ମୁମ୍ବାଇ: କ୍ୟୁଟ ଅଭିନେତ୍ରୀ ଆଲିୟା ଭଟ୍ଟ ଏବେ ନିଜ ଆଗାମୀ ଫିଲ୍ମ ସଞ୍ଜୟ ଲୀଲା ଭଂସାଲୀଙ୍କ ଅପକମିଂ ଫିଲ୍ମ ‘ଗଙ୍ଗୁବାଇ କାଥିୟାୱାଡି’ ସୁଟିଂରେ ଖୁବ୍ ବ୍ୟସ୍ତ ଅଛନ୍ତି । ସେ ସୁଟିଂରୁ ରେଷ୍ଟ ନେବା ମାତ୍ରେ ଖବର ଜୋର ଧରିଥିଲା ଯେ ସୁଟିଂ ସେଟରେ ତାଙ୍କୁ ଆଘାତ ଲାଗିଛି । ଯାହାଦ୍ବାରା ସେ ରେଷ୍ଟରେ ଅଛନ୍ତି। ବର୍ତ୍ତମାନ ଏହି ଖବର ଉପରେ ରାଗି ଯାଇଛନ୍ତି ଆଲିୟା । ଏହି ଉଡା ଖବର ଉପରେ ସେ ନିଜ ପ୍ରତିକ୍ରିୟା ଦେଇଛନ୍ତି ।
ସେ ଇନଷ୍ଟାଗ୍ରାମରେ ଏକ ଷ୍ଟୋରି ସେୟାର କରି ଲେଖିଛନ୍ତି ଯେ ତାଙ୍କର କିଛି ହୋଇନାହିଁ । ତାଙ୍କ ଅଣ୍ଟାରେ ପୂର୍ବରୁ ଯନ୍ତ୍ରଣା ଥିଲା । ସେଟରେ କିଛି ହୋଇନାହିଁ । ସେ ମଙ୍ଗଳବାର ପୁଣି ଫିଲ୍ମର ସୁଟିଂ ଆରମ୍ଭ କରୁଛନ୍ତି । ତାଙ୍କ ଅସୁସ୍ଥ ଖବର ଶୁଣି ନିରାଶ ହୋଇଯାଇଥିବା ଫ୍ୟାନ୍ସକୁ ବର୍ତ୍ତମାନ ତାଙ୍କ ଏହି ପୋଷ୍ଟ ଦେଖି ଖୁସି ହୋଇଯାଇଛନ୍ତି ।
ଆଲିୟାଙ୍କ ଅଭିନୀତ ‘ଗଙ୍ଗୁବାଇ କାଥିୟାୱାଡି’ ଏବର୍ଷ ସେପ୍ଟେମ୍ବରରେ ରିଲିଜ ହେବ । ଫିଲ୍ମରେ ଆଲିୟା ମୁଖ୍ୟ ଭୂମିକାରେ ନଜର ଆସିବେ । ଯାହାଙ୍କ ଏଗ୍ରେସିଭ ଭୂମିକା ଫିଲ୍ମରେ ପର୍ଯ୍ୟବେଶିତ କରାଯାଇଛି । ପ୍ରଥମଥର ଆଲିୟା ଫିଲ୍ମ ନିର୍ମାତା ସଞ୍ଜୟଙ୍କ ସହ କାମ କରିବାକୁ ଯାଉଛନ୍ତି । ଯାହାକୁ ନେଇ ଏକ୍ସାଇଟେଡ ଫ୍ୟାନ୍ସ ।
ଏହି ଫିଲ୍ମ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା ଯେ ସଞ୍ଜୟ ସୁପରଷ୍ଟାର ସଲମାନ ଖାନ ଓ ଆଲିୟା ଭଟ୍ଟଙ୍କୁ ନେଇ ‘ଇନଶାଲ୍ହା’ ନିର୍ମାଣ କରିଥାଆନ୍ତେ । ହେଲେ କିଛି ସମସ୍ୟା ପାଇଁ ଏହି ଫିଲ୍ମ ନିର୍ମାଣ ବର୍ତ୍ତମାନ ବନ୍ଦ ହୋଇଯାଇଛି ।