ମୁମ୍ବାଇ: ଅକ୍ଷୟ କୁମାର ଓ କରୀନା କପୁର ଖାନଙ୍କ କେମେଷ୍ଟ୍ରି ପୁଣି ପରଦାରେ ଦେଖିବାକୁ ମିଳିବ । ଦୁଇଜଣ ଏଥର ପପୁଲାର ନିର୍ମାତା କରନ ଜୋହରଙ୍କ ଫିଲ୍ମ ‘ଗୁଡନ୍ୟୁଜ’ରେ ନଜର ଆସିବେ । ଏହି ଦୁଇଜଣଙ୍କ ବ୍ୟତୀତ ଫିଲ୍ମରେ କିୟାରା ଆଡଭାନୀ ଓ ଦିଲଜିତ ଦୋସାଞ୍ଜ ମଧ୍ୟ ଅଭିନୟ କରୁଥିବାର ଦେଖାଯିବେ । ଫିଲ୍ମ ଦେଖିବାକୁ ଦର୍ଶକଙ୍କୁ ଡିସେମ୍ବର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ।
ମେକର୍ସ ଫିଲ୍ମର ରିଲିଜ ତାରିଖ ଘୁଞ୍ଚାଇବା ପାଇଁ ପ୍ଲାନିଂ କରିଛନ୍ତି । ରିଲିଜ ଘୁଞ୍ଚାଇବାର କାରଣ ହେଲା କି ଅକ୍ଷୟଙ୍କ ଅଭିନୀତ ‘ମିଶନ ମଙ୍ଗଲ’ ଅଗଷ୍ଟ 15ରେ ରିଲିଜ ହୋଇଥିଲା । ତେଣୁ ‘ଗୁଡନ୍ୟୁଜ’ ଫିଲ୍ମର ରିଲିଜ ଘୁଞ୍ଚାଇବାକୁ ଚିନ୍ତା କରୁଛନ୍ତି ମେକର୍ସ ।
ପ୍ରକାଶ ଥାଉକି ଅକ୍ଷୟ ଏବେ ଧିରେ ଧରେ ବଲିଉଡର ତିନି ଖାନଙ୍କ ସ୍ଥାନ ନେବାକୁ ଲାଗିଛନ୍ତି । ଆସନ୍ତା ବର୍ଷ ଇଦରେ ତାଙ୍କ ଅଭିନୀତ ଫିଲ୍ମ ‘ଲକ୍ଷ୍ମୀ ବମ’ ସଲମାନ ଖାନଙ୍କ ଫିଲ୍ମ ‘ଇନଶାଲ୍ହା’ ସହ ରିଲିଜ ହୋଇଥାଆନ୍ତା । କିନ୍ତୁ ଏବେ ‘ଇନଶାଲ୍ହା’ର ରିଲିଜ ଉପରେ ଫୁଲଷ୍ଟପ ଲଗାଇଛନ୍ତି ମେକର୍ସ । ତେଣୁ କେବଳ ‘ଲକ୍ଷ୍ମୀ ବମ’ ହିଁ ଆସନ୍ତା ବର୍ଷ ଇଦରେ ଦେଖିବେ ଦର୍ଶକ ।
ସେହିପରି ତାଙ୍କ ‘ଗୁଡନ୍ୟୁଜ’ ଯଦି ଡିସେମ୍ବରରେ ରିଲିଜ ହେଉଛି ତେବେ ଏହା ଆମୀର ଖାନଙ୍କ ଟେରିଟୋରିରେ ସ୍ଥାନ ନେବ । କାରଣ ସବୁ ଖ୍ରୀଷ୍ଟମାସରେ ପ୍ରାୟତଃ ଆମୀରଙ୍କ ଫିଲ୍ମ ହିଁ ରିଲିଜ ହୋଇଥାଏ । ଅକ୍ଷୟଙ୍କ ଏପରି ପ୍ଲାନିଂରୁ ଜଣା ପଡିଯାଇଛି ଯେ ସେ ଖାନଙ୍କୁ କଡା ଟକ୍କର ଦେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ଖିଲାଡି କୁମାର ।