ETV Bharat / sitara

ଅଜୟଙ୍କ ଭାଲେଣ୍ଟାଇନ ଡେ ପ୍ଲାନ, ନନ୍-ଷ୍ଟପ୍ କରିବେ ସୁଟିଂ

author img

By

Published : Feb 13, 2021, 2:06 PM IST

ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘ମୈଇଦାନ’ଙ୍କୁ ନେଇ ନୂଆ ଖବର । ଭାଲେଣ୍ଟାଇନ ଡେରେ ସୁଟିଂ ଆରମ୍ଭ କରିବେ ଅଜୟ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଜୟ ଦେବଗନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଜୟ ଦେବଗନ

ମୁମ୍ବାଇ: ବର୍ତ୍ତମାନ ମହାନାୟକ ଅମିତାଭ ବଚ୍ଚନଙ୍କ ସହ ଫିଲ୍ମ ‘ମେ ଡେ’ର ସୁଟିଂରେ ବ୍ୟସ୍ତ ବି-ଟାଉନର ସିଂଘମ ଅଜୟ ଦେବଗନ । ଏହି ଫିଲ୍ମରେ ସେ ଅଭିନୟ କରିବା ବ୍ୟତୀତ ନିର୍ଦ୍ଦେଶନା ଦାୟିତ୍ବ ମଧ୍ୟ ତୁଲାଉଛନ୍ତି । ନିକଟରେ ମୁମ୍ବାଇରେ ଫିଲ୍ମର ସୁଟିଂ ଆରମ୍ଭ କରିଥିଲେ ଷ୍ଟାରକାଷ୍ଟ । ଇତିମଧ୍ୟରେ ଅଜୟଙ୍କୁ ନେଇ ସାମ୍ନାକୁ ଆସିଛି ନୂଆ ଖବର । ‘ମେ ଡେ’ ବ୍ୟତୀତ ଦୀର୍ଘ ସମୟରୁ ଚର୍ଚ୍ଚାରେ ତାଙ୍କ ମୈଇଦାନ ଫିଲ୍ମ ମଧ୍ୟ। ଯାହାର ନନ୍-ଷ୍ଟପ୍ ସୁଟିଂ କରିବା ପାଇଁ ପ୍ଲାନିଂରେ ଅଜୟ ।

ଆଜ୍ଞା ହଁ, ସେ ଭାଲେଣ୍ଟାଇନ ଡେ ଅବସରରେ ଫିଲ୍ମର ସୁଟିଂରେ ଯୋଗ ଦେବେ ଅଜୟ । ଆଉ ନନ୍-ଷ୍ଟପ ସୁଟିଂ କରିବାକୁ ସ୍ଥିର କରିଛନ୍ତି ସେ । ମୁମ୍ବାଇରେ ଆରମ୍ଭ ହେବ ସୁଟିଂ ।

ପ୍ରକାଶ ଥାଉକି ‘ମୈଇଦାନ’ ଏକ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ । ଯେଉଁଥିରେ ଅଜୟ ଫୁଟବଲ୍ କୋଚ୍ ସୟଦ ଅବଦୁଲ ରହୀମଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ସେହିପରି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ନିର୍ଦ୍ଦେଶକ ଅମିତ ରବିନ୍ଦ୍ରନାଥ ଶର୍ମା । ଅଜୟଙ୍କ ବ୍ୟତୀତ ଫିଲ୍ମରେ ପ୍ରିୟାମଣି, ଗଜରାଜ ରାଓ ଏବଂ ବଙ୍ଗୀୟ ଅଭିନେତା ରୁଦ୍ରରାନିଲ ଘୋଷ । ଆଉ ଫିଲ୍ମର ପ୍ରଯୋଜନା ବୋନି କପୁର, ଆକାଶ ଚାୱଲା ଜି ଷ୍ଟୁଡିଓ ସହ ମିଶିକି କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.