ମୁମ୍ବାଇ: ସେକ୍ସୀ ଅଭିନେତ୍ରୀ ରିଚା ଚଡ୍ଡା ଓ ଅଲ୍ଲୀ ଫଜଲ ଦୀର୍ଘ ସମୟରୁ ପରସ୍ପରକୁ ଡେଟ କରିଆସୁଛନ୍ତି। ପ୍ରାୟତଃ ଦୁଇଜଣଙ୍କ ବିବାହକୁ ନେଇ ଅନେକ ଖବର ସାମ୍ନାକୁ ଆସିସାରିଛି। ହେଲେ ଦୁଇଜଣ ଅନେକଥର ଏହି ଖବରକୁ ଉଡା ଖବର କହି ସମସ୍ତଙ୍କ ପାଟି ଚୁପ କରିଦିଅନ୍ତି। ନିକଟରେ ରିଚା କହିଥିଲେ ଯେ ଯେବେ ଦୁଇଜଣ ବିବାହ କରିବେ ଫ୍ୟାନ୍ସଙ୍କୁ ପ୍ରଥମେ କହିବେ।
କିଛି ଦିନ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା ଯେ ଦୁଇଜଣ ଜୁନ ମାସରେ ବିବାହ ବନ୍ଧନରେ ଆବଦ୍ଧ ଦେବେ। ହେଲେ ରିଚା ଏହି ଖବରକୁ ଭୁଲ କହିଥିଲେ। ଇତିମଧ୍ୟରେ ଶୁଣିବାକୁ ମିଳୁଛି ଅଲ୍ଲି ଓ ରିଚା ଏପ୍ରିଲ ମାସରେ ବିବାହ କରିପାରନ୍ତି। ଖବର ଅନୁଯାୟୀ ଏପ୍ରିଲ 15ରେ ଦୁଇଜଣ ଦିଲ୍ଲୀରେ ବିବାହ କରିବେ। ଆଉ ଏପ୍ରିଲ 18ରେ ଲକ୍ଷ୍ନୌରେ ରିସେପ୍ସନ ଦେବେ।
ସେହିପରି ମୁମ୍ବାଇର ଫ୍ରେଣ୍ଡସଙ୍କ ପାଇଁ ଆଉ ଏକ ରିସେପ୍ସନ ପାର୍ଟିର ଆୟୋଜନ କରାଯିବ ଏପ୍ରିଲ 21ରେ। ପ୍ରକାଶ ଥାଉ ରିଚା ଓ ଅଲ୍ଲୀଙ୍କ ପରିବାର ଦିଲ୍ଲୀ ଏବଂ ଲକ୍ଷ୍ନୌର ବାସିନ୍ଦା । ଦୁଇଜଣଙ୍କ ସାକ୍ଷାତ ‘ଫୁକରେ’ ଫିଲ୍ମ ସେଟରେ ହୋଇଥିଲା। ପ୍ରଥମେ ଦୁଇଜଣ ପରସ୍ପରର ବନ୍ଧୁ ସାଜିଥିଲେ । ପରେ ଦୁଇଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା।