ହାଇଦ୍ରାବାଦ: ବ୍ରିଟିଶ ଆଡଭେଞ୍ଚରର ବେୟର ଗ୍ରିଲ୍ସଙ୍କ ସହ ଦୁଃସାହସିକ ଚ୍ୟାଲେଞ୍ଜ ନେବାରେ ନଜର ଆସିଲେ ବଲିଉଡ଼ ସିଘଂମ ଅଜୟ ଦେବଗନ । ସେ 'ଇନ ଟୁ ଦି ୱାଇଲ୍ଡ ୱିଥ ବେୟର ଗ୍ରିଲ୍ସ' ଶୋ'ରେ ବେୟରଙ୍କ ସହିତ ସମୁଦ୍ର ଭିତରେ ୱାଟର ଆଡଭେଞ୍ଚର କରୁଥିବାର ଦେଖିବାକୁ ମିଳିଛି । ଯାହାର ଟିଜର ଆଜି(ମଙ୍ଗଳବାର) ରିଲିଜ ହୋଇଥିବାବେଳେ ଏହା କୌଣସି ଖେଳ ନୁହେଁ ବୋଲି କହିଛନ୍ତି ଦେବଗନ ।
- " class="align-text-top noRightClick twitterSection" data="
">
ଦେବଗନ ବେୟରଙ୍କ ଏହି ଶୋ'ରେ ନଜର ଆସିବେ ବୋଲି ପୂର୍ବରୁ ସେପ୍ଟେମ୍ବର ୧୨ ତାରିଖରେ ଘୋଷଣା କରାଯାଇଥିଲା । ଏହାର ଟିଜର ଆଜି ରିଲିଜ ହୋଇଥିବା ବେଳେ ପ୍ରିମିଅର ଆସନ୍ତା ଅକ୍ଟୋବର ୨୨ ତାରିଖରେ Discovery+ ରେ ସକାଳ ୬ଟାର ପ୍ରସାରିତ ହେବ । ସୁଟିଂ ସମୟରେ ନିଜ ଅନୁଭବ ସମ୍ପର୍କରେ ସେୟାର କରି ଅଜୟ ଦେବଗନ କହିଛନ୍ତି ଯେ ସେ ଏହି ଆଡଭେଞ୍ଚର ଶୋ' କରି ନିଜକୁ ଭାଗ୍ୟବାନ ଭାବୁଛନ୍ତି । ପ୍ରଥମ ଥର ପାଇଁ ସେ ଜଙ୍ଗଲରେ ରାତି ବିତାଇଛନ୍ତି, ଯାହାକି କୌଣସି ପିଲା ଖେଳ ନୁହେଁ ବୋଲି ସେ କହିଛନ୍ତି ।
ସେ ଗତ ୩୦ ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରି ଆକ୍ସନ ଫିଲ୍ମ କରିଆସୁଛନ୍ତି । ଯାହାଦ୍ବାରା ତାଙ୍କୁ ଏହି ସୁଯୋଗ ମିଳିଛି । ଏହି ସୁଯୋଗ ପାଇବା ପରେ ସେ ବେଶ ଖୁସିବ୍ୟକ୍ତ କରିଛନ୍ତି । ବେୟରଙ୍କୁ ମଧ୍ୟ ସେ ସଲାମ କରିଛନ୍ତି । ବେୟର ପ୍ରକୃତି ସହିତ ଏକ ନିଆରା ସମ୍ପର୍କ ସ୍ଥାପନ କରିଛନ୍ତି । ଏଭଳି ଅନ୍ୟମାନଙ୍କୁ କରିବା ପାଇଁ ମଧ୍ୟ ସେ ପ୍ରେରଣା ଯୋଗାଉଛନ୍ତି ।
ବେୟର ଏହି ଆଡଭେଞ୍ଚର ଶୋ' ମାଧ୍ୟମରେ ପ୍ରତିକୂଳ ପରିସ୍ଥିତିରୁ କିପରି ବଞ୍ଚିବା ସେ ସମ୍ପର୍କରେ ଦର୍ଶକଙ୍କୁ ଉପାୟ କହିଥାନ୍ତି । ସେ ସମୁଦ୍ର, ଜଙ୍ଗଲ, ପାହାଡ ପର୍ବତ, ମରୁଭୂମି ଆଦି ଅନେକ ସ୍ଥାନରେ ଫସିଗଲେ ସେଠୁ କିପରି ଜୀବନ ବଞ୍ଚାଇ ମୁକୁଳିବା ସେ ସମ୍ପର୍କରେ ଉପାୟ ବତାଇଥାନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ