ମୁମ୍ବାଇ: କୋରୋନା ଭାଇରସ ପାଇଁ ଗତ 4 ମାସରୁ ସବୁ ଫିଲ୍ମ ସୁଟିଂ ବନ୍ଦ ପଡିଥିଲା । କିଛି ଦନ ହେବ ଦେଶରେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆଉ ଏବେ ଧିରେ ଧିରେ ମେକର୍ସ ନିଜ ନିଜ ଫିଲ୍ମର ସୁଟିଂ ମଧ୍ୟ ପୁନଃ ଆରମ୍ଭ କଲେଣି । ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ ସୁପରଷ୍ଟାର ଅକ୍ଷୟ କୁମାର, ସାରା ଅଲ୍ଲୀ ଖାନ ଓ ଧନୁଷଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ଅତରଙ୍ଗୀ ରେ’ର ସୁଟିଂ ଆରମ୍ଭ ହେବାକୁ ଯାଉଛି । ଫିଲ୍ମ ମେକର୍ସ ଅକ୍ଟୋବରରେ ଫିଲ୍ମର ସୁଟିଂ ଆରମ୍ଭ କରିବାର ନିଷ୍ପତ୍ତି ନେଇଛନ୍ତି ।
ସେହିପରି ଫିଲ୍ମର ସୁଟିଂ ତାମିଲନାଡୁର କିଛି ମନ୍ଦିର, ମୁମ୍ବାଇ ଓ ଦିଲ୍ଲୀରେ କରାଯିବ । ତିନି ମାସର ସୁଟିଂ ସିଡ୍ୟୁଲ ନିର୍ଦ୍ଧାରିତ କରିଛନ୍ତି ମେକର୍ସ । ଏହାର ସୂଚନା ଫିଲ୍ମ ନିର୍ଦ୍ଦେଶକ ଆନନ୍ଦ ଏଲ ରାୟ ଦେଇଛନ୍ତି ।
ପ୍ରକାଶ ଥାଉକି ଲକଡାଉନ ପୂର୍ବରୁ ସାରା ଓ ଧନୁଷ ବାରାଣାସୀରେ ଫିଲ୍ମର ପ୍ରଥମ ସିଡ୍ୟୁଲ ସୁଟିଂ ଶେଷ କରିସାରିଥିଲେ । ବାରାଣାସୀରେ ଦେଢ ସପ୍ତାହ ପର୍ଯ୍ୟନ୍ତ ସୁଟିଂ କରାଯାଇଥିଲା । ସେହିପରି ଏହି ରୋମାଣ୍ଟିକ ଡ୍ରାମା ଫିଲ୍ମରେ ସଙ୍ଗୀତର ତଡକା ଲଗାଇବେ ଫେମସ ସଙ୍ଗୀତକାର ଏଆର ରେହମାନ । ଆଉ ଫିଲ୍ମର କାହାଣୀ ଲେଖିଛନ୍ତି ହିମାଂଶୁ ଶର୍ମା । ଆସନ୍ତା ବର୍ଷ ଭାଲେଣ୍ଟାଇନ ଡେରେ ଫିଲ୍ମ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ ।