ETV Bharat / sitara

‘ଗୁଡନ୍ୟୁଜ’ ଟ୍ରେଲର ଆଉଟ, ଦର୍ଶକ କହିଲେ ସୁପରହିଟ୍

author img

By

Published : Nov 18, 2019, 4:55 PM IST

ଡିସେମ୍ବର 27ରେ ରିଲିଜ ହେବାକୁ ପ୍ରସ୍ତୁତ ହୋଇ ସାରିଲାଣି ଅକ୍ଷୟ କୁମାରଙ୍କ ମଲ୍ଟି ଷ୍ଟାର ଫିଲ୍ମ ‘ଗୁଡନ୍ୟୁଜ’ । ଏହାପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ କରି ଦର୍ଶକଙ୍କୁ ସରପ୍ରାଇଜ ଦେଇଛନ୍ତି ମେକର୍ସ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦିଲଜିତ ଦୋସାଞ୍ଝ

ମୁମ୍ବାଇ: ନିକଟରେ ନିଜ କମେଡି ଫିଲ୍ମ ‘ହାଉସଫୁଲ 4’ ଜରିଆରେ ହସାଇ ହସାଇ ବେହାଲ କରିଥିବା ସୁପରଷ୍ଟାର ଅକ୍ଷୟ କୁମାର ପ୍ରସ୍ତୁତ ହୋଇସାରିଲେଣି ପୁଣି ହସାଇବାକୁ । ତାଙ୍କ ଚର୍ଚ୍ଚିତ ଫିଲ୍ମ ‘ଗୁଡନ୍ୟୁଜ’ର ଜବରଦସ୍ତ କମେଡି ଟ୍ରେଲର ରିଲିଜ ହୋଇଯାଇଛି । ଏହି ଫିଲ୍ମର ଟ୍ରେଲର ଦେଖିବାକୁ ଦର୍ଶକ ଅନାଇ ବସିଥିଲେ । ଏବେ ତାଙ୍କ ଅପେକ୍ଷାର ଅନ୍ତ ଘଟିଛି । ଟ୍ରେଲର ଦେଖିବା ପରେ ସୋସିଆଲ ମିଡିଆରେ ଦର୍ଶକ ନିଜ ନିଜ ଖୁସି ପ୍ରକାଶ କରିବାରେ ଲାଗିଛନ୍ତି ।

  • " class="align-text-top noRightClick twitterSection" data="">

ଅକ୍ଷୟ ଓ କରୀନା କପୁର ଖାନଙ୍କ ଯୋଡି ପୁଣି ଦର୍ଶକ ଏହି ଫିଲ୍ମରେ ଦେଖିବାକୁ ପାଇବେ । ଏହି ଯୋଡି ଶେଷଥର ‘କମବକ୍ତ ଇଶ୍କ’ରେ ଏକାଠି କାମ କରିଥିଲେ । 2009ରେ ରିଲିଜ ହୋଇଥିବା ଏହି ଫିଲ୍ମର 10 ବର୍ଷ ପରେ କରୀନା ଓ ଅକ୍ଷୟଙ୍କ ମଜାଦାର କେମେଷ୍ଟ୍ରି ‘ଗୁଡନ୍ୟୁଜ’ରେ ଦେଖିବାକୁ ମିଳିଛି ।

ଅକ୍ଷୟ ଓ କରୀନାଙ୍କ ବ୍ୟତୀତ ଫିଲ୍ମରେ ଦିଲଜିତ ଦୋସାଞ୍ଝ ଓ କିୟାରା ଆଡଭାନୀ ମଧ୍ୟ ନଜର ଆସିବେ । ଟ୍ରେଲରରେ ଦୁଇଜଣଙ୍କ ମଜାଦାର ଅନ୍ଦାଜ ଦେଖିବାକୁ ପାଇଛନ୍ତି ଦର୍ଶକ । ‘ଗୁଡନ୍ୟୁଜ’ ଟ୍ରେଲରେ ଅକ୍ଷୟଙ୍କ ପତ୍ନୀ କରୀନା ସାଜିଥିବା ବେଳେ ଦିଲଜିତଙ୍କ ପତ୍ନୀ କିୟାରା ହୋଇଛନ୍ତି । ଏହି କପଲ ଫିଲ୍ମରେ ନିଜ ନିଜ ସନ୍ତାନ ପାଇଁ ଯୋଜନା କରୁଥିବାର ନଜର ଆସୁଛନ୍ତି ।

ଟ୍ବିଟରରେ ବର୍ତ୍ତମାନ ଟ୍ରେଲରକୁ ନେଇ ଅନେକ ମଜାଦାର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୟୁଜର ଗୁଡନ୍ୟୁଜ ଫିଲ୍ମକୁ ସୁପରହିଟ୍ କହିଛନ୍ତି , ସେହିଠାରେ ଆଉ ଜଣେ ୟୁଜର ଲେଖିଛନ୍ତି, ‘ଟ୍ରେଲର ଦେଖି ସେ ଆଉ ନିଜକୁ ରୋକି ପାରୁନାହାଁନ୍ତି ଫିଲ୍ମ ଦେଖିବାକୁ । ତାଙ୍କ ଉତ୍ସାହ ଖୁବ୍ ବଢିଯାଇଛି ।’

ପ୍ରକାଶ ଥାଉକି ଗୁଡନ୍ୟୁଜର ନିର୍ଦ୍ଦେଶନା ଦାୟିତ୍ବ ରାଜ ମେହତା ତୁଲାଇଥିବା ବେଳେ ଫିଲ୍ମର ପ୍ରଯୋଜନା କରିଛନ୍ତି ଲୋକପ୍ରିୟ ନିର୍ମାତା କରନ ଜୋହର । ଆସନ୍ତା ମାସ 27ରେ ରିଲିଜ ହେବାକୁ ଯାଉଛି ଏହି କମେଡି ଫିଲ୍ମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.