ମୁମ୍ବାଇ: ଅଜୟ ଦେବଗନ ଓ କାଜୋଲଙ୍କ ଲାଡଲୀ ନ୍ୟାସା ଆଜି 17 ବର୍ଷରେ ପଦାର୍ପଣ କରିଛନ୍ତି। ଆଜି ତାଙ୍କ 17ତମ ଜନ୍ମଦିନ ପିତା-ମାତାଙ୍କ ସହ ନିଜ ଘରେ ସେଲିବ୍ରେଟ କରିଛନ୍ତି। ଏହି ଅବସରରେ କାଜୋଲ ବର୍ଥଡେ ଗାର୍ଲ ପାଇଁ ଏକ ସ୍ପେଶାଲ ମେସେଜ ମଧ୍ୟ ଲେଖିଛନ୍ତି। ସେ ନ୍ୟାସାଙ୍କ ପିଲାବେଳୁ ନେଇ ଏଯାବତର ଫଟୋକୁ ନେଇ ଏକ ଭିଡିଓ ନିର୍ମାଣ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
- " class="align-text-top noRightClick twitterSection" data="
">
କାଜୋଲ ଭିଡିଓର କ୍ୟାପସନରେ ଲେଖିଛନ୍ତି, ‘ଦୁନିଆର ସବୁଠାରୁ ସୁନ୍ଦର ଝିଅକୁ ହାପି ବର୍ଥଡେ।’ ସେହିପରି ପିତା ଅଜୟ ମଧ୍ୟ ନ୍ୟାସାଙ୍କ ସହ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ହାପି ବର୍ଥଡେ ପ୍ୟାରି ବେଟି । ଆପଣଙ୍କୁ ସବୁ ଖୁସି ମିଳୁ। ଘରେ ରହି ସୁରକ୍ଷିତ ରୁହନ୍ତୁ।’
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ନ୍ୟାସା ସିଙ୍ଗାପୁରରେ ପାଠ ପଢା ଶେଷ କରିଛନ୍ତି। ଲକଡାଉନ ପାଇଁ ବର୍ତ୍ତମାନ ସେ ମୁମ୍ବାଇରେ ପରିବାର ସହ ଅଛନ୍ତି । କିଛି ଦିନ ପୂର୍ବରୁ ନ୍ୟାସାଙ୍କ ସହ କାଜୋଲଙ୍କୁ କୋରୋନା ପଜେଟିଭ ହେବା ଚର୍ଚ୍ଚା ଜୋର ଧରିଥିଲା। ହେଲେ ଏହାକୁ ଏକ ସାକ୍ଷାତକାରରେ ଖଣ୍ଡନ କରିଥିଲେ ଅଜୟ।