ETV Bharat / sitara

ଶରଦଙ୍କ ମାଇକେଲ ଭାଇ ଲୁକ !

author img

By

Published : Oct 14, 2019, 11:00 AM IST

ଅକ୍ଟୋବର 26ରେ ରିଲିଜ ହେବାକୁ ପ୍ରସ୍ତୁତ ମଲ୍ଟି ଷ୍ଟାରର ଫିଲ୍ମ ‘ହାଉସଫୁଲ 4’ । ଯେଉଁଥିରେ ସବୁ କଳାକାରଙ୍କ ଡବଲ ରୋଲ ଦେଖିବାକୁ ପାଇବେ ଦର୍ଶକ । ଏବେ କିନ୍ତୁ 1491 ସୂର୍ଯ୍ୟଭାନଙ୍କୁ ଦେଖନ୍ତୁ...

ଡିଜାଇନ ଫଟୋ

ମୁମ୍ବାଇ: ବର୍ତ୍ତମାନ ଚର୍ଚ୍ଚାରେ ଅକ୍ଷୟ କୁମାରଙ୍କ କମେଡି ଫିଲ୍ମ ‘ହାଉସଫୁଲ 4’ । ଅକ୍ଷୟଙ୍କ ଆଉ ଏକ ମଲ୍ଟି ଷ୍ଟାରର ଫିଲ୍ମ ଦେଖିବାକୁ ଏକ୍ସାଇଟେଡ ଫ୍ୟାନ୍ସ । ଏଥର ଦର୍ଶକଙ୍କ ଦୀପାବଳି ଖାସ୍ ହେବାକୁ ଯାଉଛି । କାରଣ ଦୀପାବଳି ଅବସରରେ ରିଲିଜ ହେବ ବହୁ ପ୍ରତିକ୍ଷିତ ଫିଲ୍ମ ‘ହାଉସଫୁଲ 4’ । ତେବେ ଫିଲ୍ମର ଆଉ ଏକ ଆକ୍ଟରଙ୍କ ଭୂମିକା ସାମ୍ନାକୁ ଆସିଛି ।ଯାହାଙ୍କୁ ଅକ୍ଷୟ ଫ୍ୟାନ୍ସଙ୍କ ସହ ସାକ୍ଷାତ କରାଇଛନ୍ତି । ସେ ଫିଲ୍ମର ସୂର୍ଯ୍ୟଭାନଙ୍କ ଭୂମିକା ରିଭିଲ କରି ଡବଲ ରୋଲରେ ନଜର ଆସିବେ ବୋଲି କହିଛନ୍ତି ।

ଅକ୍ଷୟ ଇନଷ୍ଟାଗ୍ରାମରେ ଯେଉଁ ମୋଶନ ପୋଷ୍ଟର ସେୟାର କରିଛନ୍ତି, ସେଥିରେ ଲୋକପ୍ରିୟ ଅଭିନେତା ଶରଦ କେଲକର, ସୂର୍ଯ୍ୟଭାନଙ୍କ ଲୁକରେ ଦେଖାଯାଉଛନ୍ତି । ‘ଖୋଲିବ 1491ର ସୂର୍ଯ୍ୟଭାନ ଉର୍ଫ 2019ର ମାଇକଲ ଭାଇଙ୍କ ରାଜ ଏହି ଦୀପାବଳିର’ ବୋଲି କ୍ୟାପସନରେ ଲେଖିଛନ୍ତି ଅକ୍ଷୟ ।

ଅନ୍ୟପଟେ ଶରଦ ମଧ୍ୟ ଏହି ମୋଶନ ପୋଷ୍ଟର ରିଲିଜ କରି ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘ମୁଁ ସୂର୍ଯ୍ୟଭାନରୁ ମାଇକଲ ଭାଇ କେମିତି ହେଲି, ଏହା ଜାଣିବା ପାଇଁ 12 ଦିନ ଅପେକ୍ଷା କରନ୍ତୁ ।’ ପ୍ରକାଶ ଥାଉକି ‘ହାଉସଫୁଲ 4’ରେ ଅକ୍ଷୟଙ୍କ ବ୍ୟତୀତ ବବି ଦେଓଲ, ପୂଜା ହେଗଡେ, ରିତେଶ ଦେଶମୁଖ, କ୍ରିତି ସାନନ, କ୍ରିତି ଖରବନ୍ଦା ଭଳି ଷ୍ଟାର ନଜର ଆସିବେ । ସେହିପରି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ଫରହାଦ ସାମଜୀ ତୁଲାଇଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.