ନୂଆଦିଲ୍ଲୀ : ବଲିଉଡର ଚୁଲବୁଲି ଅଭିନେତ୍ରୀ ତାପସୀ ପନ୍ନୁ ଚଳିତ ବର୍ଷ ବ୍ୟାକ ଟୁ ବ୍ୟାକ ଫିଲ୍ମ ନେଇ ଫେରିବେ । ଏହି କ୍ରମରେ ସାମିଲ ଅଛି ତାଙ୍କ ଅଭିନୀତ ‘ହସୀନ ଦିଲରୁବା’, ‘ରଶ୍ମୀ ରକେଟ’, ‘ଲୁପ ଲପେଟା’ ଓ ‘ସାବାସ୍ ମିଥୁ’ । ଇତିମଧ୍ୟରେ ‘ସାବାସ୍ ମିଥୁ’କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ବଦଳିଲେ ଫିଲ୍ମର ନିର୍ଦ୍ଦେଶକ। କାରଣ ମେକର୍ସଙ୍କୁ ମିଳିଯାଇଛି ନୂଆ ନିର୍ଦ୍ଦେଶକ । ତାପସୀ ସୋସିଆଲ ମିଡିଆରେ ବେଶ ଆକ୍ଟିଭ।
ନିକଟରେ ଅଭିନେତ୍ରୀ ବିଦେଶରେ ଛୁଟିଦିନ ସେଲିବ୍ରେଟ କରୁଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
- " class="align-text-top noRightClick twitterSection" data="
">
ଫଟୋରେ ତାପସୀଙ୍କୁ ଋଷର ସେଣ୍ଟ ପିଟର୍ସବର୍ଗର ରାସ୍ତାରେ ଦେଖିବାକୁ ମିଳିଛି। ଯେଉଁଥିରେ ତାପସୀ ଏକ ଶାଢୀ ସହିତ ଜୋତା ଏବଂ ଆଖିରେ କଳା ଚଷମା ପିନ୍ଧିଥିବାର ନଜର ଆସିଛନ୍ତି । ଫଟୋରେ ତାପସୀଙ୍କ ସ୍ବାଗ କୁ ଫ୍ୟାନ୍ସ ବେଶ ପସନ୍ଦ କରୁଛନ୍ତି ।
ଫଟୋ ସେୟାର କରି କ୍ୟାପସନରେ ତାପସୀ ଲେଖିଛନ୍ତି, ଏହି ରାସ୍ତା ଗୁଡିକ ଅତ୍ୟନ୍ତ ଆକର୍ଷଣୀୟ । ଡିନର୍ ପାଇଁ ବିଳମ୍ବ! ରନନନନନନନନନନନନ!