ETV Bharat / sitara

ଆସନ୍ତା ବର୍ଷ ମୁକ୍ତିଲାଭ କରିବ ଅଜୟଙ୍କ ଫିଲ୍ମ 'ମଇଦାନ'

କୋରୋନା ଭାଇରସ୍ କାରଣରୁ ଅଜୟ ଦେବଗନଙ୍କ ସ୍ପୋର୍ଟସ୍ ଡ୍ରାମା ଫିଲ୍ମ 'ମଇଦାନ'ର ରିଲିଜ୍ ତାରିଖକୁ ସ୍ଥଗିତ ରଖାଯାଇଛି । ଫିଲ୍ମ 13 ଅଗଷ୍ଟ 2021ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଅଜୟ ତାଙ୍କ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Jul 5, 2020, 3:13 AM IST

ajay devgn maidaan to hit theatres in 2021
ଆସନ୍ତା ବର୍ଷ ମୁକ୍ତିଲାଭ କରିବ ଅଜୟଙ୍କ ଫିଲ୍ମ 'ମଇଦାନ'

ମୁମ୍ବାଇ: କୋରୋନା ଭାଇରସ ମହାମାରୀ ବଲିଉଡ ଇଣ୍ତଷ୍ଟ୍ରି ଉପରେ ବହୁତ ଖରାପ ପ୍ରଭାବ ପକାଇଛି। ତଥାପି କିଛି କୋରୋନା ଗାଇଡଲାଇନ ପାଳନ ସହିତ ଇଣ୍ତଷ୍ଟ୍ରିରେ ଅନେକ ପ୍ରୋଜେକ୍ଟର କାମ ଆରମ୍ଭ ହୋଇଯାଇଛି। ଏଭଳି ପରିସ୍ଥିତିରେ ଅଜୟ ଦେବଗନଙ୍କ ଅଭିନୀତ ସ୍ପୋର୍ଟସ୍ ଡ୍ରାମା ‘ମଇଦାନ' ଅଗଷ୍ଟ 13, 2021ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

ସୋସିଆଲ ମିଡିଆରେ ଏହି ସୂଚନା ପ୍ରଦାନ କରି ଅଜୟ ଲେଖିଛନ୍ତି, ‘2021 ସ୍ବତନ୍ତ୍ରତା ସପ୍ତାହ’ରେ ରିଲିଜ ହେବାକୁ ଥିବା ଚଳଚ୍ଚିତ୍ରର ଅବିସ୍ମରଣୀୟ କାହାଣୀ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିବ । ମନେରଖନ୍ତୁ ଅଗଷ୍ଟ 13 ହ୍ୟାସଟ୍ୟାଗ ମଇଦାନ 2021 ।’

ଅମିତ ରବିନ୍ଦ୍ରନାଥ ଶର୍ମାଙ୍କ ଫିଲ୍ମ ‘ମଇଦାନ' ଭାରତୀୟ ଫୁଟବଲର ସ୍ବର୍ଣ୍ଣିମ ବର୍ଷ ଉପରେ ଆଧାରିତ । ଅଜୟଙ୍କ ଚରିତ୍ର ମହାନ କୋଚ୍ ସୟଦ ଅବଦୁଲ ରହିମଙ୍କ ଉପରେ ଆଧାରିତ । ଯିଏ ଭାରତୀୟ ଫୁଟବଲର ପ୍ରତିଷ୍ଠାତା ଭାବରେ ଜଣାଶୁଣା । ରହିମ 1950ରୁ 1963 ପର୍ଯ୍ୟନ୍ତ ଭାରତୀୟ ଜାତୀୟ ଫୁଟବଲ ଟିମର ମ୍ୟାନେଜର ରହିଥିଲେ।

2018ର ହିଟ୍ ‘ବଧାଇ ହୋ' ପରେ ନିର୍ଦ୍ଦେଶକ ଅମିତ ଶର୍ମା ‘ମଇଦାନ' ସହିତ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ଏହି ଚଳଚ୍ଚିତ୍ରରେ ଜାତୀୟ ପୁରସ୍କାର ବିଜେତା ଅଭିନେତ୍ରୀ ପ୍ରିୟାମଣି, ଗଜରାଜ ରାଓ ଏବଂ ବଙ୍ଗାଳୀ ଅଭିନେତା ରୁଦ୍ରନିଲ ଘୋଷ ମଧ୍ୟ ଅଭିନୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.