ମୁମ୍ବାଇ: ମହାନାୟକ ଅମିତାଭ ବଚ୍ଚନ ନିଜ ପିତାଙ୍କ ସହ କେତେ ନିକଟତର ଥିଲେ ଏକଥା କାହାକୁ ଅବା ଜଣା ନୁହେଁ । ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହୁଥିବା ଅମିତାଭ ଅନେକଥର ନିଜ ପିଲାବେଳର ଫଟୋ ସେୟାର କରିସାରିଛନ୍ତି । ଯେଉଁଥିରେ ସେ ପିତା ସହ ନଜର ଆସିଛନ୍ତି । ଆଉ ଅନେକଥର ଏମିତି ମଧ୍ୟ ହୋଇଛି ଯେ ସେ ପିତାଙ୍କ ସ୍ମୃତିରେ ହଜି ମଧ୍ୟ ଯାଇଛନ୍ତି । ଯାହା ଏବେ ପୁଣିଥରେ ଦେଖିବାକୁ ମିଳୁଛି । ସେ ପିତାଙ୍କ ଏକ କବିତା ସେୟାର କରି ବର୍ତ୍ତମାନ ଚର୍ଚ୍ଚାରେ ।
- " class="align-text-top noRightClick twitterSection" data="
">
ସେ ପୋଷ୍ଟ କରିଥିବା କବିତାଟି ବର୍ତ୍ତମାନର ପରିସ୍ଥିତିକୁ ପୁରା ଖାପ ଖାଉଛି । ହରିବଂଶ ରାୟ ବଚ୍ଚନଙ୍କ ଏହି କବିତାର ନାମ ହେଲା ‘ଅନ୍ଧେରେ କା ଦୀପକ ।’ସେପଟେ ଅମିତାଭ ଏହି କବିତା ପଢିବା ପରେ ଏହାର ଇଂରାଜୀ ଅନୁବାଦ ମଧ୍ୟ କରିଛନ୍ତି । ଯାହାକୁ ନିଜର ଇନଷ୍ଟା ପୋଷ୍ଟର କ୍ୟାପସନରେ ଲେଖିଛନ୍ତି ।
ପ୍ରକାଶ ଥାଉକି କବିତାଟି ଆଶାର କିରଣ ବିଷୟରେ କହୁଛି, ଯିଏ ଆମର କଠିନ ପରିସ୍ଥିତିରେ ମଧ୍ୟ ଅଛି କିନ୍ତୁ ଆମେ ଏଥିପ୍ରତ ଧ୍ୟାନ ଦେଉନାହୁଁ । ବର୍ତ୍ତମାନ ଫ୍ୟାନ୍ସଙ୍କ ମନ କିଣିଛି ବିଗ ବିଙ୍କ ଏହି ପୋଷ୍ଟ...