ମୁମ୍ବାଇ: ଅମିତ ସାଧ ହେଉଛନ୍ତି ଜଣେ ଅଭିନେତା ଯିଏ କି ବିନା ପରିବାରବାଦରେ କେବଳ ପରିଶ୍ରମରେ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରିଛନ୍ତି । ତଥାପି ସେ ନିଜକୁ 'ଆଉଟ ସାଇଡର' ବୋଲି କହିବାକୁ ପ୍ରସ୍ତୁତ ନୁହଁନ୍ତି ।
- " class="align-text-top noRightClick twitterSection" data="
">
ଏକ ସାକ୍ଷାତକାରରେ ଅମିତ କହିଛନ୍ତି, ମୁଁ ନିଜକୁ ଜଣେ ଆଉଟ ସାଇଡର ବୋଲି ମନେ କରେ ନାହିଁ । ମୁଁ ଭାରତର ମଧ୍ୟରେ ବାସ କରେ । ଭାରତରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି ଇନସାଇଡର ଅଟନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, ଇଣ୍ଡଷ୍ଟ୍ରିରେ କାହାକୁ ଏତେ ସୁଯୋଗ ଦେବା ଉଚିତ ନୁହେଁ ଯେ ଆପଣଙ୍କୁ 'ଆଉଟ ସାଇଡର' ବୋଲି କହିବେ । ଆଶା କରୁଛି ଯେପର୍ଯ୍ୟନ୍ତ ମୁଁ ଏ ଇଣ୍ତଷ୍ଟ୍ରିରେ ଅଛି, ମୁଁ ଏହି 'ଆଉଟ ସାଇଡର' ଏବଂ 'ଇନସାଇଡର' ବିବାଦକୁ ବନ୍ଦ କରିବାକୁ ଚେଷ୍ଚା କରିବି ।
ଅମିତ 2002 ରେ ଟେଲିଭିଜନ ଅଭିନେତା ଭାବରେ ଡେବ୍ୟୁ କରିଥିଲେ ଏବଂ ପରେ ଫିଲ୍ମ 'ଫୁଙ୍କ 2' ସହିତ 2010 ରେ ବଲିଉଡରେ ଡେବ୍ୟୁ କରିଥିଲେ । ଏହାପରେ ଅମିତ 'କାଇ ପୋ ଛେ', 'ଗୁଡୁ ରଙ୍ଗିଲା', 'ସୁଲତାନ', 'ରନିଙ୍ଗ ଶାଦି', 'ଗୋଲ୍ଡ' ଏବଂ 'ସୁପର 30' ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି ।
ବର୍ତ୍ତମାନ, ଅମିତ କ୍ରାଇମ-ଥ୍ରୀଲର ୱେବ୍ ସିରିଜ୍ 'ବ୍ରିଥ'ର ଦ୍ୱିତୀୟ ସିଜନ ରେ ନଜର ଆସିବେ । ଏହାର ଟାଇଟଲ୍ ହେଉଛି 'ବ୍ରିଥ: ଇନ ଟୁ ଦ ସାଡୋଜ' । ଏହା ଜୁଲାଇ 10 ରୁ ଆମାଜନ ପ୍ରାଇମ ଭିଡିଓରେ ଷ୍ଟ୍ରିମ ହେବାକୁ ଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ