ETV Bharat / sitara

‘ପରିବାରବାଦ ଅପେକ୍ଷା ଗୋଷ୍ଠୀବାଦ ଅଧିକ ବିପଜ୍ଜନକ’ - 'ପରିବାରବାଦ' ଅପେକ୍ଷା 'ଗୋଷ୍ଠୀବାଦ' ଅଧିକ ବିପଜ୍ଜନକ

ସୁଶାନ୍ତଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଥିବା 'ପରିବାରବାଦ' ବିତର୍କରେ ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂ କହିଛନ୍ତି ଯେ, ଏହା ଅପେକ୍ଷା 'ଗୋଷ୍ଠୀବାଦ' ଅଧିକ ବିପଜ୍ଜନକ । ସେ କହିଛନ୍ତି , 'ପରିବାରବାଦ' ସବୁଠାରେ ଅଛି କିନ୍ତୁ ନନ୍-ଫିଲ୍ମ ବ୍ୟାକଗ୍ରାଉଣ୍ତରୁ ଆସୁଥିବା ପ୍ରତିଭାବାନ ଲୋକଙ୍କୁ ଅଣଦେଖା କରାଯିବା ଉଚିତ୍ ନୁହେଁ । ଅଧିକ ପଢନ୍ତୁ...

akshara singh said groupism is more dangerous than nepotism
'ପରିବାରବାଦ' ଅପେକ୍ଷା 'ଗୋଷ୍ଠୀବାଦ' ଅଧିକ ବିପଜ୍ଜନକ: ଅକ୍ଷରା ସିଂ
author img

By

Published : Jun 26, 2020, 4:06 PM IST

ପାଟନା: ଭୋଜପୁରୀ ଚଳଚ୍ଚିତ୍ରର ଜଣାଶୁଣା ଅଭିନେତ୍ରୀ ଅକ୍ଷରା ସିଂ କହିଛନ୍ତି ଯେ ଚଳଚ୍ଚିତ୍ର ଜଗତରେ 'ପରିବାରବାଦ' ଅପେକ୍ଷା 'ଗୋଷ୍ଠୀବାଦ' ଅଧିକ ବିପଜ୍ଜନକ । ସେ କହିଛନ୍ତି ଯେ ସବୁଠାରେ 'ପରିବାରବାଦ' ଅଛି, କିନ୍ତୁ ପ୍ରତିଭାବାନ ଲୋକଙ୍କୁ ମଧ୍ୟ ସମ୍ମାନ ଦିଆଯିବା ଉଚିତ୍ ।

ବଲିଉଡ ଅଭିନେତା ସୁଶାନ୍ତଙ୍କ ଦେହାନ୍ତ ପରେ ସାରା ଦେଶରେ ବଲିଉଡରେ 'ପରିବାରବାଦ' ଉପରେ ଅସନ୍ତୋଷ ଦେଖାଦେଇଛି ।

ଅକ୍ଷରା କହିଛନ୍ତି, ସବୁଠାରେ 'ପରିବାରବାଦ' ଅଛି, କିନ୍ତୁ ଏହାର ଅର୍ଥ ନୁହେଁ ଯେ ନନ୍-ଫିଲ୍ମ ବ୍ୟାକଗ୍ରାଉଣ୍ତରୁ ଆସୁଥିବା ପ୍ରତିଭାବାନ ଲୋକଙ୍କୁ ଅଣଦେଖା କରିବା । ମୁଁ ଭାବୁଛି ପ୍ରତ୍ୟେକ କଳାକାରମାନଙ୍କ ପ୍ରତିଭାକୁ ସବୁ ସ୍ଥାନରେ ସମ୍ମାନ ଦିଆଯିବା ଉଚିତ ।

ଏଥିସହ ସମସ୍ତ କଳାକାରମାନେ ଯେଉଁମାନେ ଅଭିନୟ କରିବାକୁ ଚାହାଁନ୍ତି ସେମାନଙ୍କୁ ଏକ ସୁଯୋଗ ମିଳିବା ଦରକାର । ଆହୁରି ମଧ୍ୟ, ଏହି ସମାନ ପ୍ରକ୍ରିୟାରେ ଷ୍ଟାର୍ କିଡସମାନେ ମଧ୍ୟ ଅଡିସନ୍ ଦେଇ ଫିଲ୍ମ ଇଣ୍ତଷ୍ଟ୍ରିରେ ଗତି କରିବା ଉଚିତ୍ ।

ପ୍ରକାଶ ଥାଉ କି, ସେ 'ଗୋଷ୍ଠୀବାଦ'କୁ 'ପରିବାରବାଦ' ଅପେକ୍ଷା ଅଧିକ ବିପଜ୍ଜନକ ବୋଲି କହିଛନ୍ତି । ପ୍ରତ୍ୟେକ କଳାକାରଙ୍କ ଠାରୁ ଆରମ୍ଭ କରି ଜଣେ ଛୋଟ ଟେକ୍ନିସିଆନ୍ ପର୍ଯ୍ୟନ୍ତ ଏହାର ଶିକାର ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.