ମୁମ୍ବାଇ: ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲଙ୍କ ବାୟୋପିକ ପାଇଁ ଲକଡାଉନ ସମୟରେ କୋମ୍ପୋଜର ଅମାଲ ମଲ୍ଲିକ ମାକେଡୋନିଆନ ସିମ୍ଫୋନିକ ଅର୍କେଷ୍ଟ୍ରା ସହିତ ଏକ ଗୀତ ରେକର୍ଡ କରିଛନ୍ତି ।
ଅମାଲ କହିଛନ୍ତି ଯେ, ଏହି ସଙ୍ଗୀତର ସାଉଣ୍ଡଟ୍ରାକ ଭିନ୍ନଧରଣର ଅଟେ । ମୁଁ ଏହା ପୂର୍ବରୁ ଏତେ ସୁନ୍ଦର ସାଉଣ୍ଡଟ୍ରାକରେ କିଛି ଗୀତ ରେକର୍ଡ କରିନଥିଲି । ଏହି ଗୀତର ଲିରିକ୍ସ ବହୁତ ସୁନ୍ଦର ଅଟେ । ମୁଁ ଆଶା କରୁଛି ଏହା ଲୋକମାନଙ୍କୁ ବହୁତ ପସନ୍ଦ ଆସିବ ।
ଅମାଲ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ସ୍କାଇପରେ ପ୍ରାୟ 30 ଟି ଷ୍ଟ୍ରିଙ୍ଗ, 10 ଟି ବ୍ରାସର ବ୍ୟବହାର କରି ଏଭଳି କଷ୍ଟଦାୟକ ସମୟରେ ଏହି ସଙ୍ଗୀତକୁ ଲାଇଭ ଉପାୟରେ କରିଥିଲୁ । ଏହି ସଙ୍ଗୀତକୁ ଲାଇଭ ଉପାୟରେ କରିବା ଅତ୍ୟନ୍ତ କଷ୍ଟକର ଥିଲା । 40 ଜଣ ସଂଗୀତଜ୍ଞଙ୍କ ନେତୃତ୍ୱାଧୀନ ଅର୍କେଷ୍ଟ୍ରାରେ ଏହି ଗୀତ ରେକର୍ଡ କରାଯାଇଥିଲା ।
ଅମାଲ କହିଛନ୍ତି ଯେ, ଏହି ସଙ୍ଗୀତ ପାଇଁ ମୁଁ ମୋର ନିର୍ଦ୍ଦେଶକ ଆମୋଲ ଗୁପ୍ତାଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି ଏବଂ ତାଙ୍କ ବିନା ମୁଁ ଏତେ ମହାନ ଗୀତକୁ କଳ୍ପନା କରିପାରି ନଥାନ୍ତି । ଏହା ଏକ ସ୍ବତନ୍ର ସଙ୍ଗୀତ ଅଟେ ।