ETV Bharat / sitara

ହ୍ରିତିକଙ୍କ ପାଇଁ ଗର୍ବିତ ସୁପର 30 ପ୍ରତିଷ୍ଠାତା

author img

By

Published : Mar 17, 2020, 12:26 PM IST

Updated : Mar 17, 2020, 1:27 PM IST

ଟ୍ବିଟ କରି ଲୋକପ୍ରିୟ ଅଭିନେତା ହ୍ରିତିକ ରୋଶନଙ୍କ ଗୁଣ ଗାନ କଲେ ବିହାର ଗଣିତଜ୍ଞ ଆନନ୍ଦ କୁମାର। ଗତ ବର୍ଷ ରିଲିଜ ହୋଇଥିବା ହ୍ରିତିକଙ୍କ ଅଭିନୀତ ଫିଲ୍ମ ‘ସୁପର 30’ ତାଙ୍କ କାହାଣୀକୁ ନେଇ ଆଧାରିତ ।

_anand kumar praised hrithik roshan
ଡିଜାଇନ ଫଟୋ

ମୁମ୍ବାଇ: ସୁପରଷ୍ଟାର ହ୍ରିତିକ ରୋଶନ ‘ସୁପର 30’ ଫିଲ୍ମ ପାଇଁ ପୁରସ୍କାର ପାଇବାରେ ଲାଗିଛନ୍ତି । କିଛି ଦିନ ପୂର୍ବୁର ତାଙ୍କୁ ଜି ସିନେ ଆୱାର୍ଡ୍ସରେ ଗଣିତଜ୍ଞ ଆନନ୍ଦ କୁମାରଙ୍କ ଭୂମିକା ପାଇଁ ପୁରସ୍କାର ମିଳିଥିଲା । ସେହିପରି ସେ ନିକଟରେ ଦାଦା ସାହେବ ଫାଲକେ ପୁରସ୍କାରରେ ପୁରସ୍କୃତ ହୋଇଥିଲେ। ହ୍ରିତିକଙ୍କୁ ବାରମ୍ବାର ମିଳୁଥିବା ଏହି ସଫଳତାରେ ବିହାର ଗଣିତଜ୍ଞ ଆନନ୍ଦ କୁମାର ମଧ୍ୟ ଖୁବ୍ ଖୁସି ନଜର ଆସୁଛନ୍ତି ।

ସେ ସୋସିଆଲ ମିଡିଆରେ ହ୍ରିତିକଙ୍କ ପାଇଁ ଖୁସି ପ୍ରକାଶ କରିଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି, ‘ସୁପର 30 ଐତିହାସିକ ଅଭିନୟ ପାଇଁ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାରରେ ସମ୍ମାନିତ ହ୍ରିତିକଙ୍କ ଉପରେ ସୁପର 30 ପରିବାର ଗର୍ବିତ ଅନୁଭବ କରୁଛି। ସେମିତି ଦେଖିବାକୁ ଗଲେ ସବୁଠାରୁ ବଡ ଆୱାର୍ଡ ଦର୍ଶକ ଆପଣଙ୍କୁ ଦେଇସାରିଛନ୍ତି । କାଲି ଯେତେବେଳେ 8 ମାସ ପରେ ଟିଭିରେ ସୁପର 30 ଫିଲ୍ମ ପ୍ରସାରିତ ହୋଇଥିଲା । ଏପଟେ ମୋ ଇନବକ୍ସ ପୁଣିଥରେ ଶୁଭେଚ୍ଛାରେ ଭରିଯାଇଥିଲା।’

tweet
ଫଟୋ ସୌଜନ୍ୟ: ଟ୍ବିଟର@ଆନନ୍ଦ କୁମାର

ପ୍ରକାଶ ଥାଉକି ଗତ ବର୍ଷ ଅଗଷ୍ଟରେ ରିଲିଜ ହୋଇଥିବା ଏହି ଫିଲ୍ମରେ ହ୍ରିତିକ ଗଣିତଜ୍ଞ ଆନନ୍ଦ କୁମାରଙ୍କ ଭୂମିକାରେ ନଜର ଆସିଥିଲେ। ବିହାରର ପଟନାରେ ରହୁଥିବା ଆନନ୍ଦ ଆଇଆଇଟି ପରୀକ୍ଷା ପାଇଁ ଗରିବ ଛାତ୍ରଛାତ୍ରୀଙ୍କୁ ମାଗଣାରେ ସୁପର 30 କ୍ଲାସ ଜରିଆରେ ପାଠ ପଢାଉଛନ୍ତି।

Last Updated : Mar 17, 2020, 1:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.