ମୁମ୍ବାଇ: ବଲିଉଡ କ୍ୟୁଟ୍ ଅଭିନେତ୍ରୀ ଆଲିୟା ଭଟ୍ଟ ନିଜର ବହୁ ପ୍ରତିକ୍ଷୀତ ଫିଲ୍ମ 'କଲଙ୍କ'ର ପ୍ରମୋଶନରେ ଏବେ ଖୁବ୍ ବ୍ୟସ୍ତ। ଫିଲ୍ମଟି ଆସନ୍ତା କାଲି (ବୁଧବାର) ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମରେ ଆଲିୟା ଜଣେ ହିନ୍ଦୁ ଝିଅ ଭୂମିକରେ ନଜର ଆସିବେ। ଯାହାଙ୍କୁ ଜଣେ ମୁସଲମାନ ପୁଅ ଅର୍ଥାତ୍ ବରୁଣ ଧୱନଙ୍କ ସହ ପ୍ରେମ ହୋଇଯାଇଛି। ତାଙ୍କ କାହାଣୀରେ ଆକ୍ସନ, ଡ୍ରାମା ଏବଂ ରୋମାନ୍ସ ଦେଖିବାକୁ ପାଇବେ ଦର୍ଶକ।
ଏହି ଫିଲ୍ମ ଦ୍ବାରା ଲଭ ଜିହାଦର ପ୍ରଚାର ପ୍ରସାର କରାଯାଇଛି ବୋଲି ଚର୍ଚ୍ଚା ଜୋର ଧରିଛି । ଇତିମଧ୍ୟରେ ଲଭ ଜିହାଦକୁ ନେଇ ନିଜର ମନ୍ତବ୍ୟ ରଖିଛନ୍ତି ଆଲିୟା । ସେ କହିଛନ୍ତି ପ୍ରେମ କେବଳ ପ୍ରେମ ହୋଇଥାଏ । ପ୍ରେମରେ କେବେ ମଧ୍ୟ ଧର୍ମର ବନ୍ଧନ ରହିବା କଥା ନୁହେଁ । ଆମେ 'କଲଙ୍କ' ଫିଲ୍ମରେ ଦର୍ଶକଙ୍କୁ ଏହାକୁ ଦେଖାଇବାକୁ ଯାଉଛୁ।
ପ୍ରେମ ମାମଲାରେ ଧର୍ମ ଆସିବା କଥା ନୁହେଁ। ଯେତେବେଳେ ଦୁଇ ଲୋକଙ୍କୁ ବିବାହ କରିବାକୁ ଅଛି, ସାଥୀରେ ରହିବାରେ ଅଛି କିମ୍ବା ପ୍ରେମ କରିବାରେ ଅଛି, ତେବେ ଧର୍ମ ବିଷୟରେ ଭାବିବା କଥା ନୁହେଁ । ହୁଏତଃ କିଛି ଲୋକ ତାଙ୍କ ଏହି ବିଚାରରେ ସହମତ ନଥିବେ । କିନ୍ତୁ ତାଙ୍କ ଅନୁଯାୟୀ ଯେଉଁ ଲୋକ ପ୍ରେମ କରୁଛନ୍ତି ତାଙ୍କୁ ଅଲଗା କରିବା ପାଇଁ ଧର୍ମକୁ ମଝିରେ ଆଣିବା କଥା ନୁହେଁ । ଯଦି ସେ ତା ପ୍ରେମୀକ କିମ୍ବା ପ୍ରେମିକ ସହ ଠିକ୍ ନାହାଁନ୍ତି ତାହାଲେ ପରସ୍ପର ଠାରୁ ଦୂରେଇ ରୁହନ୍ତୁ । କାରଣ ସେ ଜଣେ ହିନ୍ଦୁ କମ୍ବା ମୁସଲମାନ । କେବଳ ଏହି କଥାରେ ଲୋକଙ୍କୁ ଦୂରେଇ ଦେବା ଆଦୌ ଠିକ୍ କଥା ନୁହେଁ । ଆଜି ପର୍ଯ୍ୟନ୍ତ ସେ କେବେ ଏହା ବୁଝୁପାରୁନାହିଁ ଯେ, ଧର୍ମ ନାଁରେ କାହିଁକି ଜଣଙ୍କ ଠାରୁ ଜଣକୁ ଅଲଗା କରିଦିଆଯାଇଛି ବୋଲି କହିଛନ୍ତି ଆଲିୟା ।
ଯଦି 'କଲଙ୍କ' ଫିଲ୍ମ ବିଷୟରେ କଥା ହେବା ତେବେ ଫିଲ୍ମରେ ବରୁଣ ଓ ଆଲିୟାଙ୍କ ବ୍ୟତୀତ ଆଦିତ୍ୟ ରାୟ କପୁର, ସୋନାକ୍ଷୀ ସିହ୍ନା, ମାଧୁରୀ ଦୀକ୍ଷିତ, ସଞ୍ଜୟ ଦତ୍ତ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ଲୋକପ୍ରିୟ ଫିଲ୍ମ ନିର୍ମାତା କରନ ଜୋହରଙ୍କ ଏହା ଡ୍ରୀମ ପ୍ରୋଜେକ୍ଟ ଫିଲ୍ମ । ଯାହାକୁ ନେଇ ସେ ଖୁବ୍ ଉତ୍ସାହିତ। ଏହାସହ ଦର୍ଶକଙ୍କ ମଧ୍ୟ ଫିଲ୍ମକୁ ବଡ ପରଦାରେ ଦେଖିବାକୁ ବ୍ୟାକୁଳ।