ETV Bharat / sitara

ସୂର୍ଯ୍ୟବଂଶୀ: Aila Re Ailaa ସଙ୍ଗୀତ ହେଲା ରିଲିଜ

ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଅଭିନୀତ 'ସୂର୍ଯ୍ୟବଂଶୀ'ର ପ୍ରଥମ ଗୀତ 'ଆଇଲା ରେ ଆଇଲା' ଗୀତ ହେଲା ରିଲିଜ । ଅଧିକ ପଢନ୍ତୁ...

author img

By

Published : Oct 21, 2021, 6:39 PM IST

ସୂର୍ଯ୍ୟବଂଶୀ: Aila Re Alia ସଙ୍ଗୀତ ହେଲା ରିଲିଜ

ହାଇଦ୍ରାବାଦ: ବଲିଉଡ଼ ଅଭିନେତା ଅକ୍ଷୟ କୁମାର ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଅଭିନୀତ 'ସୂର୍ଯ୍ୟବଂଶୀ'ର ପ୍ରଥମ ଗୀତ 'ଆଇଲା ରେ ଆଇଲା' ହୋଇଛି ରିଲିଜ । ଏହା ପୂର୍ବରୁ ଗୀତର ଟିଜର ରିଲିଜ ହୋଇଥିଲା । ଟିଜର ପରେ ଏହି ସଙ୍ଗୀତକୁ ଦର୍ଶକ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିବାବେଳେ ବର୍ତ୍ତମାନ ଏହାକୁ ଖୁବ ପସନ୍ଦ କରୁଥିବା ଦେଖିବାକୁ ମିଳିଛି ।

ଏଥିରେ ଅକ୍ଷୟ କୁମାର ଓ ରଣବୀର ସିଂଙ୍କ ଧମାକାଦାର ନାଚ ଦେଖିବାକୁ ମିଳିଛି । ତେବେ ଏହି ଗୀତଟି ଅକ୍ଷୟ କୁମାରଙ୍କ 'ଖଟ୍ଟା ମିଠା'ର ରିକ୍ରିଏସନ ବୋଲି ଜଣାପଡ଼ିଛି । ସେପଟେ ଅଜୟ ଦେବଗନଙ୍କ 'ସିଘଂମ' ଗୀତର ଟ୍ୟୁନ ମଧ୍ୟ ରହିଥିବାବେଳେ ରଣବୀରଙ୍କ 'ମଲହୋରୀ' ର ଡ୍ୟାନ୍ସ ଷ୍ଟେପ ମଧ୍ୟ ଏଥିରେ ରହିଛି । ଏହି ଗୀତକୁ ତନିଷ୍କ ବାଗଚୀ ରିକ୍ରିଏଟ କରିଛନ୍ତି । ଶବ୍ବୀର ଅହମ୍ମଦ ଏହି ଗୀତଟିକୁ ଲେଖିଥିବାବେଳେ ଦଲେର ମେହନ୍ଦୀ ଏହି ଗୀତଟିକୁ ଗାଇଛନ୍ତି ।

  • " class="align-text-top noRightClick twitterSection" data="">

'ସୂର୍ଯ୍ୟବଂଶୀ' ଫିଲ୍ମଟି ୨୦୨୦ ମସିହା ମାର୍ଚ୍ଚ ୨୪ ତାରିଖରେ ରିଲିଜ ହେବାକୁ ଥିବାବେଳେ କୋରୋନା କଟକଣା ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା । ତେବେ ସ୍ଥିତି ସୁଧୁରିବା ପରେ ଚଳିତ ଦିୱାଲିରେ ଏହି ଫିଲ୍ମଟି ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁନାମଧନ୍ୟ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.