ETV Bharat / sitara

ଖିଲାଡିଙ୍କ ଆଉ ଏକ ହିଟ୍, 200 କୋଟି ମୁହାଁ ‘ଗୁଡନ୍ୟୁଜ’

ବ୍ୟାକ ଟୁ ବ୍ୟାକ ହିଟ୍ ଦେବାରେ ମାହିର ଅକ୍ଷୟ କୁମାର । ବର୍ତ୍ତମାନ ତାଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ଗୁଡନ୍ୟୁଜ’ ବକ୍ସ ଅଫିସରେ ଶାନଦାର ପ୍ରଦର୍ଶନ କରିବାରେ ଲାଗିଛି ।

author img

By

Published : Jan 3, 2020, 2:45 PM IST

good newwz
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର

ମୁମ୍ବାଇ: ଖିଲାଡି ଅକ୍ଷୟ କୁମାରଙ୍କ କମେଡି ଏଣ୍ଟରଟେନ ଫିଲ୍ମ ‘ଗୁଡନ୍ୟୁଜ’ ବକ୍ସ ଅଫିସରେ ଶାନଦାର କଲେକ୍ସନ କରିବାରେ ଲାଗିଛି । ଗତ ଶୁକ୍ରବାର ରିଲିଜ ହୋଇଥିବା ଏହି ଫିଲ୍ମ ଏଯାବତ ଦମଦାର ଆୟ କରି ସଲମାନ ଖାନଙ୍କ ଚର୍ଚ୍ଚିତ ଫିଲ୍ମ ‘ଦବଙ୍ଗ 3’କୁ ପଛରେ ପକାଇଦେଇଛି । ଏହି ଫିଲ୍ମ ରିଲିଜର ପ୍ରଥମ ସପ୍ତାହରେ ପାଖାପାଖି 127.90 କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଛି । ସେହିପରି ଗୁରୁବାର ଫିଲ୍ମଟି 10.80 କୋଟି ଟଙ୍କା ଆୟ କରିଛି । ୱିକେଣ୍ଡରେ ମଧ୍ୟ ଏହି କମେଡି ଡ୍ରାମା ଫିଲ୍ମ ଡବଲ ଡିଜିଟରେ ଆୟ କରୁଛି ।

tweet
ଫଚୋ ସୌଜନ୍ୟ: ଟ୍ବିଟର@ତରଣ ଆଦର୍ଶ

ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ବିଟ କରି ଏହାର ସୂଚନା ଫ୍ୟାନ୍ସଙ୍କୁ ଦେଇଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି, ‘ଗୁଡନ୍ୟୁଜ ପ୍ରଥମ ସପ୍ତାହରେ ଶାନଦାର କଲେକ୍ସନ କରିଛି । ମେଟ୍ରୋ ସହରରେ. tier-2 ସହରର ମଲ୍ଟିପ୍ଲେକ୍ସରେ ଫିଲ୍ମ ଭଲ ବିଜନେସ କରିଛି । ହିଟ୍ ତାଲିକାରେ ସାମିଲ ହୋଇଛି ଗୁଡନ୍ୟୁଜ । ଶୁକ୍ରବାର ଫିଲ୍ମ 17.56 କୋଟି ଆୟ କରିଥିବା ବେଳେ ଶନିବାର 21.78 କୋଟି ଆୟ କରିଥିଲା । ସେହିପରି ରହିବାର ଫିଲ୍ମଟି 25.65 କୋଟି, ସୋମବାର 13.41 କୋଟି ଓ ମଙ୍ଗଳବାର 16.20 କୋଟି ଟଙ୍କା ଆୟ କରିଥିଲା । ଆଉ ବୁଧବାର 22.50 କୋଟି ଓ ଗୁରୁବାର 10.80 କୋଟି ଟଙ୍କା ଆୟ କରିବାରେ ସଫଳ ଗୁଡନ୍ୟୁଜ ।’

ଏହି ସପ୍ତାହରେ ଫିଲ୍ମର କଲେକ୍ସନ ଆହୁରି ବଢିପାରେ ବୋଲି ଆଶା ବନ୍ଧିଛନ୍ତି ମେକର୍ସ । ଏହାର ସବୁଠାରୁ ବଡ କାରଣ ହେଲା କି ଏଥର ଶୁକ୍ରବାର କୌଣସି ବଡ ଫିଲ୍ମ ବକ୍ସ ଅଫିସରେ ରିଲିଜ ହେବ ନାହିଁ । ଦ୍ବିତୀୟ ୱିକେଣ୍ଡରେ ‘ଗୁଡନ୍ୟୁଜ’ର ଆୟ 150 କୋଟି ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିବାର ସମ୍ଭାବନା ଅଛି । ଆଉ ଖୁବଶୀଘ୍ର 200 କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ଫିଲ୍ମ । ପ୍ରକାଶ ଥାଉକି ଅକ୍ଷୟଙ୍କ ସହ ଫିଲ୍ମରେ କରୀନା କପୁର ଖାନ, ଦିଲଜିତ ଦୋସାଞ୍ଝ ଓ କିୟାରା ଆଡଭାନୀ କମେଡିର ତଡକା ଲଗାଇଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.