତ୍ରୀ ଓ ଅଭିନେତାଙ୍କ ମଧ୍ୟରେ ଯୁକ୍ତିତର୍କ । ଯାହାର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଏବେ ଦେଖିବାକୁ ମିଳୁଛି । ଏଥର ଏହି ପ୍ରସଙ୍ଗ ଉପରେ ଅନନ୍ୟା ପାଣ୍ଡେଙ୍କ କଥାକୁ କାଟୁଥିବାର ନଜର ଆସୁଛନ୍ତି ସିଦ୍ଧାନ୍ତ ।

sidhant chaturvedi and ananya pandey
ଡିଜାଇନ ଫଟୋ

ମୁମ୍ବାଇ: ବଲିଉଡରେ ପରିବାରବାଦକୁ ନେଇ ସବୁବେଳେ ଯୁକ୍ତିତର୍କ ଦେଖିବାକୁ ମିଳିଥାଏ । କିଛି ଷ୍ଟାର୍ସ ପରିବାରବାଦ ଉପରେ ନିର୍ଭର କରୁଥିବା ବେଳେ ଆଉ କିଛି ଷ୍ଟାର୍ସ ଏହା ବିରୋଧରେ ଖୁଲମଖୁଲା ଯୁକ୍ତି କରନ୍ତି । ବର୍ତ୍ତମାନ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ପରିବାରବାଦ ଉପରେ କିଛି ଷ୍ଟାର୍ସ ଯୁକ୍ତିତର୍କ କରୁଥିବାରୁ ନଜର ଆସୁଛନ୍ତି ।

ଏହି ଭିଡିଓରେ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦ ଇୟର 2’ ଜରିଆରେ ବଲିଉଡରେ ଏଣ୍ଟ୍ରି କରିଥିବା ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଓ ‘ଗଲି ବୟ’ ଆକ୍ଟର ସିଦ୍ଧାନ୍ତ ଚତୁର୍ବେଦୀ ପରିବାରବାଦ ବିଷୟରେ କଥା ହେଉଛନ୍ତି । ଅନନ୍ୟା ଯେଉଁଠାରେ ପରିବାରବାଦ ସପକ୍ଷରେ କହୁଥିବାର ଦେଖାଯାଉଛନ୍ତି । ସେହିଠାରେ ସିଦ୍ଧାନ୍ତଙ୍କ ପଦେ କଥାରେ ସମସ୍ତଙ୍କ ପାଟି ବନ୍ଦ ହୋଇଯାଇଛି।

ଏହି ଭିଡିଓଟି ରାଜୀବ ମସନ୍ଦଙ୍କ ଏକ ସାକ୍ଷାତକାରର । ପରିବାରବାଦ ଉପରେ କଥା ହୋଇ ଅନନ୍ୟା କହୁଛନ୍ତି ଯେ ତାଙ୍କ ପାଇଁ ଭଲ ଥିଲା ଯେ ତାଙ୍କୁ ସବୁ ସହଜରେ ମିଳିଗଲା । ସେ ସବୁବେଳେ ଅଭିନେତ୍ରୀ ହେବାକୁ ଚାହୁଁଥିଲେ । ସମସ୍ତଙ୍କୁ ଲାଗୁଛି ଆମକୁ ସଂଘର୍ଷ କରିବାକୁ ପଡିନାହିଁ । ଆମକୁ ସଂଘର୍ଷର କୌଣସି ଆବଶ୍ୟକ ନାହିଁ । ହେଲେ ବାସ୍ତବରେ ଏମିତି କିଛି ହୋଇନଥାଏ । ଆମକୁ ବି ସଂଘର୍ଷ କରିବାକୁ ପଡିଥାଏ ।

ଅନନ୍ୟାଙ୍କ ଏହି କଥା ଶୁଣି ସିଦ୍ଧାନ୍ତ କହିଛନ୍ତି ଯେ ସମସ୍ତଙ୍କର ଭିନ୍ନ ଭିନ୍ନ ଯାତ୍ରା ଥାଏ । କେବଳ ପାର୍ଥକ୍ୟ ହେଲା ଯେଉଁଠାରେ ଆମ ସ୍ବପ୍ନ ପୂରଣ ହେଉଛି, ସେହିଠାରେ ଏମାନଙ୍କ ସଂଘର୍ଷ ଆରମ୍ଭ ହେଉଛି । ସିଦ୍ଧାନ୍ତଙ୍କ ଏହି ପଦ କଥାରେ ଖୁସି ହୋଇଯାଇଛନ୍ତି ତାଙ୍କ ପ୍ରଶଂସକ । ତାଙ୍କ ଭିଡିଓ ସୋସିଆଲରେ ଖୁବ୍ ଭାଇରାଲ କରିବାରେ ଲାଗିଛନ୍ତି ଫ୍ୟାନ୍ସ ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.