ETV Bharat / sitara

ଲତା-ଆଶାଙ୍କ ପିଲାଦିନର ଫଟୋ ପୋଷ୍ଟ କରି ଏମିତି କହିଲେ ବିଗ-ବି

ପୁଣି ନୂଆ ଟ୍ବିଟକୁ ନେଇ ଚର୍ଚ୍ଚାରେ ଅମିତାଭ ବଚ୍ଚନ। ଏଥର ସେ କୌଣସି କବିତା ଲେଖିନାହାଁନ୍ତି ବରଂ ଫେମସ ଗାୟିକା ଲତା ଓ ଆଶାଙ୍କ ଫଟୋ ସେୟାର କରିଛନ୍ତି ।

author img

By

Published : Feb 12, 2020, 2:38 PM IST

amitabh bachchan
ଡିଜାଇନ ଫଟୋ

ମୁମ୍ବାଇ: ମହାନାୟକ ଅମିତାଭ ବଚ୍ଚନ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି । ସେ ପ୍ରାୟତଃ ଅନେକ ଜିନିଷ ସେୟାର କରୁଥିବାର ନଜର ଆସନ୍ତି । ଇତିମଧ୍ୟରେ ସେ ଏମିତି ଏକ ଫଟୋ ସେୟାର କରି ଚର୍ଚ୍ଚାରେ ଆସିଛନ୍ତି । ସେ ବିଶିଷ୍ଟ ଗାୟିକା ଲତା ମଙ୍ଗେସକର ଓ ଆଶା ଭୋସଲେଙ୍କ ପିଲା ବେଳେ ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋରେ ଲତା ଓ ଆଶା ସ୍କର୍ଟ ଓ ବ୍ଲାଉଜ ପିନ୍ଧିଥିବାର ଦେଖାଯାଉଛନ୍ତି ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଅମିତାଭ ବଚ୍ଚନ

ଲତା ବୁଧବାର ସକାଳେ ଏକ ଟ୍ବିଟ କରି ଆଧ୍ୟାତ୍ମିକ ଗୁରୁ ପଣ୍ଡିତ ଜମ୍ମୁ ମହାରାଜ ଓ ବିଶିଷ୍ଟ କବି ନରେନ୍ଦ୍ର ଶର୍ମାଙ୍କ ପୁନ୍ୟତିଥିରେ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ତାଙ୍କର ଏହି ଟ୍ବିଟର ଜବାବରେ ଅମିତାଭ ଦୁଇ ଭଉଣୀଙ୍କ ପିଲା ବେଳ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଲତା ଜି ଓ ଆଶା ଜିଙ୍କ ପିଲାବେଳର ଚିତ୍ର । ଆଜି ଲତାଙ୍କ ଟ୍ବିଟ ପଢିଲି । କିପରି ସେ ନିଜ ଗୁରୁମାନଙ୍କୁ ମନେ ପକାଇଛନ୍ତି । ଆଉ ହଠାତ୍ ତାଙ୍କ ପିଲା ବେଳେ ଚିତ୍ର ମତେ ମିଳିଯାଇଥିଲା । ଟେଲିପାଥି ।’

ପ୍ରକାଶ ଥାଉକି ଅମିତାଭ ବର୍ତ୍ତମାନ ଖୁବଶୀଘ୍ର ଅନେକ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ଆୟୁଷ୍ମାନ ଖୁରାନାଙ୍କ ଗୁଲାବୋ ସିତାବୋ ଓ ଇମରାନ ହାସମୀଙ୍କ ଥ୍ରିଲର, ଡ୍ରାମା ଫିଲ୍ମ ଚେହରେରେ ସେ ମୁଖ୍ୟ ଭୂମିକାରେ ଦେଖାଯିବେ । ଏହି ଦୁଇ ଫିଲ୍ମକୁ ନେଇ ଉତ୍ସାହିତ ତାଙ୍କ ଫ୍ୟାନ୍ସ । କାରଣ ପ୍ରଥମଥର ଏହି ଦୁଇ ଫେମସ ଅଭିନେତାଙ୍କ ସହ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି ଅମିତାଭ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.