ETV Bharat / sitara

ରାଷ୍ଟ୍ରୀୟ ପୁରସ୍କାର ଫେରାଇବେ ଅକ୍କି ! - canadian

ଏକ ଟ୍ବିଟ ଜରିଆରେ ଅକ୍ଷୟ ସ୍ପଷ୍ଟ କରିଥିଲେ କି ସେ ଭାରତ ନୁହେଁ, କାନାଡାର ନାଗରିକ । ଯଦି ଅକ୍ଷୟ କାନାଡାର, ତେବେ ତାଙ୍କୁ ଭାରତର ରାଷ୍ଟ୍ରୀୟ ପୁରସ୍କାର କିପରି ମିଳିପାରିବ । ଏବେ ଏହାକୁ ନେଇ ଚାଲିଛି ଚର୍ଚ୍ଚା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଅକ୍ଷୟ କୁମାର
author img

By

Published : May 9, 2019, 4:19 AM IST

ନୂଆଦିଲ୍ଲୀ: ବି-ଟାଉନର ଅକ୍କି ଅର୍ଥାତ ଅକ୍ଷୟ କୁମାର କିଛି ଦିନ ହେବେ ବାରମ୍ବାର ଚର୍ଚ୍ଚାରେ ଆସୁଛନ୍ତି । ପ୍ରଥମେ ପିଏମ ମୋଦିଙ୍କ ସହ ସାକ୍ଷାତକାର ନେଇ ଅକ୍ଷୟ ବିବାଦ ଘେରକୁ ଆସିଥିଲେ । ଏହାପରେ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଭୋଟ ନଦେଇ ନିଜକୁ ଦ୍ବନ୍ଦ୍ବରେ ପକାଇ ଦେଇଥିଲେ ।

ଏହାପରେ ଅକ୍ଷୟଙ୍କ କାନାଡା କନେକ୍ସନ ଏବଂ ନାଗରିକତାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଯାହାପରେ ଅକ୍ଷୟ ଟ୍ବିଟ କରି ସ୍ପଷ୍ଟ କରିଥିଲେ କି ସେ ଭାରତରେ ଭୋଟ ଏଥି ନିମନ୍ତେ ଦେଇପାରିବେ ନାହିଁ କାରଣ ତାଙ୍କ ପାଖରେ କାନାଡାର ପାସପୋର୍ଟ ଅଛି ।

ଅକ୍ଷୟଙ୍କ ଏହି କଥା ତାଙ୍କୁ ବିବାଦକୁ ଆଣିଦେଇଛି । ଏବେ ପ୍ରଶ୍ନ ଉଠୁଛି ଯେ କୌଣସି ବିଦେଶୀ ନାଗରିକ ଭାରତର ରାଷ୍ଟ୍ରୀୟ ପୁରସ୍ପାର ଜିତିପାରିବ । ଯଦି କେହି ଭାରତର ନାଗରିକ ନୁହେଁ, ତେବେ ତାଙ୍କୁ କିପରି ଭାରତର ରାଷ୍ଟ୍ରୀୟ ପୁରସ୍କାର ମିଳିବ । ଏହାକୁ ଆଧାର କରି ଏବେ ତାଙ୍କ ପୁରସ୍କାର ଫେରାଇବାକୁ ନେଇ ଚାଲିଛି ତର୍କବିର୍ତକ ।

ପ୍ରକାଶ ଥାଉକି 2016ରେ ରିଲିଜ ହୋଇଥିବା ଅକ୍ଷୟଙ୍କ ଫିଲ୍ମ 'ରୁସ୍ତମ' ପାଇଁ ତାଙ୍କୁ ବେଷ୍ଟ ଆକ୍ଟର ନ୍ୟାସନାଲ ଆୱାର୍ଡ ମିଳିଥିଲା । ଫିଲ୍ମରେ ସେ ଇଣ୍ଡିଆନ ନେଭୀ ଅଫିସର ଭୂମିକାରେ ଅଭିନୟ କରିଥିଲେ ।

Intro:Body:

BREAKING

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.