ମୁମ୍ବାଇ: ଖିଲାଡି ଅକ୍ଷୟ କୁମାରଙ୍କ କ୍ୟାରିଅରରେ କୋରୋନା ସଙ୍କଟର ପ୍ରଭାବ ଦେଖିବାକୁ ମିଳୁଛି। ସେ ବର୍ତ୍ତମାନ ନିଜର ଦୁଇଟି ଚର୍ଚ୍ଚିତ ଫିଲ୍ମ ରିଲିଜ କରିବାକୁ ଅପେକ୍ଷା କରିଛି। ହେଲେ ଲକଡାଉନ ପାଇଁ ସବୁ ଫିଲ୍ମର ରିଲିଜ ରଦ୍ଦ କରିଦିଆଯାଇଛି । ସେହିପରି ତାଙ୍କ ଆଉ ଏକ ଫିଲ୍ମର ସୁଟିଂ ଅଧାରେ ଅଟକି ରହିଛି। ଯାହାର ସେଟକୁ ଏବେ ଭାଙ୍ଗିବାକୁ ପଡିଛି। ଦୀର୍ଘ ସମୟରୁ ଚର୍ଚ୍ଚାରେ ଥିବା ତାଙ୍କ ପିରିୟଡ ଡ୍ରାମା ‘ପୃଥ୍ବୀରାଜ ଚୌହାନ’ ମେକର୍ସଙ୍କୁ ଝଟକା ।
ଲକଡାଉନ ହେତୁ ଏହି ମୂଲ୍ୟବାନ ସେଟ୍ ଗତ ଦୁଇ ମାସ ଧରି ଅବ୍ୟବହୃତ ହୋଇ ରହିଥିଲା | ବର୍ଷାରେ ସେଟର ଅବନତି ଭୟରେ ନିର୍ମାତାମାନେ ଏହାକୁ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛନ୍ତି। ମୁମ୍ବାଇରେ ବର୍ଷା ଆରମ୍ଭ ହେବାକୁ ମାତ୍ର ଗୋଟିଏ ସପ୍ତାହ ବାକି ଅଛି। ଯାହାକୁ ଦୃଷ୍ଟିରେ ରଖି ମେକର୍ସ ସେଟ ଭାଙ୍ଗିବାକୁ ସ୍ତିର କରିଛନ୍ତି ।
ପ୍ରକାଶ ଥାଉକି ଲକଡାଉନ ଘୋଷଣା ହେବା ପୂର୍ବରୁ ଅକ୍ଷୟ ନିର୍ଦ୍ଦେଶକ ଚନ୍ଦ୍ରପ୍ରକାଶ ଦ୍ବବେଦୀଙ୍କ ନିର୍ଦ୍ଦେଶିତ ଏହି ଡ୍ରାମା ଫିଲ୍ମର ଏକ ପ୍ରମୁଖ ଅଂଶର ସୁଟିଂ କରିସାରିଥିଲେ। ହେଲେ ଫିଲ୍ମର କିଛି ଗୁରୁତ୍ବପୂର୍ଣ୍ଣ ସିନ୍ସ ଅଛି ଯାହାକୁ ଏହି ସେଟରେ ସମ୍ପୂର୍ଣ୍ଣ କରିବାକୁ ପଡିବ । ଫିଲ୍ମର ପ୍ରାୟ 60 ପ୍ରତିଶତ କାମ ଶେଷ ହୋଇସାରିଛି । ୟଶ ରାଜ ଫିଲ୍ମସର ତରଫରୁ ମଧ୍ୟ ସେଟ ଭାଙ୍ଗିବା ସୂଚନା ଦିଆଯାଇଛି।