ETV Bharat / sitara

ଅଜୟଙ୍କ ନୂଆ ଗୀତ ରିଲିଜ, ପୁଅ ସାଜିଲେ ଶିଶୁ ନିର୍ଦ୍ଦେଶକ

author img

By

Published : Apr 25, 2020, 4:19 PM IST

ରିଲିଜ ହେଲା ଅଜୟ ଦେବଗନଙ୍କ ‘ଠହର ଜା’ ଗୀତ। ଏହା ଜରିଆରେ ଦେଶବାସୀଙ୍କୁ ଦେଇଛନ୍ତି ସତେଚନା ବାର୍ତ୍ତା...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଜୟ ଦେବଗନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଜୟ ଦେବଗନ

ମୁମ୍ବାଇ: ପୁରା ବିଶ୍ବରେ କୋରୋନା ଭାଇରସର ତାଣ୍ଡବ ଦେଖିବାକୁ ମିଳୁଛି। ଲକଡାଉନରେ ନିଜ ନିଜ ଘରେ ରହି ସେଲିବ୍ରିଟି ଦେଶବାସୀଙ୍କୁ ସଚେତନା ବାର୍ତ୍ତା ଦେବାରେ ଲାଗିଛନ୍ତି। ସୁପରଷ୍ଟାର ସଲମାନ ଖାନ ନିକଟରେ କୋଭିଡ-19 ଉପରେ ନିଜ ଗାଇଥିବା ଗୀତ ‘ପ୍ୟାର କରୋନା’ ରିଲିଜ କରି ସଚେତନା ବାର୍ତ୍ତା ବାଣ୍ଟିଥିଲେ। ଆଉ ତାଙ୍କ ପଥ ଅନୁସରଣ କରି ଖିଲାଡି ଅକ୍ଷୟ କୁମାର ନିଜ ଅଭିନୀତ ଫିଲ୍ମ ‘କେଶରୀ’ର ଲୋକପ୍ରିୟ ଗୀତ ‘ତେରି ମିଟ୍ଟି’ର ନୂଆ ଭର୍ସନ କୋରୋନା ଯୋଦ୍ଧାଙ୍କୁ ସମର୍ପିତ କରିଥିଲେ।

ଏହି ଦୁଇଷ୍ଟାରଙ୍କ ପରେ ଏବେ ବି-ଟାଉନର ସିଂଘମ ଅଜୟ ଦେବଗନ ସଚେତନା ଗୀତ ‘ଠହର ଜା’ ନେଇ ପରଦାରେ ନଜର ଆସିଛନ୍ତି। ଯାହାକୁ ସେ ନିଜ ଘରେ ସୁଟ କରିଛନ୍ତି । ମୁଖ୍ୟ କଥା ହେଲା ଯେ ଏହି ଗୀତ ଜରିଆରେ ତାଙ୍କ ଲାଡଲା ଯୁଗ ଶିଶୁ ସହ-ନିର୍ଦ୍ଦେଶକ ରୂପେ ଡେବ୍ୟୁ କରିଛନ୍ତି।

ସେହପରି ଗୀତଟିକୁ ମେହୁଲ ବ୍ୟାସ ଗାଇଥିବା ବେଳେ ଏହାର ଲିରିକ୍ସ ଲେଖିଛନ୍ତି, ଅନିଲ ବର୍ମା । ଭିଡିଓରେ ବ୍ୟସ୍ତବହୁଳ ଜୀବନକୁ ଦର୍ଶାଯାଇଛି । ଏହି ଦୌଡୁଥିବା ଜୀବନକୁ ଥମିଯିବାକୁ କହିଛନ୍ତି ଅଜୟ। ଆପଣ ବି ଦେଖନ୍ତୁ ଗୀତ...

  • " class="align-text-top noRightClick twitterSection" data="">

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.