ETV Bharat / sitara

ଦେଶରେ ଶାନ୍ତି କାମନା କରୁଛନ୍ତି ବିଗବି

author img

By

Published : Jun 25, 2020, 9:08 PM IST

ସୋସିଆଲ ମିଡିଆ ପୋଷ୍ଟକୁ ନେଇ ପୁଣି ଚର୍ଚ୍ଚାରେ ଅମିତାଭ ବଚ୍ଚନ । ଏଥର ସେ ନିଜର ଏକ ଫଟୋ ସେୟାର କରି ଦେଶରେ ଶାନ୍ତି ରହୁ ବୋଲି କହିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ

ମୁମ୍ବାଇ: ସୁପରଷ୍ଟାର ଅମିତାଭ ବଚ୍ଚନ ଫିଲ୍ମ ବ୍ୟତୀତ ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ ରୁହନ୍ତି । ସେ ପ୍ରାୟତଃ କିଛି ନା କିଛି ସେୟାର କରି ଫ୍ୟାନ୍ସଙ୍କୁ ମନୋରଞ୍ଜନ କରିଥାଆନ୍ତି । ସେ ଏହି ଜଟିଳ ସମୟରେ ଦେଶବାସୀଙ୍କୁ ପଜିଟିଭ ରଖିବାକୁ ଚେଷ୍ଟା ଚଳାଇଛନ୍ତି । ଇତିମଧ୍ୟରେ ସେ ଆଉ ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ।

ସେ ନିଜର ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି, ‘ପରିଶେଷରେ କେବଳ ଶାନ୍ତି ଦେଖିବାକୁ ମିଳୁ ।’ ସେହିପରି ଫଟୋରେ ସେ ଧଳା ରଙ୍ଗର କୁର୍ତା ପଜାମା ପିନ୍ଧିଥିବାର ନଜର ଆସୁଛନ୍ତି । ଆଉ ପାର ଧରିବାକୁ ଦୌଡୁଛନ୍ତି ।

ଏଯାବତ ବିଗ ବିଙ୍କ ଏହି ଫଟୋକୁ 4 ଲକ୍ଷରୁ ଅଧିକ ଲାଇକ ମିଳିସାରିଲାଣି । ସେହିପରି ଅନେକ ସେଲିବ୍ରିଟି ମଧ୍ୟ ଫଟୋରେ ମଜାଦାର କମେଣ୍ଟ କରିଛନ୍ତି ।

ପ୍ରକାଶ ଥାଉକି ନିକଟରେ ଅମିତାଭ ଟ୍ବିଟରେ ମାସ୍କର ହିନ୍ଦୀ ଅନୁବାଦ କରି ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ଯଦି ତାଙ୍କ ଫିଲ୍ମ ବିଷୟରେ କଥା ହେବା ତେବେ ନିକଟରେ ତାଙ୍କ ଚର୍ଚ୍ଚିତ ଫିଲ୍ମ ‘ଗୁଲାବୋ-ସିତାବୋ’ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହୋଇଥିଲା । ପ୍ରଥମଥର ଏହି ଫିଲ୍ମରେ ତାଙ୍କ ସହ ନଜର ଆସିଥିଲେ ଲୋକପ୍ରିୟ ଅଭିନେତା ଆୟୁଷ୍ମାନ ଖୁରାନା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.