ETV Bharat / sitara

ଏଠାରେ ସାତଜନ୍ମର ସାଥୀ ହେବେ ରଣବୀର-ଆଲିଆ ଯେଉଁଠି ବିବାହ ମନସ୍ଥ କରିଥିଲେ କ୍ୟାଟ୍ରିନା ! - ଏପ୍ରିଲରେ ବିବାହ କରିବେ ରଣବୀର-ଆଲିଆ

ଆସନ୍ତା ଏପ୍ରିଲରେ ବିବାହ କରିବେ ଚର୍ଚ୍ଚିତ ହଟ୍ ଯୋଡି ଆଲିଆ ଭଟ୍ଟ ଏବଂ ରଣବୀର କପୁର । ଜୋରସୋରରେ ବିବାହ ପ୍ରସ୍ତୁତି ଚାଲିଥିବା ବିଶେଷ ସୂତ୍ରରୁ ସୂଚନା । ଅଧିକ ପଢନ୍ତୁ

ଏପ୍ରିଲରେ ବିବାହ କରିବେ ରଣବୀର-ଆଲିଆ
ଏପ୍ରିଲରେ ବିବାହ କରିବେ ରଣବୀର-ଆଲିଆ
author img

By

Published : Feb 6, 2022, 5:55 PM IST

ମୁମ୍ବାଇ: ଆସନ୍ତା ଏପ୍ରିଲରେ ବିବାହ କରିବେ ଚର୍ଚ୍ଚିତ ହଟ୍ ଯୋଡି ଆଲିଆ ଭଟ୍ଟ ଏବଂ ରଣବୀର କପୁର । ଜୋରସୋରରେ ବିବାହ ପ୍ରସ୍ତୁତି ଚାଲିଥିବା ବିଶେଷ ସୂତ୍ରରୁ ଖବର ମିଳିଛି । ତେବେ ଦୀର୍ଘଦିନ ଧରି ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ହୋଇଆସୁଛି ।

ଏପ୍ରିଲରେ ବିବାହ କରିବେ ରଣବୀର-ଆଲିଆ
ଏପ୍ରିଲରେ ବିବାହ କରିବେ ରଣବୀର-ଆଲିଆ

ସୂଚନା ଅନୁଯାୟୀ, ରଣବୀର ଏବଂ ଆଲିଆ ଏପ୍ରିଲରେ ବିବାହ ପାଇଁ ଯୋଜନା କରୁଛନ୍ତି । ଏପରିକି କପୁର ଏବଂ ଭଟ୍ଟ ପରିବାର ମଧ୍ୟ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଶୁଣିବାକୁ ମିଳୁଛି ଯେ ରଣବୀର-ଆଲିଆ ରାଜସ୍ଥାନର ରଥାମ୍ବୋରରେ ବିବାହ କରିବାକୁ ପସନ୍ଦ କରିବେ କାରଣ ସେଠାରେ ହିଁ ଦୁହେଁ ଅଧିକ ଛୁଟି କଟାଇଛନ୍ତି ଏବଂ ଏହା ଉଭୟଙ୍କ ପ୍ରିୟର ସ୍ଥାନ ବି।

ତେବେ ରଣବୀରଙ୍କ ଏକ୍ସ ଗର୍ଲଫ୍ରେଣ୍ଡ କ୍ୟାଟ୍ରିନା କୈଫ ମଧ୍ୟ ରଥାମ୍ବୋରରେ ବିବାହ ପାଇଁ ପ୍ରଥମେ ମନସ୍ଥ କରିଥିଲେ । କିନ୍ତୁ ସୱାଇ ମାଧୋପୁରର ସିକ୍ସ ସେନ୍ସ ରିସୋର୍ଟ ଫୋର୍ଟରେ ଭିକି କୌଶଲଙ୍କ ସହ ବିବାହ କରିଥିଲେ ।

ଏହାପୂର୍ବରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ରଣବୀର-ଆଲିଆ କୌଣସି ନିର୍ଦ୍ଦିଷ୍ଟ ସ୍ଥାନକୁ ନ ଯାଇ ମୁମ୍ବାଇରେ ବିବାହ କରିବେ । ଉଭୟ ନିଜ ପରିବାରଙ୍କ ଉପସ୍ଥିତିରେ କମ୍ ସଂଖ୍ୟକ ଲୋକଙ୍କୁ ନେଇ ବିବାହ କରିବାକୁ ପସନ୍ଦ କରନ୍ତି ବୋଲି ପ୍ରକାଶିତ ହୋଇଥିଲା । ତେବେ ଏହି ହଟ୍ ଯୋଡି କେଉଁଠି ବିବାହ କରିବେ ତାହା ଆସନ୍ତା ଏପ୍ରିଲରେ ସ୍ପଷ୍ଟ ହୋଇଯିବ । ଅନ୍ୟପଟେ ନିକଟରେ ଆଲିଆଙ୍କ ଚର୍ଚ୍ଚିତ ସିନେମା 'ଗଙ୍ଗୁବାଇ କାଠିଆୱାଡି' ଟ୍ରେଲର ରିଲିଜ ହୋଇଛି । ଏହାକୁ ବୟଫ୍ରେଣ୍ଡ ରଣବୀର କପୁର ମଧ୍ୟ ଖୁବ୍ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.