ହାଇଦ୍ରାବାଦ: ବଲିଉଡର ଖିଲାଡି ବୟ ଅକ୍ଷୟ ଏବଂ ଟ୍ବିଙ୍କଲ ଖାନ୍ନାଙ୍କ ଯୋଡି ସବୁବେଳେ ଚର୍ଚ୍ଚାରେ ଥାଏ । ଏହି ଚର୍ଚ୍ଚିତ ଯୋଡି ଅକ୍ଷୟ ଏବଂ ଟ୍ବିଙ୍କଲ ଆଜି (ଜାନୁୟାରୀ 17) 21ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି । ଏହି ଅବସରରେ ଟ୍ବିଙ୍କଲ ଖାନ୍ନା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ଅଭିନେତ୍ରୀ ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି ।
ଏହି ଫଟୋରେ ଅକ୍ଷୟ କୁମାର ହଳଦିଆ ରଙ୍ଗର ହୁଡ ଏବଂ କଳା ରଙ୍ଗର ଟୋପି ପିନ୍ଧି ଏକ ଚେୟାରରେ ବସିଛନ୍ତି । ଅକ୍ଷୟଙ୍କ ସାମ୍ନାରେ ତାଙ୍କ ପତ୍ନୀ ଟ୍ବିଙ୍କଲ ମଧ୍ୟ କାଜୁଆଲ୍ ଲୁକ୍ରେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଏହି ଫଟୋଟି ରଣଥମ୍ବୋର ଜାତୀୟ ଉଦ୍ୟାନର, ଯେଉଁଠାରେ ତାଙ୍କ ଝିଅ ନିତାରା ମଧ୍ୟ ତାଙ୍କ ସହିତ ଅଛନ୍ତି ।
ଏହି ଫଟୋ ସେୟାର କରି ଟ୍ବିଙ୍କଲ ତାଙ୍କ ସ୍ବାମୀ ଅକ୍ଷୟଙ୍କ ସହ କ’ଣ କଥା ହୋଇଛନ୍ତି ତାହା ଉଲ୍ଲେଖ କରିଛନ୍ତି ।
- " class="align-text-top noRightClick twitterSection" data="
">
ଟ୍ବିଙ୍କଲ ଅକ୍ଷୟଙ୍କ ଚାଟ୍:
(ମୁଁ) ତୁମେ ଜାଣ, ମୁଁ ଏତେ ଅଲଗା ଯେ ଯଦି ଆମର ଏକ ପାର୍ଟିରେ ଭେଟ ହୁଏ, ତୁମ ସହ କଥା ହେବି କି ନା ନାହିଁ ତାହା ମୋତେ ଜଣା ନାହିଁ।
(ସେ)- ମୁଁ ତ ତୁମ ସହ ନିଶ୍ଚିତ ଭାବେ କଥା ହେବି।
(ମୁଁ)- ତୁମେ ମୋତେ ପଚାରିବ ? ସେ- ନା, ମୁଁ କହିବି, ଭାବୀ ଜୀ..ଭାଇ ସାହାବ କେମିତି ଅଛନ୍ତି, ପିଲାମାନେ ଭଲ ଅଛନ୍ତି ? ଠିକ ଅଛି ନମସ୍ତେ ।'
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ